ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନ । ଓମାନରେ ଚାଲିଥିବା 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ ମୁକାବିଲାରେ ମାଲେସିଆକୁ ପରାସ୍ତ କରିଛି ଭାରତ । ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲ ମୁକାବିଲାରେ ମାଲେସିଆକୁ 9-5 ଗୋଲରେ ପରାସ୍ତ କରିଛି । ଏହା ଭାରତର ଲଗାତାର ଚତୁର୍ଥ ବିଜୟ । ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି । ନବଜୋତ କୌର ହାଟ୍ରିକ ଗୋଲ୍ ଦେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
-
Navjot Kaur wins the Player of the Match award for scoring a Hattrick against Malaysia and securing India's place in the Final of Women's Asian Hockey5s World Cup Qualifier 2023. #HockeyIndia #IndiaKaGame #Hockey5s pic.twitter.com/6eYPHn5ctf
— Hockey India (@TheHockeyIndia) August 28, 2023 " class="align-text-top noRightClick twitterSection" data="
">Navjot Kaur wins the Player of the Match award for scoring a Hattrick against Malaysia and securing India's place in the Final of Women's Asian Hockey5s World Cup Qualifier 2023. #HockeyIndia #IndiaKaGame #Hockey5s pic.twitter.com/6eYPHn5ctf
— Hockey India (@TheHockeyIndia) August 28, 2023Navjot Kaur wins the Player of the Match award for scoring a Hattrick against Malaysia and securing India's place in the Final of Women's Asian Hockey5s World Cup Qualifier 2023. #HockeyIndia #IndiaKaGame #Hockey5s pic.twitter.com/6eYPHn5ctf
— Hockey India (@TheHockeyIndia) August 28, 2023
ଏହା ବି ପଢନ୍ତୁ...ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି, ଇଂଲଣ୍ଡକୁ 4-0ରେ ହରାଇଲା ଭାରତ
ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ଭାରତୀୟ ଦଳ ଗୋଲ ସ୍କୋର୍ କରି ଚାଲିଥିବା ମାଲେସିଆ ଗୋଲ ପରିଶୋଧ କରିବାକୁ ପ୍ରୟାସ କରୁଥିଲା । ଓମାନରେ ଚାଲିଥିବା 5ଏ ସାଇଡ ଏସିଆନ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକି ଦଳ ଫୁଲ୍ ଫର୍ମରେ ରହିଛି । ଗତାକାଲି ଥାଇଲାଣ୍ଡକୁ 5-4 ଗୋଲରେ ପରାସ୍ତ କରି ଲଗାତାର ତୃତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହା ପୂୃର୍ବରୁ ଜାପାନ ଓ ମାଲେସିଆ ବିପକ୍ଷରେ ଖେଳିଥିଲା । ଜାପାନ ବିପକ୍ଷରେ 7-1 ଗୋଲରେ ବିଜୟ ହାସଲ କରିଥିଲା । ସେହିପରେ ମାଲେସିଆ ବିପକ୍ଷରେ 7-2 ଗୋଲରେ ଏକ ଜବରଦସ୍ତ ବିଜୟ ହାସଲ କରିଥିଲା ନବଜୌତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ହକି ଦଳ । ଥାଇଲାଣ୍ଡ ବିପକ୍ଷରେ ଆଜମିନା, ଦୀପିଙ୍କ ଗୋଲରେ ଜିତିଥିଲା ଭାରତ । ଓଡ଼ିଶାର ଫରୱାର୍ଡ ମୋନିକା ଟପ୍ପୋ ଓ ଆଜମିନା କୁଜୁର ଦଳ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ । 1 ଓ 7 ମିନିଟରେ ମୋନିକା ଓ 30ତମ ମିନିଟରେ ଆଜମିନା ଗୋଲ୍ ସ୍କୋର କରିଥିଲେ ।
-
India comes back in a thrilling showdown against Malaysia to book their spot in the Final of Women's Asian Hockey 5s World Cup Qualifier 2023 and qualify for the FIH Hockey 5s World Cup Oman 2024.#HockeyIndia #IndiaKaGame #Hockey5s pic.twitter.com/XBtWYSKqDU
— Hockey India (@TheHockeyIndia) August 28, 2023 " class="align-text-top noRightClick twitterSection" data="
">India comes back in a thrilling showdown against Malaysia to book their spot in the Final of Women's Asian Hockey 5s World Cup Qualifier 2023 and qualify for the FIH Hockey 5s World Cup Oman 2024.#HockeyIndia #IndiaKaGame #Hockey5s pic.twitter.com/XBtWYSKqDU
— Hockey India (@TheHockeyIndia) August 28, 2023India comes back in a thrilling showdown against Malaysia to book their spot in the Final of Women's Asian Hockey 5s World Cup Qualifier 2023 and qualify for the FIH Hockey 5s World Cup Oman 2024.#HockeyIndia #IndiaKaGame #Hockey5s pic.twitter.com/XBtWYSKqDU
— Hockey India (@TheHockeyIndia) August 28, 2023
ଏହା ବି ପଢନ୍ତୁ...Asian Games Hockey: 39 ଜଣିଆ ଦଳ ମନୋନୀତ, କୋର ଗ୍ରୁପରେ 4 ଓଡିଆ
ସେପଟେ ଆସନ୍ତାକାଲିଠୁ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ । ଅଗଷ୍ଟ 29ରୁ ସେପ୍ଟେମ୍ବର 2 ତାରିଖ ଯାଏଁ ଏହା ଚାଲିବ । ଏ ନେଇ ଭାରତୀୟ ଦଳ ଓମାନରେ ପହଞ୍ଚି ସାରିଛି । ଏଲିଟି ପୁଲ୍ରେ ଭାରତୀୟ ଦଳ ସ୍ଥାନ ପାଇଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ପ୍ରଥମ ମ୍ୟାଚରେ ବାଂଲାଦେଶ, ବୁଧବାର ଓମାନ ଓ ପାକିସ୍ତାନକୁ, ଗୁରୁବାର ମାଲେସିଆ ଓ ଜାପାନ ସହ ଖେଳିବ ।
ଏହା ବି ପଢନ୍ତୁ...Asian Hockey 5s World Cup Qualifiers: ଭାରତୀୟ ଦଳ ଘୋଷଣା, ଓଡିଶାରୁ 4 ଖେଳାଳି