ପ୍ୟାରିସ: ଭାରତୀୟ ତୀରନ୍ଦାଜଙ୍କ ପାଇଁ ରବିବାର ହୋଇଛି ଶୁଭଙ୍କର । ମହିଳା ରିକର୍ଭ ଟିମ ସ୍ବର୍ଣ୍ଣ ବିଜୟିନୀ ହେବାପରେ ଦିନର ଦ୍ବିତୀୟ ସ୍ବର୍ଣ୍ଣ ଜିତିଛନ୍ତି ମିକ୍ସଡ ରିକର୍ଭ ଟିମ । ପ୍ୟାରିସରେ ଚଳିତ ତୀରନ୍ଦାଜ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ପତିପତ୍ନୀ ତୀରନ୍ଦାଜ ଯୋଡି ଅତନୁ ଦାସ ଓ ଦୀପିକା କୁମାରୀ । ମିକ୍ସଡ ରିକର୍ଭ ଟିମ ଇଭେଣ୍ଟରେ ନେଦରଲାଣ୍ଡସକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
-
Gold for India!
— SAIMedia (@Media_SAI) June 27, 2021 " class="align-text-top noRightClick twitterSection" data="
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCI
">Gold for India!
— SAIMedia (@Media_SAI) June 27, 2021
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCIGold for India!
— SAIMedia (@Media_SAI) June 27, 2021
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCI
ସେମିଫାଇନାଲରେ ଭାରତୀୟ ଟିମ ସ୍ପେନକୁ 5-3ରେ ହରାଇଥିଲା ଓ କ୍ବାର୍ଟରଫାଇନାଲରେ ଆମେରିକାକୁ 6-0ରେ ମାତ ଦେଇଥିଲା । ଦୀପିକା କୁମାରୀ, କୋମାଲିକା ବରି ଓ ଅଙ୍କିତା ଭକତଙ୍କୁ ନେଇ ଲଢିଥିବା ମହିଳା ରିକର୍ଭ ଟିମ ମଧ୍ୟ ପୂର୍ବରୁ ମେକ୍ସିକୋକୁ ହରାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।
ଶନିବାର, ଆମେରିକାର କ୍ରିସ ଶଚଫ୍ଙ୍କୁ ପୁରୁଷ ବିଭାଗରେ ହରାଇ ଭାରତର ଅଭିଶେକ ବର୍ମା ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ