ଭୁବନେଶ୍ବର : ନିଜ ପ୍ରଶଂସକଙ୍କୁ ଜର୍ସି ଭେଟି ଦେଲେ ବେଲଜିୟମର ଷ୍ଟାର ଖେଳାଳି ଟମ ବୁନ । ପଞ୍ଜାବର ହକି ଖେଳାଳି ପ୍ରୀତ ଟମବୁନଙ୍କର ଜଣେ ବଡ ପ୍ରଶଂସକ । ହକି ବିଶ୍ବକପ ଅବସରରେ ଟମ୍ ବୁନ୍ ଓଡ଼ିଶା ଆସି ନିଜ ପ୍ରିୟ ଖେଳାଳି ଟମ୍ ବୁନ୍ଙ୍କୁ ଭେଟିଛନ୍ତି । ବେଲଜିୟମର ଷ୍ଟାର ଖେଳାଳି ଟମ ବୁନ୍ଙ୍କୁ ଭୁବନେଶ୍ବରର ହୋଟେଲରେ ପ୍ରୀତ ଭେଟିଥିଲେ । ବୁନ୍ଙ୍କ ସହିତ ସେଲ୍ପି ନେଇଥିଲେ ପ୍ରଶଂସକ ପ୍ରୀତ । ଖାଲି ସେତିକି ନୁହେଁ ନିଜ ପ୍ରିୟ ଖେଳାଳି ବୁନଙ୍କଠାରୁ ଜର୍ସି ଉପହାର ପାଇ ବେଶ୍ ଖୁସି ଥିବା କହିଛନ୍ତି ପ୍ରଶଂସକ ପ୍ରୀତ ।
ହକି ବିଶ୍ବକପର ୧୫ ତମ ସଂସ୍କରଣ ଓଡ଼ିଶାରେ ଖେଳାଯାଉଛି । ବିଭିନ୍ନ ଦେଶର ଖେଳାଳିମାନଙ୍କର ପ୍ରଶଂସକଙ୍କ ଓଡ଼ିଶାକୁ ସୁଅ ଛୁଟିଛି । ନିଜ ନିଜର ମନ ପସନ୍ଦର ଦଳକୁ ଉତ୍ସାହିତ କରିବା ସହିତ ଚିୟର ଅପ ପାଇଁ ଷ୍ଟାଡିୟମରେ ଭିଡ଼ ଜମାଇଛନ୍ତି । ନିଜ ପସନ୍ଦର ଖେଳାଳିଙ୍କୁ ଚିୟର ଅପ କରୁଥିବା ନଜର ଆସିଛି । ତେବେ ଏହାରି ଭିତରେ ବିଦେଶୀ ଟିମଙ୍କ ଫ୍ୟାନ ବନିଛନ୍ତି ଭାରତୀୟ ହକି ପ୍ରେମୀ । ବିଦେଶୀ ଟିମକୁ ଚିୟର ଅପ କରିବା ପାଇଁ ଷ୍ଟାଡିୟମରେ ଭିଡ ଜମାଇଛନ୍ତି ଭାରତୀୟ ହକି ପ୍ରଶଂସକ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳୁଛି ଫ୍ୟାନଙ୍କ କ୍ରେଜ୍ । ହକି କ୍ରେଜ ଯୋଗୁଁ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗି ରହିଛି । ଏହାରି ମଧ୍ୟରେ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥିଲା ବିଦେଶୀ ଟିମ୍ଙ୍କ ଦେଶୀ ଫ୍ୟାନ୍ସ ।
ଏହି ଅବସରରେ ପଞ୍ଜାବରେ ଜଣେ ହକି ପ୍ରେମୀ ବେଲଜିୟମର ଖେଳାଳି ଟମ ବୁନଙ୍କୁ ଭେଟିଛନ୍ତି । ସେ କହିଛନ୍ତି ବେଲଜିୟମର ଟମ ବୁନ ହେଉଛନ୍ତି ତାଙ୍କର ପ୍ରିୟ ହକି ଖେଳାଳି । ଟମ୍ ବୁନ୍ଙ୍କୁ ସେ ଭେଟିବାକୁ ବହୁତ ଦିନରୁ ଆଶା ରଖିଥିଲେ । ତେବେ ହକି ବିଶ୍ବକପ ଅବସରରେ ତାଙ୍କୁ ଭେଟି ତାଙ୍କର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି ପଞ୍ଜାବର ଏହି ହକି ପ୍ରେମୀ ପ୍ରୀତ । ଟମ୍ ବୁନ୍ଙ୍କୁ ଭୁବନେଶ୍ବରର ଏକ ହୋଟେଲରେ ଭେଟିଥିଲେ ପ୍ରୀତ୍ । ବୁନ୍ଙ୍କ ସହିତ ସେଲ୍ପି ନେଇଥିଲେ ତାଙ୍କଠାରୁ ଜର୍ସି ଭେଟି ପାଇ ବେଶ୍ ଖୁସି ଥିବା କହିଛନ୍ତି ପ୍ରୀତ୍ । ପ୍ରୀତଙ୍କ ଘର ପଞ୍ଜାବର ଅମୃତସର । ସେ ମଧ୍ୟ ଜଣେ ହକି ଖେଳାଳି । ସେ ହକି କ୍ୟାମ୍ପରେ ମଧ୍ୟ ତାଲିମ ନେଇଥିବା କଥା କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର