ETV Bharat / sports

Australian Open 2023: ବାଜିମାତ୍ କଲେ ବେଲାରୁସର ଅରିନା, ପ୍ରଥମଥର ହାତେଇଲେ ଟାଇଟଲ

author img

By

Published : Jan 28, 2023, 9:34 PM IST

ଆଜି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ବେଲାରୁସର ଅରିନା ସବାଲେଙ୍କା ଅଷ୍ଟ୍ରେଲିଆ ଓପନ ୨୦୨୩ ଟାଇଟଲ ବାଜି ମାତ୍ କରିବାରେ ସଫଳ ହୋଇଛନ୍ତି । ଅଧିକ ପଢନ୍ତୁ

ଅରିନା ସବାଲେଙ୍କା
ଅରିନା ସବାଲେଙ୍କା

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ଓପନ ୨୦୨୩ ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇଲେ ବେଲାରୁସର ଅରିନା ସବାଲେଙ୍କା । ଆଜି (ଶନିବାର) ଖେଳାଯାଇଥିବା ଫାଇନାଲ ମୁକାବିଲାରେ କାଜାକସ୍ଥାନର ଏଲିନା ରିବୋକିନାଙ୍କୁ ପରାସ୍ତ କରି ଟାଇଟଲ ବାଜି ମାତ୍ କରିବାରେ ସଫଳ ହୋଇଛନ୍ତି । ୪-୬, ୬-୩, ୬-୪ ସେଟରେ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ଅରିନା ସବାଲେଙ୍କା । ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ୨୮ ମିନିଟ ଧରି କଡା ମୁକାବିଲା ହୋଇଥିଲା । ତେବେ ବେଲାରୁସର ଅରିନା ସବାଲେଙ୍କା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ସେପଟେ ଏଲିନା ରିବୋକିନା ଦ୍ବିତୀୟ ଥର ପାଇଁ ଗ୍ରାଣ୍ଡ ସ୍ଲାମରେ ପରାଜୟର ମୁହଁ ଦେଖିଛନ୍ତି ।

ପ୍ରଥମ ସେଟରେ ଅରିନା ସବାଲେଙ୍କାଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ପ୍ରଥମ ସେଟରେ ତାଙ୍କର ଖରାପ ପ୍ରଦର୍ଶନ ସହିତ ସେ ଏଲିନା ରିବୋକିନାଙ୍କଠାରୁ ପଏଣ୍ଟରେ ପଛରେ ରହିଥିଲେ । ପରେ ଦ୍ବିତୀୟ ସେଟରେ ଜବରଦସ୍ତ କମ ବ୍ୟାକ କରିଥିଲେ ଅରିନା ସବାଲେଙ୍କା । ଦ୍ବିତୀୟ ଏବଂ ତୃତୀୟ ସେଟରେ ସେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଲରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ୨୪ ବର୍ଷିୟ ଅରିନା ସବାଲେଙ୍କା ପ୍ରଥମ ସେଟରେ ୬-୪ରେ ପରାସ୍ତ ହୋଇଥିଲେ । ଏହା ପରେ ଦ୍ବିତୀୟ ସେଟରେ ୬-୩ ପଏଣ୍ଟରେ କମବ୍ୟାକ କରିଥିଲେ । ଉଭୟଙ୍କ ମୁକାବିଲା ୧-୧ରେ ବରାବର ରହିଥିଲା । ସେପେଟେ ତୃତୀୟ ତଥା ଅନ୍ତିମ ସେଟ ସବଲେଙ୍କା ୬-୪ ରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ।

There's nothing like your first Grand Slam singles title 🏆@SabalenkaA#AusOpen#AO2023 pic.twitter.com/O48azgVzWu

— #AusOpen (@AustralianOpen) January 28, 2023 " class="align-text-top noRightClick twitterSection" data=" ">

ତେବେ ଏହି ଐତିହାସିକ ବିଜୟ ପରେ ଅରିନା ସବାଲେଙ୍କା କହିଥିଲେ, "ମୁଁ ଫାଇନାଲ ମ୍ୟାଚ ନେଇ ବହୁତ ନର୍ଭସ ଥିଲି । ଏହି ଟୁର୍ଣ୍ଣାମେଣ୍ଟ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମୋତେ ସମର୍ଥନ କରିଥିବାକୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଏହା ସହିତ ମୁଁ ମୋର ଟିମ ମେଟ୍ସ ଏବଂ କୋଚଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି । ଗତ ବର୍ଷ ମଁ ମୋ କ୍ୟାରିୟରେ ବହୁତ ସଂଘର୍ଷ କରିଥିଲି । ମୋଠୁ ଅଧିକ ଆପଣମାନେ ଏହି ଟାଇଟଲର ହକଦାର ।"

ଚତୁର୍ଥ ଥର ପାଇଁ ସବାଲେଙ୍କା ରିବୋକିନାଙ୍କୁ ମାତ୍ ଦେଇଛନ୍ତି

ଅରିନା ସବାଲେଙ୍କା ଏବଂ ଏଲିନା ରିବୋକିନାଙ୍କ ମଧ୍ୟରେ ଚତୁର୍ଥ ଥର ପାଇଁ ମୁକାବିଲା ହୋଇଥିଲା । ଏହା ପୂର୍ବରୁ ରିବୋକିନା ଏବଂ ସବାଲେଙ୍କାଙ୍କ ମଧ୍ୟରେ ୨୦୨୧ରେ ୱିବଲଣ୍ଡନ ଚମ୍ପିଆନସିପରେ ମୁହାଁମୁହିଁ ହୋଇଥିଲେ । ଏହା ସହିତ ଆବୁଧାବି ୨୦୨୧ ଏବଂ ବୁହାନ ଓପନ ୨୦୧୯ କ୍ବାର୍ଟର ଫାଇନାଲରେ ଉଭୟ ପରସ୍ପରକୁ ଭେଟିଥିଲେ । ଏହି ତିନୋଟି ମ୍ୟାଚରେ ସବାଲେଙ୍କା ରିବୋକିନାଙ୍କୁ ମାତ୍ ଦେବାରେ ସଫଳ ରହିଥିଲେ ।

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ଓପନ ୨୦୨୩ ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇଲେ ବେଲାରୁସର ଅରିନା ସବାଲେଙ୍କା । ଆଜି (ଶନିବାର) ଖେଳାଯାଇଥିବା ଫାଇନାଲ ମୁକାବିଲାରେ କାଜାକସ୍ଥାନର ଏଲିନା ରିବୋକିନାଙ୍କୁ ପରାସ୍ତ କରି ଟାଇଟଲ ବାଜି ମାତ୍ କରିବାରେ ସଫଳ ହୋଇଛନ୍ତି । ୪-୬, ୬-୩, ୬-୪ ସେଟରେ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ଅରିନା ସବାଲେଙ୍କା । ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ୨୮ ମିନିଟ ଧରି କଡା ମୁକାବିଲା ହୋଇଥିଲା । ତେବେ ବେଲାରୁସର ଅରିନା ସବାଲେଙ୍କା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ସେପଟେ ଏଲିନା ରିବୋକିନା ଦ୍ବିତୀୟ ଥର ପାଇଁ ଗ୍ରାଣ୍ଡ ସ୍ଲାମରେ ପରାଜୟର ମୁହଁ ଦେଖିଛନ୍ତି ।

ପ୍ରଥମ ସେଟରେ ଅରିନା ସବାଲେଙ୍କାଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ପ୍ରଥମ ସେଟରେ ତାଙ୍କର ଖରାପ ପ୍ରଦର୍ଶନ ସହିତ ସେ ଏଲିନା ରିବୋକିନାଙ୍କଠାରୁ ପଏଣ୍ଟରେ ପଛରେ ରହିଥିଲେ । ପରେ ଦ୍ବିତୀୟ ସେଟରେ ଜବରଦସ୍ତ କମ ବ୍ୟାକ କରିଥିଲେ ଅରିନା ସବାଲେଙ୍କା । ଦ୍ବିତୀୟ ଏବଂ ତୃତୀୟ ସେଟରେ ସେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଲରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ୨୪ ବର୍ଷିୟ ଅରିନା ସବାଲେଙ୍କା ପ୍ରଥମ ସେଟରେ ୬-୪ରେ ପରାସ୍ତ ହୋଇଥିଲେ । ଏହା ପରେ ଦ୍ବିତୀୟ ସେଟରେ ୬-୩ ପଏଣ୍ଟରେ କମବ୍ୟାକ କରିଥିଲେ । ଉଭୟଙ୍କ ମୁକାବିଲା ୧-୧ରେ ବରାବର ରହିଥିଲା । ସେପେଟେ ତୃତୀୟ ତଥା ଅନ୍ତିମ ସେଟ ସବଲେଙ୍କା ୬-୪ ରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ।

ତେବେ ଏହି ଐତିହାସିକ ବିଜୟ ପରେ ଅରିନା ସବାଲେଙ୍କା କହିଥିଲେ, "ମୁଁ ଫାଇନାଲ ମ୍ୟାଚ ନେଇ ବହୁତ ନର୍ଭସ ଥିଲି । ଏହି ଟୁର୍ଣ୍ଣାମେଣ୍ଟ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମୋତେ ସମର୍ଥନ କରିଥିବାକୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଏହା ସହିତ ମୁଁ ମୋର ଟିମ ମେଟ୍ସ ଏବଂ କୋଚଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି । ଗତ ବର୍ଷ ମଁ ମୋ କ୍ୟାରିୟରେ ବହୁତ ସଂଘର୍ଷ କରିଥିଲି । ମୋଠୁ ଅଧିକ ଆପଣମାନେ ଏହି ଟାଇଟଲର ହକଦାର ।"

ଚତୁର୍ଥ ଥର ପାଇଁ ସବାଲେଙ୍କା ରିବୋକିନାଙ୍କୁ ମାତ୍ ଦେଇଛନ୍ତି

ଅରିନା ସବାଲେଙ୍କା ଏବଂ ଏଲିନା ରିବୋକିନାଙ୍କ ମଧ୍ୟରେ ଚତୁର୍ଥ ଥର ପାଇଁ ମୁକାବିଲା ହୋଇଥିଲା । ଏହା ପୂର୍ବରୁ ରିବୋକିନା ଏବଂ ସବାଲେଙ୍କାଙ୍କ ମଧ୍ୟରେ ୨୦୨୧ରେ ୱିବଲଣ୍ଡନ ଚମ୍ପିଆନସିପରେ ମୁହାଁମୁହିଁ ହୋଇଥିଲେ । ଏହା ସହିତ ଆବୁଧାବି ୨୦୨୧ ଏବଂ ବୁହାନ ଓପନ ୨୦୧୯ କ୍ବାର୍ଟର ଫାଇନାଲରେ ଉଭୟ ପରସ୍ପରକୁ ଭେଟିଥିଲେ । ଏହି ତିନୋଟି ମ୍ୟାଚରେ ସବାଲେଙ୍କା ରିବୋକିନାଙ୍କୁ ମାତ୍ ଦେବାରେ ସଫଳ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.