ETV Bharat / sports

ଲୋକସେବା ଭବନରେ ଅଶ୍ବଥ ନାରାୟଣଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 31, 2019, 9:42 PM IST

ବିଶ୍ବ ଦକ୍ଷତା ପ୍ରତିଯୋଗିତା-2019 ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପ୍ରତିଯୋଗୀ ଅଶ୍ବଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଶ୍ବ ଦକ୍ଷତା ପ୍ରତିଯୋଗିତା-2019 ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପ୍ରତିଯୋଗୀ ଅଶ୍ବଥ ନାରାୟଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଶ୍ବଥ ନାରାୟଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଋଷିଆର କାଜାନ ସହରରେ ଅନୁଷ୍ଠିତ 45 ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ନାରାୟଣ ଭାରତ ପାଇଁ ପ୍ରଥମ ତଥା ଦେଶର ଏକମାତ୍ର ପ୍ରତିଯୋଗୀ ଭାବେ ସ୍ବର୍ଣ୍ଣ ଜିତିଛନ୍ତି |
ଅଶ୍ବଥଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ରାଜ୍ୟର ଗୌରବ ବୃଦ୍ଧି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସି.ଭି ରମଣ ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ସଂଜୀବ ରାଉତ, ପ୍ରଶିକ୍ଷକ ରଜତ କୁମାର ସାମନ୍ତରାୟ ଏବଂ ବିଶ୍ବ ଦକ୍ଷତା ପ୍ରତିଯୋଗୀତାରେ ଦେଶ ପାଇଁ ପ୍ରତିନିଧିତ୍ବ କରିଥିବା ଜେନୋଫୋନ ଦାସ ଓ ଅଭିନାଶ ସ୍ବାଇଁଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସି.ଭି ରମଣ ବୈଷୟିକ ମହାବିଦ୍ୟାଳୟକୁ centre of excellence ପ୍ରତିଷ୍ଠା ପାଇଁ 5 କୋଟି ଅର୍ଥରାଶି ଘୋଷଣା ହୋଇଛି । କୋଚ ରଜତ ସାମନ୍ତରାୟଙ୍କୁ 5 ଲକ୍ଷ ଓ ସ୍ଵର୍ଣ୍ଣ ପଦକ ବିଜେତା ଅଶ୍ଵଥ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:
ବିଶ୍ୱ ଦକ୍ଷତା ପ୍ରତିଯୋଗିତା-2019 ରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପ୍ରତିଯୋଗୀ ଅଶ୍ୱଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଲୋକସେବା ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ଭଦ୍ଧିତ କରିଛନ୍ତି | ରୁଷିଆର କାଜାନ ସହରରେ ଅନୁଷ୍ଠିତ 45 ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ନାରାୟଣ ଭାରତ ପାଇଁ ପ୍ରଥମ ତଥା ଦେଶର ଏକମାତ୍ର ପ୍ରତିଯୋଗୀ ଭାବେ ସ୍ବର୍ଣ୍ଣ ଜିତିଛନ୍ତି |Body:ଅଶ୍ୱଥଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି ଆଗାମୀ ଦିନରେ ରାଜ୍ୟର ଗୌରବ ବୃଦ୍ଧି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି |ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି ଭି ରମଣ ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ସଂଜୀବ ରାଉତ, ପ୍ରଶିକ୍ଷକ ରଜତ କୁମାର ସାମନ୍ତରାୟ ଏବଂ ବିଶ୍ୱ ଦକ୍ଷାତ ପ୍ରତିଯୋଗୀତାରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ଜେନୋଫୋନ ଦାସ ଓ ଅବିନାଶ ସ୍ୱାଇଁ ମଧ୍ୟ ସମ୍ଭଦ୍ଧିତ କରିଛନ୍ତି |
Conclusion:ଏହି ଅବସରରେ ସିଭି ରମଣ ବୈଷୟିକ ମହାବିଦ୍ୟାଳୟକୁ centre of excellence ପ୍ରତିଷ୍ଠା ପାଇଁ 5 କୋଟି ଓ କୋଚ ରଜତ ସମାନ୍ତରାୟଙ୍କୁ 5 ଲକ୍ଷ ପ୍ରଦାନ କରିବା ସହ ସ୍ଵର୍ଣ୍ଣ ପଦକ ବିଜେତା ଅଶ୍ଵଥ ନାରାୟଣ ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଦେବା ପାଇଁ ଘୋଷଣା କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.