ETV Bharat / sports

ଫ୍ରେଞ୍ଚ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ଅମିତ ପଙ୍ଘଲ, ସଞ୍ଜିତ ସ୍ବର୍ଣ୍ଣ ବିଜେତା - ବିଜେତା ଅମିତ ପଙ୍ଘଲ

ବିଶ୍ବ ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ଅମିତ ପଙ୍ଘଲ ଓ ସଞ୍ଜିତ କୋରୋନା ଭାଇରସ ପରେ, ଭାଗନେଇଥିବା ପ୍ରଥମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

Amit Panghal, Sanjeet strike gold at French boxing tourney
ଫ୍ରେଞ୍ଚ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ଅମିତ ପଙ୍ଘଲ, ସଞ୍ଜିତ ସ୍ବର୍ଣ୍ଣ ବିଜେତା
author img

By

Published : Oct 31, 2020, 4:53 PM IST

ନୂଆଦିଲ୍ଲୀ: ବିଶ୍ବ ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ଅମିତ ପଙ୍ଘଲ ଓ ସଞ୍ଜିତ କୋରୋନା ଭାଇରସ ପରେ, ଭାଗନେଇଥିବା ପ୍ରଥମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫ୍ରାନ୍ସର ନାଲଟେସ ଠାରେ ଖେଳାଯାଉଥିବା, ଆଲେକ୍ସିସ ଭାଷ୍ଟିନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଏହି ଦୁଇ ଭାରତୀୟ ଖେଳାଳି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।

Amit Panghal, Sanjeet strike gold at French boxing tourney
ଅମିତ ପଙ୍ଘଲ

ଏସିଆନ ଗେମ୍ସ ଚମ୍ପିଆନ ଅମିତ ଆମେରିକାର ଆବ୍ରାହମଙ୍କୁ 52 କିଗ୍ରା ବର୍ଗରେ 3-0ରେ ହରାଇଛନ୍ତି । ସେହିପରି ପୂର୍ବତନ ଇଣ୍ଡିଆ ଓପନ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜିତ ଫାଇନାଲ ମୁକାବିଲାରେ ଫ୍ରାନ୍ସର ସୋହେବ ବୁଫିଆଙ୍କ ବିପକ୍ଷରେ ଦମଦାର ବିଜୟ ହାସଲ କରିଛନ୍ତି ।

ମାତ୍ର ଏସିଆନ ରୌପ୍ୟ ପଦକ ବିଜେତା କବିନ୍ଦର ସିଂ ବିଷ୍ଟ 57 କିଗ୍ରା ବର୍ଗରେ ସ୍ଥାନୀୟ ବକ୍ସର ସାମୁଏଲ କିସ୍ତୋରୁରୀଙ୍କ ଠାରୁ 1-2ରେ ପରାସ୍ତ ହେବା ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହା ପୂର୍ବରୁ ଏସିଆନ ପଦକ ବିଜେତା ଶିବା ଥାପ୍ପା (63 କିଗ୍ରା), ସୁମିତ ସାଙ୍ଗୱାନ(81 କିଗ୍ରା) ଓ ସତୀଶ କୁମାର(+91 କିଗ୍ରା) ବର୍ଗରେ 3ଟି ବ୍ରୋଞ୍ଜ ପଦକ ଭାରତ ଖାତାରେ ଯୋଡିଛନ୍ତି । ଏହି 3 ଖେଳାଳି ସମିଫାଇନାଲ ମୁକାବିଲାର ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.