ETV Bharat / sports

AIFF Chief Kalyan Choubey: ବିଚ୍ ସକର ଚମ୍ପିଆନସିପ ନିୟମିତ ହେବା ଦରକାର

author img

By

Published : Jan 28, 2023, 8:25 PM IST

କଲ୍ୟାଣ ଚୌବେଙ୍କ କହିଛନ୍ତି ଜାତୀୟ ବିଚ ସକର ଚମ୍ପିଆନସିପ ପ୍ରତ୍ୟେକ ସିଜନ ପାଇଁ ଫୁଟବଲ କ୍ୟାଲେଣ୍ଡରରେ ଏକ ନିୟମିତ ବିଶେଷତ୍ବ ରହିବା ଦରକାର । ଅଧିକ ପଢନ୍ତୁ

କଲ୍ୟାଣ ଚୌବେ
କଲ୍ୟାଣ ଚୌବେ

ହାଇଦ୍ରାବାଦ : ଅଖିଳ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ କଲ୍ୟାଣ ଚୌବେ ବିଚ୍ ସକର ଚମ୍ପିଆନସିପ ( National Beach Soccer Championship ) ନେଇ ବୟାନ ଦେଇଛନ୍ତି । କଲ୍ୟାଣ ଚୌବେଙ୍କ କହିଛନ୍ତି ଜାତୀୟ ବିଚ ସକର ଚମ୍ପିଆନସିପ ପ୍ରତ୍ୟେକ ସିଜନ ପାଇଁ ଫୁଟବଲ କ୍ୟାଲେଣ୍ଡରରେ ଏକ ନିୟମିତ ବିଶେଷତ୍ବ ରହିବା ଦରକାର । ଯାହା ଭବିଷ୍ୟତରେ ଏହି ଆୟୋଜନ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ସୁରତରେ ଆୟୋଜନ କରାଯାଉଛି । ଏହି ସକର ଚମ୍ପିଆନ ଜାନୁଆରୀ ୨୬ ତାରିଖଠୁ ଆରମ୍ଭ ହୋଇଛି । AIFF ଅଧ୍ୟକ୍ଷ କଲ୍ୟାଣ ଚୌବେ, ସାଂସଦ ସିଆର ପାଟିଲ, ବିଚ ସୋକର ସମିତିର ଅଧ୍ୟକ୍ଷ ଜଗ୍ନେସ ପାଟିଲ, GSFA ସଚିବ ମୂଳରାଜ ସିଂହ ଏବଂ ବିଚ ସକର ସମିତିର ସଦସ୍ୟ ଉପେନ ପଟେଲଙ୍କ ଉପସ୍ଥିତିରେ ସୁରତର ଡୁମାସ ବିଚଠାରେ ଏହି ଚମ୍ପିଆନସିପ ଉଦଘାଟନ ହୋଇଛି ।

ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ହାତେଇବା ପାଇଁ ପାଖାପାଖି ୨୦ ଟି ରାଜ୍ୟ ପରସ୍ପର ପରସ୍ପର ବିପକ୍ଷରେ ମ୍ୟାଚ ଖେଳିବେ । AIFF ମୁତାବିକ, ଚମ୍ପିଆନସିପରୁ ମନୋନୀତ ହୋଇଥିବା ଶ୍ରେଷ୍ଠ ସମୁଦ୍ର ତଟ ଫୁଟବଲ ଖେଳାଳିଙ୍କୁ ନେଇ ଏକ ଜାତୀୟ ଦଳ ଗଠନ କରାଯିବାର ଯୋଜନା ରହିଛି । ଏହା ପରେ AAFC ବିଚ ସକର ଚମ୍ପିଆନସିପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଯୋଜନା କରାଯିବ । AIFFର ଅଧ୍ୟକ୍ଷ କଲ୍ୟାଣ ଚୌବେ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, "ମୁଁ ଏହି ଚମ୍ପିଆନସିପର ବାବଦରେ ବହୁତ ଖୁସି ଅଛି । କାରଣ ଗୁଜୁରାଟ ଏହି ସଂସ୍କରଣରେ ବିଚ ଫୁଟବଲ ଆୟୋଜନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଛି । ତଥାପି ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବା ଦରକାର ଯେ ଆମେ ଭବିଷ୍ୟତାରେ ଏହି ଆୟୋଜନକୁ ଏକ ବଡ ରୂପ ଦେବାକୁ ଚେଷ୍ଟା କରିବା । ଏହି ଜାତୀୟ ବିଚ ସକର ଚମ୍ପିଆନସିପକୁ ନିୟମିତ ଆୟୋଜନ କରିବା ଉପରେ ଗୁରୁତ୍ବ ଦେବା ଦରକାର ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଶେଷ ଭାବରେ, ବିଚ ଫୁଟବଲ ମାଟିରେ ଖାଲି ପାଦରେ ଖେଳାଯିବା ଏକ ମ୍ୟାଚ । ଏହି ଖେଳରେ ଦୁଇଟି ଟିମର ୫-୫ ଖେଳାଳିଙ୍କୁ ମଇଦାନକୁ ଓହ୍ଲାନ୍ତି । ପ୍ରତ୍ୟେକ ଟିମରେ ମ୍ୟାଚ ଦିନରେ ପ୍ରାୟ ୧୨ ଜଣ ଖେଳାଳି ରହିପାରିବେ । ଏବଂ ଖେଳ ମଝିରେ ଦଳଗୁଡିକ ସେମାନଙ୍କର ଖେଳାଳି ଅଦଳ ବଦଳ କରିପାରିବେ । ସମୁଦ୍ର ତଟ ଫୁଟବଲ ମ୍ୟାଚରେ ତିନୋଟି ଅବଧି ରହିଥାଏ । ଯାହା ୧୨ ମିନିଟ ପର୍ଯ୍ୟନ୍ତ ଚାଲିଥାଏ । ଯଦି ସ୍କୋର ସମାନ ରହେ । ତାହେଲେ ଅତିରିକ୍ତ ୩ ମିନିଟ ଖେଳାଯାଇପାରେ । ଯଦି ସେହି ତିନି ମିନିଟରେ ବିଜେତା ଘୋଷଣା ହୋଇ ନ ପାରିଲା ତାହେଲେ ଖେଳ ପେନାଲ୍ଟି ସୁଟଆଉଟରେ ଖେଳାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.