ETV Bharat / sports

ଏସିଆନ ଚାମ୍ପିଅନସିପ: ବଜରଙ୍ଗ ପୁନିଆ ଜିତିଲେ ସ୍ବର୍ଣ୍ଣ - Bajrang Punia

ମଙ୍ଗଳବାର କୁସ୍ତି ଯୋଦ୍ଧାରେ ବିଶ୍ବର ଏକ ନମ୍ବର ରେସଲର ବଜରଙ୍ଗ ପୁନିଆ ଲଗାତାର 10ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ବଜରଙ୍ଗଙ୍କର ଏହି ପଦକ ସହ ଚଳିତ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 5ରେ ପହଁଚିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 23, 2019, 10:03 PM IST

ବେଜିଙ୍ଗ: ଚଳିତ ଏସିଆନ ଚାମ୍ପିଅନସିପରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ମଙ୍ଗଳବାର କୁସ୍ତି ଯୋଦ୍ଧାରେ ବିଶ୍ବର ଏକ ନମ୍ବର ରେସଲର ବଜରଙ୍ଗ ପୁନିଆ ଲଗାତାର 10ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ସେ ୬୫ କେଜି ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ କଜାଖସ୍ତାନର ସାୟାତବେକ୍ ଓକାସୋଭଙ୍କୁ ୧୨-୭ ପଏଣ୍ଟରେ ପରାସ୍ତ କରିଛନ୍ତି ।

ତେବେ ଫାଇନାଲ ମୁକାବିଲା ବେଶ ରୋମାଞ୍ଚକର ଥିଲା । କମନୱେଲଥ ଓ ଏସିଆନ ଗେମର ବିଜେତା ବଜରଙ୍ଗ ପୁନିଆ ଫାଇନାଲ୍ ବେଲ୍ ବାଜିବାର ୬୦ ସେକେଣ୍ଡ ପୂର୍ବରୁ ୨-୭ରେ ପଛୁଆ ରହିଥିଲେ । ମାତ୍ର ପରେ ବଜରଙ୍ଗ ଗେମରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଲଗାତାର ୧୦ ପଏଣ୍ଟ ହାସଲ କରି ମୁକାବିଲାକୁ ଜିତି ନେଇଥିଲେ ।

ତେବେ ଚଳିତ ଏସିଆନ ଚାମ୍ପିଅନସିପରେ ବଜରଙ୍ଗଙ୍କର ଏହା 2ୟ ସ୍ବର୍ଣ୍ଣ ପଦକ । ସେ ଶେଷଥର ପାଇଁ 2017 ମସିହାରେ ସ୍ବର୍ଣ୍ଣ ଜିତିଥିଲେ । ଅନ୍ୟପଟେ ବଜରଙ୍ଗଙ୍କର ଏହି ପଦକ ସହ ଚଳିତ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 5ରେ ପହଁଚିଛି ।

Intro:Body:

dfdg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.