ହାଇଦ୍ରାବାଦ: ପୁଣି ଆଉ ଏକ ଫେକ କ୍ରିକେଟ ଲିଗର ପର୍ଦ୍ଦାଫାଶ ହୋଇଛି । ଯାହା ବିଗ ବସ ଟି-20 ପଞ୍ଜାବ ଲିଗ ନାମରେ ଚାଲିଥିଲା । ନୂଆ ଦିଲ୍ଲୀରୁ ପାଖିପାଖି 60 କିଲୋମିଟର ଦୂର ମିରଟ କ୍ରିକେଟ ମଇଦାନରେ ଏହି ଫେକ କ୍ରିକେଟ ଲିଗ ମ୍ୟାଚ ଆୟୋଜନ କରାଯାଇଥିଲା । ସୂଚନା ଅନୁଯାୟୀ ଏହି ଫେକ କ୍ରିକେଟ ଲିଗର ମାଷ୍ଟରମାଇଣ୍ଡ ଋଷର ରାଜଧାନୀ ମସ୍କୋରୁ ଏହାର ଆପରେସନ ଚଲାଇଥିଲା । ପୋଲିସ ଏହି ଘଟଣାରେ ମେରଟ ବାଇପାସ ରୋଡ ପାଖରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଶିତବ ଆଲିଆ ଶବ୍ବୁ, ଓ ଋଷଭ । ଏହି ଘଟଣାର ଅନ୍ୟଜଣେ ମାଷ୍ଟରମାଇଣ୍ଡ ଅଶୋକ ଚୌଧୁରୀ ଅଭିଯୁକ୍ତ ଋଷଭକୁ ପ୍ରତି ମ୍ୟାଚରେ 40,000ରୁ 50,000 ଟଙ୍କା ଦେଉଥିଲା । ମ୍ୟାଚ ପାଇଁ ଖେଳାଳି ମାନଙ୍କୁ ମଧ୍ୟ ମ୍ୟାଚ ଅନୁସାରେ ତାଙ୍କୁ ଟଙ୍କା ଦିଆଯାଉଥିଲା ।
ପୋଲିସ ସୂଚନା ଅନୁଯାୟୀ,ଏହି ଅଭିଯୁକ୍ତଙ୍କ ପାଖରୁ ନଗଦ15,000 ଟଙ୍କା, 7800 ଶ୍ରୀଲଙ୍କା ଟଙ୍କା, 6 ଟି ମୋବାଇଲ ଫୋନ, ଦୁଇଟି ଡେବିଡ କାର୍ଡ, ଦୁଇଟି କ୍ୟାମେରା, ଗୋଟିଏ ଏଲସିଡି କ୍ୟାମେରା ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ହ୍ବାଟ୍ସ ଅପ କଲ ଏବଂ ମ୍ୟାସେଜେସ ଗୁଡିକର ତଦନ୍ତ କରିବା ପରେ ତାହା ଜଣା ପଡିଥିଲା କି ସେହି ନମ୍ବର ଋଷ ଏବଂ ପାକିସ୍ତାନ ସହିତ ଜଡିତ ରହିଛି । ସେମାନେ ବ୍ୟବହାର କରିଥିବା ନମ୍ବର ଗୁଡିକ ଭଲ ଭାବରେ ଯାଞ୍ଚ କରାଯିବ । ଅଭିଯୁକ୍ତ ମାନେ ସେହି ନମ୍ବର ଗୁଡିକ ଦୀର୍ଘ ପାଞ୍ଚ ମାସ ପାଖାପାଖି ବ୍ୟବହାର କରୁଥିବାର ତଦନ୍ତରୁ ଜଣାଯାଇଛି । ଏହି ବିଗ ବସ ଟି-20 ପଞ୍ଜାବ ଲିଗ ମ୍ୟାଚରେ ସ୍ଥାନୀୟ ଖେଳାଳି ମାନଙ୍କୁ ବ୍ୟବହାର କରାଯାଉଥିଲା । ହେଲେ ଏହି ଫେକ କ୍ରିକେଟ ଲିଗ ମ୍ୟାଚ ପାଇଁ ବ୍ୟବହୃତ ହେଉଥିବା କ୍ରିକ ହିରୋଜ ଆପ୍ଲିକେସନରେ ରଣଜୀ କ୍ରିକେଟର ମାନଙ୍କର ନାମକୁ ଅପଲୋଡ କରାଯାଉଥିଲା । ଅଭିଯୁକ୍ତ ଶିତବ ଆଲିଆ ଶବ୍ବୁ କ୍ରିକେଟ ମ୍ୟାଚ କେଉଁ ସ୍ଥାନରେ ଖେଳାଯିବ ତାହା ନିର୍ଣ୍ଣୟ ନେଉଥିଲା ।
ସେହିଭଳି ଏହା ପୂର୍ବରୁ ଫେକ କ୍ରିକେଟ ଲିଗ ଗୁଜୁରାଟର ମେହସାଣା ଜିଲ୍ଲାର ବଡନଗରର ଏକ ଗାଁରେ ଅୟୋଜନ କରାଯାଇଥିଲା । ମ୍ୟାଚ ଗୁଡିକର ଲାଇଭ ସ୍ଟ୍ରିମିଙ୍ଗ ୟୁଟ୍ୟୁବ ମାଧ୍ୟମରେ କରାଯାଉଥିଲା । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ଜଣେ ଜୁଆଡୀ ଏହି ଲିଗ ମ୍ୟାଚରେ ବ୍ୟାଟ ଲଗାଇଥିଲେ । ଏହି ଘଟଣାର ପର୍ଦ୍ଦାଫାଶ ହେଲା ବେଳକୁ କ୍ରିକେଟ ଲିଗ୍ କ୍ବାର୍ଟରଫାଇନାଲ ପର୍ଯ୍ୟନ୍ତ ଖେଳାଯାଇଥିଲା । ଏହି ନକଲି କ୍ରି୍କେଟ ଲିଗ ମ୍ୟାଚରେ 5 ଟି ଏଚଡି କ୍ୟାମେରା, ୱକିଟକି, ସହିତ ଅମ୍ପୟାରିଙ୍ଗ ମଧ୍ୟ କରାଯାଇଥିଲା । ଇଣ୍ଟରନେଟରୁ ଷ୍ଟାଡିୟମର କଳାହଳ ଶବ୍ଦ ମଧ୍ୟ ଡାଉନଲୋଡ କରାଯାଇଥିଲା । ଏହି ସବୁ ଆୟୋଜନ ମାଧ୍ୟମରେ ରୁଷରେ ଥିବା ଲୋକମାନଙ୍କୁ ଅସଲି ମ୍ୟାଚ ଭଳି ଲାଗୁଥିଲା ।