ପ୍ୟାରିସ: ତୀରନ୍ଦାଜୀ ବିଶ୍ବକପରେ ଚମକିଲେ ଭାରତୀୟ ମହିଳା ଓ ପୁରୁଷ ଦଳ । ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଚାଲିଥିବା ତୀରନ୍ଦାଜୀ ବିଶ୍ବକପରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ଉଭୟ ମହିଳା ଓ ପୁରୁଷ କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତୀରନ୍ଦାଜୀ ବିଶ୍ବକପ ଷ୍ଟେଜ 4ରେ ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ପୁରୁଷ ଦଳ ଅଭିଷେକ, ପ୍ରବୀଣ ଓ ପ୍ରଥମେଶଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ମହିଳା ଦଳରେ ଆଦିତି ଗୋପୀଚାନ୍ଦ ସ୍ବାମୀ, ଜ୍ୟୋତି ସୁରେଖା ଭେନମ ଓ ପରନୀତ କୌର ଏହି ସଫଳତା ହାସଲ କରିଛନ୍ତି ।
-
The Men's Compound Team joins the🥇club at the Archery🏹 World Cup Stage 4⃣
— SAI Media (@Media_SAI) August 19, 2023 " class="align-text-top noRightClick twitterSection" data="
The trio of Abhishek, Prathamesh & Pravin defeated 🇺🇸 236-232 to mark this feat.
Many congratulations to all 🥳👏 pic.twitter.com/5bNJgHGLnz
">The Men's Compound Team joins the🥇club at the Archery🏹 World Cup Stage 4⃣
— SAI Media (@Media_SAI) August 19, 2023
The trio of Abhishek, Prathamesh & Pravin defeated 🇺🇸 236-232 to mark this feat.
Many congratulations to all 🥳👏 pic.twitter.com/5bNJgHGLnzThe Men's Compound Team joins the🥇club at the Archery🏹 World Cup Stage 4⃣
— SAI Media (@Media_SAI) August 19, 2023
The trio of Abhishek, Prathamesh & Pravin defeated 🇺🇸 236-232 to mark this feat.
Many congratulations to all 🥳👏 pic.twitter.com/5bNJgHGLnz
ପୁରୁଷ କମ୍ପାଉଣ୍ଡ ଦଳ ଆମେପିରାରକୁ 236-232 ବ୍ୟବଧାନରେ ପରାସ୍ତ କରି ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳା କମ୍ପାଉଣ୍ଡ ଦଳ 234-233 ମାତ୍ର ଏକ ପଏଣ୍ଟ ବ୍ୟବଧାନରେ ମେକ୍ସିକୋ ଦଳକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 2006 ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଓ ମହିଳା ଦଳ ଏଭଳି ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ତୀରନ୍ଦାଜୀ ବିଶ୍ବକପ ଷ୍ଟେଜ 4 ପଞ୍ଚମ ଦିବସରେ ଭାରତକୁ 2ଟି ସ୍ବର୍ଣ୍ଣ ସହ ମୋଟ 3ଟି ପଦକ ମିଳିଛି । ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ଜିତିଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ସୁରେଖା କାଂସ୍ୟ ପଦକ ଜିତିଛନ୍ତି ।
-
Update☑️: Archery🏹 World Cup Stage 4⃣, 🇫🇷
— SAI Media (@Media_SAI) August 19, 2023 " class="align-text-top noRightClick twitterSection" data="
🇮🇳's Compound Women's team of @VJSurekha, Aditi & Parneet open the account for the day with🥇 defeating 🇲🇽 234-233
Many congratulations to the team!! pic.twitter.com/YKMQqQxu7W
">Update☑️: Archery🏹 World Cup Stage 4⃣, 🇫🇷
— SAI Media (@Media_SAI) August 19, 2023
🇮🇳's Compound Women's team of @VJSurekha, Aditi & Parneet open the account for the day with🥇 defeating 🇲🇽 234-233
Many congratulations to the team!! pic.twitter.com/YKMQqQxu7WUpdate☑️: Archery🏹 World Cup Stage 4⃣, 🇫🇷
— SAI Media (@Media_SAI) August 19, 2023
🇮🇳's Compound Women's team of @VJSurekha, Aditi & Parneet open the account for the day with🥇 defeating 🇲🇽 234-233
Many congratulations to the team!! pic.twitter.com/YKMQqQxu7W
ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ରିକର୍ଭ ଦଳ କାଂସ୍ୟ ପଦକ ଜିତି ବିଜୟ ଖାତା ଖୋଲିଥିଲେ । ଅତନୁ ଦାସ, ଧୀରଜ ବୋମଦେବରା ଓ ତୁଷାର ସେଲଫକେ ପୁରୁଷ ତୀରନ୍ଦାଜୀ କାଂସ୍ୟ ପଦକ ମୁକାବିଲାରେ ସ୍ପେନକୁ 6-2 ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ଭଜନ କୌର, ଅଙ୍କିତା ଭକତ ଓ ସିମଲନଜିତ କୌରଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ସୁଟରେ ମେକ୍ସିକୋକୁ ପରାସ୍ତ କରିଥିଲା ।
ଏହା ବି ପଢନ୍ତୁ...Archery World Cup: ଆଦିତି ଗୋପିଚାନ୍ଦଙ୍କ ବିଶ୍ବ ରେକର୍ଡ
ଏହା ବି ପଢନ୍ତୁ...ଦୂତି ବାସନ୍ଦ ହେବା ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ବଡ଼ କ୍ଷତି: ଅଲିମ୍ପିକ ସଂଘ ସମ୍ପାଦକ
ଚତୁର୍ଥ ସେଟରେ ଶେଷରେ ଶେଷ ମୁକାବିଲାରେ 4-4 ବରାବର ସ୍ଥିତିରେ ରହିଥିଲା । 2024 ଅଲମ୍ପିକ୍ସ ପାଇଁ କୋଟା ସ୍ଥାନ ହାସଲ କରିବାରେ ଦୁଇ ଦଳ ବିଫଳ ହୋଇଛନ୍ତି । ନିକଟରେ କଲୋମ୍ବିଆରେ ଚାଲିଥିବା ତୀରନ୍ଦାଜୀ ବିଶ୍ବକପରେ ଆଦିତି ମହିଳା କମ୍ପାଉଣ୍ଡ ଯୋଗ୍ୟତା ବର୍ଗରେ ବିଶ୍ବ ରେକର୍ଡ କରିଥିଲେ । ମହିଳା କମ୍ପାଉଣ୍ଡ ଯୋଗ୍ୟତା ରାଉଣ୍ଡରେ 720ରୁ 711 ପଏଣ୍ଟ ସଂଗ୍ରହ କରି ପ୍ରଥମ ସ୍ଥାନ ସହ 18 ବର୍ଷରୁ କମ ବର୍ଗରେ ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ଏହା ସହିତ ଆମେରିକାର ଲିକୋ ଆରୋଓଲାଙ୍କ (705 ପଏଣ୍ଟ) ବିଶ୍ବ ରେକର୍ଡ ଭାଙ୍ଗିଥିଲେ ।