ହାଇଦ୍ରାବାଦ: ହେଲିକପ୍ଟର ଦୁର୍ଘଟଣାରେ ଆମେରିକାର ମହାନ ବାସ୍କେଟବଲ ଖେଳାଳି ତଥା ଏନ୍ବିଏର ଷ୍ଟାର କୋବେ ବ୍ରାୟଣ୍ଟଙ୍କ ମୃତ୍ୟୁ ହୋଇଛି । ରବିବାର ଦିନ 41 ବର୍ଷୀୟ ବ୍ରାୟଣ୍ଟ ନିଜର ହେଲିକପ୍ଟରରେ ଯାତ୍ରା କରୁଥିବା ସମୟରେ କାଲିଫର୍ଣ୍ଣିଆର କାଲାବେସସରେ ତାଙ୍କର ହେଲିକପ୍ଟର କ୍ରାସ ହୋଇଛି ।

କୋବିଙ୍କ ସହ ଯାତ୍ରା କରୁଥିବା ଅନ୍ୟ 9ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରେ କୋବେଙ୍କ 13 ବର୍ଷୀୟ ଝିଅ ଜିଆନା ମଧ୍ୟ ରହିଥିବା ମିଡିଆ ରିପୋର୍ଟ ପ୍ରକାଶ କରିଛି ।
ତାଙ୍କର ମୃତ୍ୟୁ ଖବର ମିଳିବା ପରେ ତାଙ୍କର ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କ ସହ ଯାତ୍ରା କରୁଥିବା ଅନ୍ୟ ବ୍ୟକ୍ତିଙ୍କ ପରିଚୟ ମିଳିନଥିବାବେଳେ କ୍ରାସର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।
ସୂଚନାଥାଉକି, କୋବେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନବିଏ) ପାଇଁ 20ବର୍ଷ ଖେଳିଛନ୍ତି । ଏହି ସମୟରେ ସେ 5ଥର ଚମ୍ପିଆନ ମଧ୍ୟ ହୋଇଛନ୍ତି ।