ETV Bharat / sports

Asian Games 2023: ମହିଳା ହକି ଦଳ ଅପରାଜେୟ, ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ ଡ୍ର'

19ତମ ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ଦମଦାର ପ୍ରଦର୍ଶନ କରିବା ସହିତ ଏଯାବଦ ଅପରାଜେୟ ରହିଛି । ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ 1-1ରେ ଡ୍ର ରହିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 2, 2023, 10:14 AM IST

ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ ଡ୍ର
Asian Games 2023

ହଙ୍ଗଝୌ: ଚୀନରେ ଚାଲିଥିବା ଏସୀଆନ ଗେମ୍ସରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସିଙ୍ଗାପୁର ଓ ମାଲେସିଆ ବିପକ୍ଷରେ ଏକତରଫା ବିଜୟ ପରେ ତୃତୀୟ ମ୍ୟାଚ ଦକ୍ଷିଣ କୋରିଆ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ 1-1ରେ ଡ୍ର ରହିଛି । ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ଏଯାବତ ଅପରାଜେୟ ରହିବା ସହିତ ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଛି ।

ଗଙ୍ଗ୍ଶୁ କାନାଲ ସ୍ପୋର୍ଟ୍ସ ପାର୍କ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚଟି କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମ କ୍ବାର୍ଟରରେ ଦକ୍ଷିଣ କୋରିଆ ଗୋଲ ଖାତା ଖୋଲିଥିଲା । 12ତମ ମିନିଟରେ ଦଳ ପକ୍ଷରୁ ହୟଜିନ ଚୋ ଗୋଲ ସ୍କୋର କରିଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲା ।

ଆକ୍ରମଣ ପ୍ରତିଆକ୍ରମଣ ଭିତରେ ଦ୍ବିତୀୟ କ୍ବାର୍ଟରର ଗୋଲ ଶୂନ୍ୟ ରହିଥିଲା । ଭାରତ ଏକାଧିକ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲ କରିପାରିନଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଦକ୍ଷିଣ କୋରିଆ 1-0ରେ ଆଗୁଆ ଥିଲା । ଭାରତ ହାତରୁ ମ୍ୟାଚ ଖସି ଯିବା ଆଶଙ୍କା କରାଯାଉଥିଲା । ତୃତୀୟ କ୍ବାର୍ଟରରେ ଭାରତ ଜୋରଦାର ଆକ୍ରମଣ କରିଥିଲା । ତୃତୀୟ କ୍ବାର୍ଟରରେ 44ତମ ମିନିଟରେ ଅଭିଜ୍ଞ ନବନୀତ କୌରଙ୍କ ଗୋଲ ବଳରେ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଥିଲା । ସ୍ଥିତି 1-1ରେ ବରାବର ରହିଥିଲା । ଆସନ୍ତାକାଲି(ମଙ୍ଗଳବାର) ଭାରତ ତାର ଅନ୍ତିମ ଲିଗ୍‌ ମ୍ୟାଚରେ ହଂକଂକୁ ଭେଟିବ ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଐତିହାସିକ ରୌପ୍ୟ ପଦକ

ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡାରେ ପ୍ରଥମ ମ୍ୟାଚରେ ସିଙ୍ଗାପୁରକୁ 13-0 ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ 0-6 ଗୋଲରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ ଡ୍ର ହେବା ପରେ ବି ଭାରତ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ ସହ ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିଛି । ଏଯାବତ ଅପରାଜେୟ ରହିବା ସହିତ ଗ୍ରୁପ-ଏରେ ଶୀର୍ଷ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ଓ ମହିଳା ସ୍ପିଡ ସ୍କେଟିଂ ରିଲେ ଦଳକୁ ବ୍ରୋଞ୍ଜ

ଏହା ବି ପଢନ୍ତୁ...Asian Games 2023: ମହିଳା ହକି ଦଳର ବିଜୟ ଅଭିଯାନ, 13-0 ଗୋଲରେ ହାରିଲା ସିଙ୍ଗାପୁର

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 55ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବାବେଳେ 21ଟି ରୌପ୍ୟ ପଦକ ଓ 21ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସୁଟିଂରେ ଶ୍ରେଷ୍ଠ ସଫଳତା ସହ ମୋଟ 15 ପଦକ ଭାରତକୁ ମିଳିଛି । ଆଜି ନବମ ଦିନରେ ଭାରତକୁ ସ୍ପିଡ୍‌ ସ୍କେଟିଂରେ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.