ETV Bharat / sports

Asian Games 2023: ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ, ପଦକ ସଂଖ୍ୟା 71 ଛୁଇଁଲା

19 ତମ ଏସୀୟ କ୍ରୀଡାର 11ତମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଗୋଟିଏ ସ୍ବର୍ଣ୍ଣ ଗୋଟିଏ ବ୍ରୋଞ୍ଜ ପଦକ ସହ ଭାରତର ପଦକ ସଂଖ୍ୟା 71ରେ ପହଞ୍ଚିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 4, 2023, 9:33 AM IST

Asian Games 2023
Archery Mixed Team wins gold in asian games

ହଙ୍ଗଝୌ: ଏସୀୟ କ୍ରୀଡାରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ । 11ତମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ 35 ମିଟର ରେସ୍‌ୱାକ୍‌ ମିକ୍ସଡ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା 71ରେ ପହଞ୍ଚିଛି । ସେଥିରେ 16ଟି ସ୍ବର୍ଣ୍ଣ ପଦକ ରହିଛି ।

  • 🥇🏹 𝗔 𝗚𝗢𝗟𝗗 𝗪𝗜𝗡 𝗜𝗡 𝗔𝗥𝗖𝗛𝗘𝗥𝗬! 🏹🥇#KheloIndiaAthletes Ojas and @VJSurekha have hit the bullseye and clinched India's FIRST GOLD in archery, defeating Korea by a scoreline of 159 - 158! 🇮🇳🌟

    Their impeccable skill and teamwork have earned them the ultimate… pic.twitter.com/eMmhxU6W7b

    — SAI Media (@Media_SAI) October 4, 2023 " class="align-text-top noRightClick twitterSection" data=" ">

ଏସୀୟ ଗେମ୍ସ ତୀରନ୍ଦାଜୀରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ତୀରନ୍ଦାଜୀରେ ଭାରତକୁ ଏହା ପ୍ରଥମ ପଦକ । ମିକ୍ସଡ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଛି । ଜ୍ୟୋତି ଭେନମ ଓ ଓଜାସ ଡିଓଟାଲେ ସ୍ବର୍ଣ୍ଣ ପଦକ ସଫଳତା ହାସଲ କରିଛନ୍ତି । 159-158 ସ୍କୋର କରି ଦକ୍ଷିଣ କୋରିଆ ଯୋଡିକୁ ପରାସ୍ତ କରି ଏହି ଭାରତୀୟ ଯୋଡି ସଫଳତା ହାସଲ କରିଛନ୍ତି । ଏହି ବିଜୟ ସହ ଭାରତ ଗୋଟିଏ ସଂସ୍କରଣରେ ସର୍ବାଧିକ ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି । ସେପଟେ ତୀରନ୍ଦାଜୀ କ୍ରୀଡା ବ୍ୟକ୍ତିଗତ କମ୍ପାଉଣ୍ଟ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ମୋଟ 3ଟି ପଦକ ପକ୍କା କରିଛନ୍ତି । ପୁରୁଷ ବର୍ଗରେ ଓଜସ ପ୍ରବୀଣ ଦେଓତାଲେ ଓ ଅଭିଷେକ ବର୍ମା ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା କମ୍ପାଉଣ୍ଡରେ ଜ୍ୟୋତି ସୁରେଖା ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ବ ଚମ୍ପିଆନ ଅଦିତି ଗୋସ୍ବାମୀ ବ୍ରୋଞ୍ଜ ପଦକ ପାଇଁ ଖେଳିବେ ।

ଏହା ବି ପଢନ୍ତୁ...Asian Games 2023: ହଂକଂକୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

ଏହା ସହିତ ଭାରତକୁ ଆଉ ଏକ ପଦକ ମିଳିଛି । 35 ମିଟର ରେସ୍‌ୱାକ୍‌ ମିକ୍ସଡ ଟିମ୍‌ ଇଭେଣ୍ଟ୍‌ରେ ବ୍ରୋଞ୍ଜ୍‌ ପଦକ ମିଳିଛି । ମଞ୍ଜୁ ରାଣୀ ଓ ରାମବାବୁ ଏହି ସଫଳତା ଆଣିଛନ୍ତି । ଏହି ସଫଳତା ସହ ଭାରତର ବ୍ରୋଞ୍ଜ୍‌ ପଦକ ସଂଖ୍ୟା 29ରେ ପହଞ୍ଚିଛି । ରାମବାବୁ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ମଞ୍ଜୁ ଷଷ୍ଠ ସ୍ଥାନରେ ରହି ତୃତୀୟ ପୁରସ୍କାର ହାତେଇଛନ୍ତି । ଭାରତୀୟ ଯୋଡି 5:51:14 ରେସ୍‌ ପୁରୀ କରିବାକୁ ଟାଇମିଂ ନେଇଥିଲେ । ଚୀନ ଯୋଡ଼ି ଓ ଜାପାନ ଯୋଡି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ସଫଳତା ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: ଯଶ୍ବସୀଙ୍କ ଧୂଆଁଧାର ଶତକ, ନେପାଳକୁ 23 ରନରେ ହରାଇ ସେମିରେ ଭାରତ

ଏହା ବି ପଢନ୍ତୁ....Asian Games 2023: ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କୁ ସ୍ବର୍ଣ୍ଣ, ୧୦ମ ଦିନରେ ଭାରତକୁ ୯ ପଦକ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଭିମୁଖେ ଭାରତ । ଭାରତ ଏଯାବତ 71ଟି ପଦକ ହାସଲ କିରିଛି । ସେଥିରେ 16ଟି ସ୍ବର୍ଣ୍ଣ, 26ଚି ରୌପ୍ୟ ଓ 29ଟି ବ୍ରୋଞ୍ଜ୍‌ ପଦକ ରହିଛି । ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଆୟୋଜକ ଚୀନ ସର୍ବାଧିକ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଜାପାନ ଓ ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.