ETV Bharat / sports

Hockey World Cup 2023: ସେମିଫାଇନାଲ ଟକ୍କର, ବେଲଜିୟମ-ନେଦରଲାଣ୍ଡ ମୁହାଁମୁହିଁ - belgium vs netherlands

ସେମିଫାଇନାଲର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ବେଲଜିୟମ ବନାମ ନେଦରଲାଣ୍ଡ । ଉଭୟଙ୍କ ପୁରୁଣା ରେକର୍ଡ ଉପରେ ନଜର ପକାଇଲେ ନେଦରଲାଣ୍ଡର ପଲ୍ଲା ଭାରି ରହିଛି । ଅଧିକ ପଢନ୍ତୁ

ବେଲଜିୟମ ବନାମ ନେଦରଲାଣ୍ଡ
ବେଲଜିୟମ ବନାମ ନେଦରଲାଣ୍ଡ
author img

By

Published : Jan 27, 2023, 6:11 PM IST

ଭୁବନେଶ୍ବର: ହକି ବିଶ୍ବକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ଆଜିଠୁ ଆରମ୍ଭ ହୋଇଛି ସେମିଫାଇନାଲ ଟକ୍କର । ସେମିଫାଇନାଲର ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ବେଲଜିୟମ ବନାମ ନେଦରଲାଣ୍ଡ । ଉଭୟଙ୍କ ପୁରୁଣା ରେକର୍ଡ ଉପରେ ନଜର ପକାଇଲେ ନେଦରଲାଣ୍ଡର ପଲ୍ଲା ଭାରି ରହିଛି । ସେପଟେ ଡିଫେଣ୍ଡିଂ ଚମ୍ପିଆନ ହିସାବରେ ବେଲଜିୟମ ଆଜି ସେମିଫାଇନାଲ ମ୍ୟାଚ ଖେଳିବ । ତେବେ ଉଭୟ ଦଳ ମଧ୍ୟରେ ଫାଇନାଲ ଟିକଟ ପାଇଁ ହେବ କଡା ଟକ୍କର । ନେଦରଲାଣ୍ଡ ତିନି ଥର ବିଶ୍ବବିଜେତା ରହିଛି । ବର୍ଷ ୧୯୭୩, ୧୯୯୦, ୧୯୯୮ ବିଶ୍ବକପରେ ନେଦରଲାଣ୍ଡ ହକି ଟିମ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ସେପଟେ ବେଲଜିୟମ ୨୦୧୮ ହକି ବିଶ୍ବକପରେ ନେଦରଲାଣ୍ଡକୁ ପରାସ୍ତ କରି ବିଶ୍ବ ଚମ୍ପିଆନ ହୋଇଥିଲା ।

ବେଲଜିୟମ ବନାମ ନେଦରଲାଣ୍ଡ

ବେଲଜିୟମ ବିପକ୍ଷରେ ନେଦରଲାଣ୍ଡର ପଲ୍ଲା ଭାରି ରହିଛି । ବେଲଜିୟମ ଏବଂ ନେଦରଲାଣ୍ଡ ବିପକ୍ଷରେ ଏପର୍ଯ୍ୟନ୍ତ ୩୨ ଟି ମୁକାବିଲା ହୋଇଛି । ଏଥିରେ ୨୦ ଟି ମ୍ୟାଚରେ ନେଦରଲାଣ୍ଡ ବିଜୟୀ ହୋଇଛି । ୯ ଟି ମ୍ୟାଚରେ ବେଲଜିୟମ ବିଜୟୀ ହୋଇଛି । ଅନ୍ୟ ତିନୋଟି ମ୍ୟାଚ ଡ୍ର ରହିଛି ।

ବିଶ୍ବ ମାନ୍ୟତା

ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ FIH ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ବର୍ଷ ୨୦୧୮ର ଉପବିଜେତା ତଥା ନେଦରଲାଣ୍ଡ FIH ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି । ତେବେ ଏହି ମାନ୍ୟତାରୁ ଅନୁମାନ କରାଯାଇଛି କି ଉଭୟ ଦଳ ମଧ୍ୟରେ ଆଜି ଦ୍ବିତୀୟ ସେମିଫାଇନାଲରେ ଜୋରଦାର ଫାଇଟ ହେବ । ହକି ବିଶ୍ବକପ ୨୦୧୮ ଫାଇନାଲ ମୁକାବିଲାରେ ନେଦରଲାଣ୍ଡ ବେଲଜିୟମଠାରୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ଆଜି ହକି ବିଶ୍ବକପ ୨୦୨୩ ସେମିଫାଇନାଲ ମୁକାବିଲାରେ ପୁଣିଥରେ ବେଲଜିୟମକୁ ଭେଟିବ ନେଦରଲାଣ୍ଡ । ତେବେ ୨୦୧୮ ବର୍ଷର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ନେଦରଲାଣ୍ଡ । ସେପଟେ ହକି ବିଶ୍ବକପ ୨୦୨୩ରେ ବେଲଜିୟମ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳିଛି । ଯେଉଁଥିରେ ଦଳ ୩ ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମୁକାବିଲା ଡ୍ର ରହିଛି । ସେପଟେ ନେଦରଲାଣ୍ଡ ୪ ଟି ମ୍ୟାଚ ଖେଳିଛି । ଏହି ଚାରୋଟି ମ୍ୟାଚରେ ନେଦରଲାଣ୍ଡ ବିଜୟ ଲାଭ କରି ହକି ବିଶ୍ବକପ ୨୦୨୩ରେ ଏପର୍ଯ୍ୟନ୍ତ ଅପରାଜୟ ରହିଛି ।

ବେଲଜିୟମ ଟିମ - ଲୋୟକ ବୈନ ଡୋରନ, ଆର୍ଥର ବୈନ ଡୋରନ, ଜୋନ-ଜୋନ ଡୋହମେନ, ପ୍ଲୋରେଣ୍ଟ ବେନ ଓବେଲ, ସେବେଷ୍ଟିୟମ ଡୋକିୟର, ସେଡ୍ରିକ ଚାର୍ଲିୟର, ଗୋଥିୟର ବୋକାର୍ଡ, ନିକୋଲସ ଡି କେପେଲ, ଅଲେକ୍ସଜେଣ୍ଡର ହେଣ୍ଡ୍ରିକକ୍ସ, ଫେଲିକ୍ସ ଡେନେୟର ( ଅଧିନାୟକ ), ବିସେଣ୍ଟ ବନାସ, ସାଇମନ ଗୈନାର୍ଡ, ଆର୍ଥର ଡି ସ୍ଲୋୱର, ଲୋଇକ ଲୁଇପର୍ଟ, ଏଣ୍ଟୋନୀ କିନା, ୱିକ୍ଟର ବେଗନେଜ, ଟମ ବୁନ, ଟଙ୍ଗୀ କୋସିନ୍ସ ।

ନେଦରଲାଣ୍ଡ ଟିମ - ମୌରିଟ୍ସ ବିସ୍ବର, ଲାର୍ସ ବ୍ଲାକ, ଜୋନାସ ଡି ଗ୍ୟୁସ, ଥିଜ୍ସ ବୈନ ଡୈମ, ଥିୟରୀ ବ୍ରିଙ୍କମୈନ ( ଅଧିନାୟକ ), ସେବ ବୈନ ଏସ, ଜୋରିଟ କ୍ରୁନ, ଟେରେସ ପିଟର୍ସ, ପ୍ଲୋରିସ ବୋର୍ଟେଲବୋଏର, ଟ୍ୟୁନ ବେଇନ୍ସ, ତେଜେପ ହୋଡେମେକର୍ସ, କୋଏନ ବିଜନ, ସ୍ଟିଜନ ବୈନ ହେଜିଙ୍ଗେନ, ପିରମନ ବ୍ଲାକ, ଜିପ ଜାନସେନ, ତିଜମେନ ରେଜେଙ୍ଗା, ଜସ୍ଟେନ ବ୍ଲୋକ, ଡର୍କ ଡି ୱିଲ୍ଡର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.