କଟକ: 70ତମ ଜାତୀୟ ସିନିୟର ବାସ୍କେଟବଲ ପ୍ରତିଯୋଗିତା ପାଇଁ ଘୋଷଣା ହୋଇଛି ଓଡିଶା ପୁରୁଷ ଓ ମହିଳା ଦଳ। 12 ଜଣିଆ ଟିମକୁ ବିଧିବଧ ଭାବେ ଘୋଷଣା କରିଛି ଓଡିଶା ବାସ୍କେଟବଲ ଆସୋସିଏସନ।
ଏହି ମେଗା ପ୍ରତିଯୋଗିତା ପଞ୍ଜାବର ଲୁଧିଆନାରେ ଚଳିତମାସ 21 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡିଶା ପୁରୁଷ ଦଳ ପାଇଁ ଅଶୋକ କୁମାର ନାୟକ, ଶଶୀକାନ୍ତ ମହାନ୍ତି, କେ ଶ୍ରବଣ କୁମାର, ସହିଦ ଖାନ, ଜି .ସାଇ ରୋଶନ, ଶେଖ ରିଆଜ, ସୁମନ କୁମର ସାହୁ, ପି. ସୁରେଶ କୁମାର, ରୁଦ୍ରକାନ୍ତ ସାହୁ, ସରତ ନାୟକ, ବିନୀତ କୁମାର ମିଞ୍ଜ ଓ ୟାଇ. ଚରଣ ରାଓଙ୍କ ନାମ ଘୋଷଣା ହୋଇଛି।
ସେହିପରି ମହିଳା ଦଳ ପାଇଁ ସତ୍ୟ ସୋଭାନା ପଟ୍ଟନାୟକ,ଦେବଜାନୀ ମିଶ୍ର, ଲିପ୍ରାମୟୀ ଶତପଥି,ଶର୍ମିଷ୍ଠା ପଣ୍ଡା, ଜୟଶ୍ରୀ ବସ୍କେ, ଅନୁରାଧା ସେଠ, ଦିବ୍ୟାଜ୍ୟୋତି ନନ୍ଦ, ସୁମିତ୍ରା ପରିଡା,ପୂଜା ବିଶ୍ବାଳ, ପ୍ରଗତି ରାୟ, ପୁଷ୍ପାଞ୍ଜଳି ପ୍ରଧାନ ଓ ଜିନିଶ୍ରାନି ମଲ୍ଲିକ ନାମ ଘୋଷଣା ହୋଇଛି ।
କଟକରେ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ