ETV Bharat / sports

Asian Games 2023: ରଙ୍ଗାରଙ୍ଗ ଉତ୍ସବରେ ଏସୀୟ କ୍ରୀଡା ଉଦଘାଟିତ, ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଏସୀୟ କ୍ରୀଡା 2023

ଚୀନର ହାଙ୍ଗଝୌରେ 19ତମ ଏସୀୟ କ୍ରୀଡା ଉଦଘାଟିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଅଧିକ ପଢ]ନ୍ତୁ

Asian Games 2023
Asian Games
author img

By ETV Bharat Odisha Team

Published : Sep 24, 2023, 8:01 AM IST

Asian Games

ହଙ୍ଗଝୌ: ରଙ୍ଗାରଙ୍ଗ ଉତ୍ସବ । ଝିଲମିଲ ଆଲୋକମାଳ ସହ ମନମୁଗ୍ଧକର ପରିବେଶ । ଡିଜିଟାଲ ଆତସବାଜୀ ସହ ବିଗ ଲୋଟସ ଅଲିମ୍ପକ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ 19ତମ ଏସୀୟ କ୍ରୀଡାର ଗ୍ରାଣ୍ଡ ଓପନିଂ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରାଚୀନ ଓ ଆଧୁନିକତାର ଝଲକ ରଙ୍ଗୀନ ଆଲୋକମାଳର ସମାରୋହ ମଧ୍ୟରେ ଏସୀୟ କ୍ରୀଡାର ଉଦଘାଟନୀ ଉତ୍ସବ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା । ବିଶେଷ କରି ମଶାଲ ପ୍ରଜ୍ଜ୍ବଳନ ସମସ୍ତଙ୍କର ମନମୁଗ୍ଧ କରିଥିଲା । ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ମଶାଲ ଗ୍ରାଉଣ୍ଡରେ ପ୍ରବେଶ କରିଥିଲା । ଚୀନ ରାଷ୍ଟ୍ରପତି ଜି ଜିନିପିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ । ଭାରତ ପକ୍ଷରୁ ହକି ତାରକା ହର୍ମନପ୍ରୀତ ସିଂହ ଓ ବକ୍ସର ଲଭଲିନା ଧ୍ୱଜା ବାହାକ ସାଜିଥିଲେ ।

  • As the Asian Games commence, I convey my best wishes to the Indian contingent. India’s passion and commitment to sports shines through as we send our largest ever contingent in the Asian Games. May our athletes play well and demonstrate in action what true sporting spirit is. pic.twitter.com/KLlsBj0C3e

    — Narendra Modi (@narendramodi) September 23, 2023 " class="align-text-top noRightClick twitterSection" data=" ">

ଭାରତୀୟ ସମୟ 5ଟା 30ମିନିଟରୁ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା । ଚୀନ ଜାତୀୟ ପତାକା ଉତ୍ତୋଳନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚୀନର କଳା, ସଂସ୍କୃତି ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହୋଇଥିଲା । 3ଟି ମାକ୍ସଟ୍‌ ଗ୍ରାଉଣ୍ଡକୁ ପ୍ରବେଶ କରିବା ପରେ ସମସ୍ତ ଦେଶର ଆଥଲେଟଙ୍କୁ ସ୍ବାଗତ କରିଥିଲେ । ପ୍ରଥମ ଦେଶ ଭାବେ ଆଫଗାନିସ୍ତାନ ଦଳ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଏହାପରେ ବାହାରିନସ ବାଂଲାଦେଶ, ଭୁଟାନର ପ୍ରତିଯୋଗୀ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ହଙ୍ଗକଙ୍ଗ ପରେ ଭାରତୀୟ ଦଳ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ପାରମ୍ପରିତ ପୋଷାକ ପରିଧାନ କରି ହର୍ମନପ୍ରୀତ ସିଂହ ଓ ଲଭଲିନା ଜାତୀୟ ପତାକା ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ । ଏହାପରେ ଜାପାନ, ଇରାନ, ଇରାକ, ଇଣ୍ଡୋନେସିଆ, ଜୋର୍ଡାନ, କାଜାଖସ୍ତାନ, କୁଏତ, ମାଲେସିଆ, ମକାଉ, ଲାଓସ, ଲେବାନନ, ମାଳଦ୍ବୀପ, ମଙ୍ଗୋଲିଆ, ମିଆଁମାର, ନେପାଳ, ଉତ୍ତରକୋରିଆ, ଓମାନ, ପାକିସ୍ତାନ, କତାର ଓ ସିଙ୍ଗାପୁର ସମେତ ବିଭିନ୍ନ ଦେଶ ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ । ଶେଷରେ ଆୟୋଜକ ଚୀନର ଆଥଲେଟ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ ।

ଏହା ବି ପଢନ୍ତୁ...Asian Games: ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ଚୀନରେ ହଙ୍ଗଝୌରେ 19ତମ ଏସୀୟ କ୍ରୀଡ଼ା ଆରମ୍ଭ ହୋଇଛି । ଏନେଇ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଭାରତୀୟ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ଉତ୍ସହଭରା ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି, ''ମୁଁ ଭାରତୀୟ ଦଳକୁ ଶୁଭକାମନା ଜଣାଉଛି । ଏଥର ଆମେ ସବୁଠୁ ବଡ ଦଳ ପଠାଇଛୁ । ଏହା କ୍ରୀଡ଼ା ପ୍ରତି ଭାରତର ଉତ୍ସାହ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି । ମୋର ଆଶା ଆମ ଆଥଲେଟମାନେ ଭଲ ପ୍ରଦର୍ଶନ କରିବେ ଏବଂ ଖେଳ ଭାବନାର ଉତ୍କୃଷ୍ଠ ଉଦାହରଣ ଦେବେ ।''

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ଏହି ଏସୀୟ କ୍ରୀଡାରେ 45ଟି ଦେଶର 12500ରୁ ଉର୍ଦ୍ଧ୍ବ ଆଥଲେଟ୍‌ ଭାଗ ନେଇଛନ୍ତି । ଏହି କ୍ରୀଡ଼ା ମହାକୁମ୍ଭରେ ଭାରତରୁ ମୋଟ 655 ଆଥଲେଟ୍‌ ପ୍ରତିନିଧିତ୍ବ କରିଛନ୍ତି । ଏଥିରେ ମୋଟ 316ଜଣ ମହିଲା ଆଥଲେଟ ରହିଛନ୍ତି । 40ଟି କ୍ରୀଡ଼ା ଇଭେଣ୍ଟରେ 481ଟି ସ୍ବର୍ଣ୍ଣ ପଦକ ପାଇଁ ବିଗ ଫାଇଟ୍‌ ହେବ । 56ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଖେଳାଯିବ । ଏଥର ଏସୀୟ କ୍ରୀଡ଼ାରେ ଭାରତଠୁ 100ରୁ ଅଧିକ ପଦକ ଆଶା କରାଯାଉଛି । ଗତ 2018 ସଂସ୍କରଣରେ ଭାରତ ରେକର୍ଡ ସଂଖ୍ୟକ 70ଟି ପଦକ ଜିତିବାରେ ସଫଳ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.