ETV Bharat / sports

Asian Games 2023: ଐତିହାସିକ ସଫଳତା ସହ ଚତୁର୍ଥରେ ଭାରତ ଅଭିଯାନ ଶେଷ, ଏଥର ପଦକ ଶହେ ପାର - ଏସୀୟ କ୍ରୀଡା 2023ରେ ଭାରର ପଦକ

19ତମ ଏସୀୟ କ୍ରୀଡାରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଐତିହାସିକ ସଫଳତା ସହ ରେକର୍ଡ ସଂଖ୍ୟକ 107 ପଦକ ହାସଲ କରିଛି । ଅଧିକ ପଢନ୍ତୁ

Asian Games 2023
Asian Games
author img

By ETV Bharat Odisha Team

Published : Oct 8, 2023, 8:55 AM IST

ନୂଆଦିଲ୍ଲୀ: 'ଅବ କି ବାର 100 ପାର' ଯେଉଁ ମିଶନରେ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା ତାହା ସଫଳ ହୋଇଛି । ଅର୍ଥାତ ଏଥର ପଦକ ଶହେ ପାର କରିବାର ଯେଉଁ ଲକ୍ଷ୍ୟ ନେଇ ଭାରତ 19ତମ ଏସୀୟ କ୍ରୀଡାରେ ଅଭିଯାନ ଆରମ୍ଭ କରିଥିଲା ତାହା ସତ ହୋଇଛି । ମୋଟ 22ଟି ଇଭେଣ୍ଟରେ ରେକର୍ଡ 107 ପଦକ ହାସଲ କରି ଚତୁର୍ଥ ସ୍ଥାନରେ ଭାରତ ତାର ଅଭିଯାନ ଶେଷ କରିଛି । ଦୌଡ଼କୁଦରେ ସର୍ବାଧିକ 29 ପଦକ ରହିଛି । ମୋଟ 107 ପଦକୁ 28ଟି ସ୍ବର୍ଣ୍ଣ, 38ଟି ରୌପ୍ୟ ଓ 41ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ଏହା ଭାରତର ଏକ ଐତିହାସିକ ସଫଳତା । 72 ବର୍ଷ ଇତିହାସରେ ଭାରତ ଯାହା କରିପାରିନଥିଲା ତାହା ଏଥର କରି ଦେଖାଇଛି । ଏହି ସଫଳତା ନେଇ ଭାରତକୁ ଶଭେଚ୍ଛାର ସୁଅ ଛୁଟିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ନେଇ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

2023 ଏସୀୟ କ୍ରୀଡାରେ ଭାରତର ରେକର୍ଡ ପଦକ: 2002 ଏସିଆନ ଗେମ୍ସ ସଂସ୍କରଣରେ ଭାରତ 36ଟି ପଦକ ଜିତିଥିଲା । 2006ରେ 53ଟି ପଦକ । 2010ରେ 65ଟି ପଦକ ଜିତିଥିଲା । 2014ରେ 57 ପଦକ ଜିତିଥିଲା । 2018ରେ 70 ପଦକ ହାସଲ କରିଥିଲା । ମାତ୍ର ଏଥର ସବୁ ରେକର୍ଡ ଭାଙ୍ଗି 2023 ଏସୀୟ କ୍ରୀଡା ସଂସ୍କରଣରେ ମୋଟ 107 ପଦକ ହାସଲ କରିବାରେ ସଫଳ ହୋଇଛି । ଏଥର ପଦକ ସଂଖ୍ୟା ଶହେ ପାର କରିବାକୁ ଯେଉଁ ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ତାହା ପୂରଣ ହୋଇଛି ।

ଭାରତର ପଦକ: ମୋଟ 22ଟି ଇଭେଣ୍ଟରେ ଭାରତ ମୋଟ 107 ପଦକ ଦାସଲ କରିଛି । ସୁଟିଂରେ 7 ସ୍ବର୍ଣ୍ଣ, 9 ରୌପ୍ୟ ଓ 6 କାଂସ୍ୟ ସହ ମୋଟ 22 ପଦକ । ଦୌଡକୁଦରେ 6 ସ୍ବର୍ଣ୍ଣ, 14 ସ୍ବର୍ଣ୍ଣ, 9 ବ୍ରୋଞ୍ଜ ସହ ମୋଟ 29 ପଦକ ରହିଛି । ସେହିପରି ତୀରନ୍ଦାଜୀରେ 5 ସ୍ବର୍ଣ୍ଣ, 2ଟି ରୌପ୍ୟ, 2ଟି କାଂସ୍ୟ ସହ ମୋଟ 9 ପଦକ, ସ୍କ୍ବାଶରେ 2ଟି ସ୍ବର୍ଣ୍ଣ, 1ଟି ରୌପ୍ୟ, 2ଟି ବ୍ରୋଞ୍ଜ ପଦକ । କ୍ରିକେଟରେ 2ଟି ସ୍ବର୍ଣ୍ଣ କବାଡ଼ିରେ ମଧ୍ୟରେ 2ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ ବ୍ୟାଡମିଣ୍ଟନରେ 1ଟି ସ୍ବର୍ଣ୍ଣ, 1ଟି ରୌପ୍ୟ ଓ 1ଟି ବ୍ରୋଞ୍ଜ ପଦକ ରହିଛି । ଟେନିସ୍‌ରେ 1ଟି ସ୍ବର୍ଣ୍ଣ, 1ଟି ରୌପ୍ୟ ମିଳିଥିବା ବେଳେ ହକିରେ 1ଟି ସ୍ବର୍ଣ୍ଣ ଓ 1ଟି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ରୋଇଂରେ 2ଟି ରୌପ୍ୟ, 3ଟି କାଂସ୍ୟ, ବକ୍ସିଂରେ 1ଟି ରୌପ୍ୟ ଓ 4ଟି କାଂସ୍ୟ ପଦକ ହାସଲ କରିଛି ଭାରତ । ସେହିପରି ସେଲିଂରେ 1ଟି ରୌପ୍ୟ ଓ 2ଟି କାଂସ୍ୟ, ଉଷୁରେ 1ଟି ରୌପ୍ୟ, ଗଲ୍ଫରେ 1ଟି ରୌପ୍ୟ, ରୋଲର ସ୍କେଟିଂରେ 2ଟି କାଂସ୍ୟ, ଟିଟିରେ 1ଟି କାଂସ୍ୟ, କାନୋଇଂରେ 1ଟି କାଂସ୍ୟ, ରେସଲିଂରେ 1ଟି ରୌପ୍, 5ଟି ବ୍ରୋଞ୍ଜ, ସିପକଟାକ୍ରରରେ 1ଟି ବ୍ରୋଞ୍ଜ ଓ ଚେସରେ 2ଟି ବ୍ରୋଞ୍ଜ ପଦକ ସହ ମୋଟ 107 ପଦକ ଜିତିଛି ଭାରତ ।

ପଦକ ବିଜେତାଙ୍କ ମଧ୍ୟରେ 3 ଓଡିଆ: ଏସୀୟ କ୍ରୀଡାରେ ଭାରତକୁ ଐତିହାସିକ 107 ପଦକ ମିଳିଛି । ଏଥିରେ ଓଡିଆ ଖେଳାଳିଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଭାରତୀୟ ହକି ଦଳରେ ଅମିତ ରୋହିଦାସ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଜେନା ରୌପ୍ୟ ପଦକ ଦାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି । ଏଥରେ ଏସୀୟ କ୍ରୀଡାରେ ମୋଟ 14 ଜଣ ଅଂଶ ଗ୍ରହଣ କରିଥିଲେ ସେଥିରେ 3 ଜଣ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: କବାଡିରେ ଭାରତକୁ ଉଭୟ ପୁରୁଷ ଓ ମହିଳା ଦେଲେ ସ୍ବର୍ଣ୍ଣ

ଶେଷ ଦିନରେ 6 ସ୍ବର୍ଣ୍ଣ ସହ ମୋଟ 12 ପଦକ: 19 ତମ ଏସୀୟ କ୍ରୀଡାରେ ଭାରତ ଅନ୍ତିମ ପଦକ ଦିବସରେ ମୋଟ 12ଟି ପଦକ ହାସଲ କରିଛି । ସେଥିରେ 6ଟି ସ୍ବର୍ଣ୍ଣ ପଦକ ସହ 4 ରୌପ୍ୟ ଓ 2ଟି ବ୍ରୋଞ୍ଜ ପଦକ ଜିତିଛି । କାବଡି ଓ କ୍ରିକେଟରେ ସ୍ବର୍ଣ୍ଣ ମୂଳପୋଛ କରିଥିଲା ଭାରତ । ବ୍ୟାଡମିଣ୍ଟନ ଓ ତୀରନ୍ଦାଜୀରେ ସ୍ବର୍ଣ୍ଣ ସହ ଚେସ, ରେସଲିଂରେ ରୌପ୍ୟ, ମହିଳା ହକି ଦଳକୁ ବ୍ରୋଞ୍ଜ ସଫଳତା ମିଳିଥିଲା ।

ଦୀପର ପୁନିଆ ଜିତିଲେ ରୌପ୍ୟ: ପୁରୁଷ ରେସଲିଂରେ 86 କେଜି ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି । ଦୀପକ ଫାଇନାଲରେ ଇରାନର ହାସନ ଯାଜଦାନୀଚରତୀଙ୍କଠୁ 10-0ରେ ପରାସ୍ତ ହୋଇ ସ୍ବର୍ଣ୍ଣରୁ ବଞ୍ଚିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

10ରେ ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା ସମସ୍ତ ଆଥଲେଟଙ୍କୁ ଭେଟିବେ । ଆସନ୍ତା 10 ତାରିଖରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶ ପାଇଁ ଗୌରବ ଆଣିଥିବା ସମସ୍ତ ଖେଳାଳିଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ । ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଥଲେଟଙ୍କ ପ୍ରଦର୍ଶନ ଦେଶ ପାଇଁ ଗୌରବ ଆଣିଦେଇଛି ଆସନ୍ତା 10 ତାରିଖରେ ଖେଳାଳିଙ୍କ ସହ କଥା ହେବାକୁ ଉତ୍ସାହିତ ଥିବା ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ

ପ୍ରକାଶ ଥାଉ କି, ସେପ୍ଟେମ୍ବର 23 ତାରିଖରୁ ଚୀନ ହଙ୍ଗଝୌରେ ଚାଲିଥିବା ସମ୍ମାନଜନକ ପ୍ରତିଯୋଗିତା ଏସୀୟ କ୍ରୀଡା ଶେଷ ହୋଇଛି । ଏଥିରେ ଭାରତ ସର୍ବଶ୍ରେଷ୍ଠ ପଦର୍ଶନ କରିଛି । ମୋଟ 107 ରେକର୍ଡ ପଦକ ହାସଲ କରି ଭାରତୀୟ କଣ୍ଟିଜେଣ୍ଟ ଅଭିଯାନ ଶେଷ କରିଛନ୍ତି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ 379 ପଦକ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନା 185 ପଦକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ 188 ପଦକ ସହ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.