ETV Bharat / sports

Paralympic Awards: ଅବନୀ ଲେଖାରା ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡାବିତ୍‌ - ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡ଼ାବିତ୍‌ ଭାବେ ସମ୍ମାନିତ ଅବନୀ ଲେଖାରା

୨୦୨୧ ସ୍ପୋର୍ଟ୍‌ସ ଆୱାର୍ଡ ସମାରୋହରେ ସମ୍ମାନିତ ହେଲେ ଭାରତୀୟ ପାରାଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅବନୀ ଲେଖାରା । ପାରାଲମ୍ପିକରେ ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡ଼ାବିତ୍‌ ଭାବର ତାଙ୍କ ସମ୍ମାନିତ କରାଯାଇଛି । ଅଧିକ ପଢ଼ନ୍ତୁ

ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡ଼ାବିତ୍‌ ଭାବେ ସମ୍ମାନିତ ଅବନୀ ଲେଖାରା

author img

By

Published : Dec 17, 2021, 4:16 PM IST

Updated : Dec 17, 2021, 5:48 PM IST

ନୂଆଦିଲ୍ଲୀ: ୨୦୨୧ ସ୍ପୋର୍ଟ୍‌ସ ଆୱାର୍ଡ ସମାରୋହରେ ସମ୍ମାନିତ ହେଲେ ଭାରତୀୟ ପାରାଲମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅବନୀ ଲେଖାରା । ପାରାଲମ୍ପିକରେ ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡ଼ାବିତ୍‌ ଭାବର ତାଙ୍କୁ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ପାରାଲମ୍ପିକ୍‌ କମିଟି ପକ୍ଷରୁ ଏହାକୁ ନେଇ ସୂଚନା ଦିଆଯାଇଛି ।

ଭାରତ ପକ୍ଷରୁ ପ୍ରଥମ ମହିଳା ପାରାଆଥ୍‌ଲେଟ ଭାବରେ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଅବନୀ ଲେଖାରା । ଖାଲି ସେତିକି ନୁହେଁ ପାରାଲମ୍ପିକରେ ଏହି ୧୯ ବର୍ଷୀୟ ପାରା ଆଥ୍‌ଲେଟ୍‌ ୧୦ ମିଟର ଏୟାର ରାଇଫଲ୍‌ ସୁଟିଂର SH-1 କାଟାଗୋରୀରେ ଏକ ନୂଆ ରେକର୍ଡ ମଧ୍ୟ କରିଥିଲେ ।

ଏହାପରେ ସେ ୫୦ ମିଟର ଏୟାର ରାଇଫଲ ସୁଟିଂର SH-1 କାଟାଗୋରୀରେ କାଂସ୍ୟ ପଦକ ହାସଲ କରିଥିଲେ । ଭାରତ ପକ୍ଷରୁ ଗୋଟିଏ ପାରାଲମ୍ପିକ୍‌ରେ ଦୁଇଟି ପଦକ ହାସଲ କରିବାରେ ସେ ପ୍ରଥମ ମହିଳା ପାରା ଆଥଲେଟ୍‌ ଥିଲେ । ଅବନୀ ଲେଖାରାଙ୍କ ଯୋଗୁଁ ଭାରତ ସୁଟିଂ ଇଭେଣ୍ଟରେ ପ୍ରଥମ ଥର ପାଇଁ ପଦକ ହାସଲ କରି ପାରିଥିଲା ।

ତେବେ ଅନ୍ତର୍ଜାତୀୟ ପାରାଲମ୍ପିକ୍‌ କମିଟି ପାରାଲମ୍ପିକରେ ଶ୍ରେଷ୍ଠ ମହିଳା ଡେବ୍ୟୁ କ୍ରୀଡ଼ାବିତ୍‌ ଭାବର ତାଙ୍କ ଆସିବାରେ ଖୁସି ଜାହିର କରିଛନ୍ତି ଅବନୀ । ସେ କହିଛନ୍ତି ଯେ, "ଲକ୍ଷ୍ୟ ଓ ନିଷ୍ଠା ଥିଲେ କୌଣସି କାର୍ଯ୍ୟ କଷ୍ଟ ଲାଗିବ ନାହିଁ । ମୁଁ ମୋର ନିଷ୍ଠା ଓ ଲକ୍ଷ୍ୟକୁ ନେଇ ହିଁ ଏହି ସଫଳତା ହାସଲ କରି ପାରିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2021, 5:48 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.