ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଟୋକିଓ ଅଲମ୍ପିକ୍ସ ପାଇଁ କାଉଣ୍ଟଡାଉନ । ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ କିଛିଦିନ ମଧ୍ୟରେ ଉଡାଣ ଭରିବ । ଏହା ପୂର୍ବରୁ ଖେଳାଳିଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସଠିକ ଢଙ୍ଗରେ କରିବାକୁ ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି । ଏହି କ୍ରମରେ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ସୋମବାର କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି । ଏଥିସହ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ପ୍ରସ୍ତୁତି ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।
-
7th Meeting of the High Level Committee @IndiaSports was held under the Chairmanship Union Minister Sh @ianuragthakur in Shastri Bhawan, New Delhi on 12th July 2021.
— Office of Mr. Anurag Thakur (@Anurag_Office) July 12, 2021 " class="align-text-top noRightClick twitterSection" data="
A review of the preparation/participation of the Indian Team for #Tokyo2020 Olympics was undertaken. pic.twitter.com/LL9xjpkQ9G
">7th Meeting of the High Level Committee @IndiaSports was held under the Chairmanship Union Minister Sh @ianuragthakur in Shastri Bhawan, New Delhi on 12th July 2021.
— Office of Mr. Anurag Thakur (@Anurag_Office) July 12, 2021
A review of the preparation/participation of the Indian Team for #Tokyo2020 Olympics was undertaken. pic.twitter.com/LL9xjpkQ9G7th Meeting of the High Level Committee @IndiaSports was held under the Chairmanship Union Minister Sh @ianuragthakur in Shastri Bhawan, New Delhi on 12th July 2021.
— Office of Mr. Anurag Thakur (@Anurag_Office) July 12, 2021
A review of the preparation/participation of the Indian Team for #Tokyo2020 Olympics was undertaken. pic.twitter.com/LL9xjpkQ9G
ଭାରତୀୟ ଅଲମ୍ପିକ ଆଥଲେଟ ଓ ଅଧିକାରୀଙ୍କ ଟିକାକରଣ, ଯାତ୍ରା ଓ ଭାରତୀୟ ଖେଳାଳିଙ୍କ ରହଣୀ ବନ୍ଦୋବସ୍ତ ନେଇ ସମସ୍ତ ପ୍ରସ୍ତୁତି ଭଲଭାବେ ହେବା ନେଇ ମନ୍ତ୍ରୀ ଜଣାଇଛନ୍ତି । ଜୁଲାଇ 17ରେ ପ୍ରଥମ ଦଫା ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଦିଲ୍ଲୀ ବିମାନବନ୍ଦରରୁ ଉଡାଣ ଭରିବ । ଦେଶ ତମାମ ଅଲମ୍ପିକ ଫିଭର ବଢିବାରେ ଲାଗିଥିବାରୁ ବିମାନବନ୍ଦରରେ ଉଚିତ ବ୍ୟବସ୍ଥା ନେଇ ମଧ୍ୟ ସମୀକ୍ଷା କରିଛନ୍ତି । ଏନେଇ ବାତ୍ରା ଏକ ଅଫିସିଆଲ ବିବୃତିରେ ଜଣାଇଛନ୍ତି ।
ଏହି ବୈଠକରେ CMD SPICE JET ଓ ଭାରତୀୟ ବକ୍ସିଂ ମହାସଂଘର ସଭାପତି ଅଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହୋଇ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଲମ୍ପିକ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଅଲମ୍ପିକ ଟିମ ପକ୍ଷରୁ ବକ୍ସର ମେରୀ କମ ଓ ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଭାରତର ଧ୍ବଜା ବାହକ ହେବେ । ପୂର୍ବରୁ ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନ ଘୋଷଣା କରିସାରିଛି । ସେହିପରି ଉଦ୍ଯାପନୀ ଉତ୍ସବରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ତ୍ରିରଙ୍ଗା ଧରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ