ETV Bharat / sports

Asian Games 2023: 41ବର୍ଷ ପରେ ଅଶ୍ୱ ଚାଳନାରେ ଭାରତକୁ ସ୍ବର୍ଣ୍ଣ, ମୋଦି କହିଲେ ଗର୍ବର ସମୟ

author img

By ETV Bharat Odisha Team

Published : Sep 26, 2023, 5:11 PM IST

Updated : Sep 27, 2023, 6:35 AM IST

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ। ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି। ତେବେ ଅଶ୍ବ ଚାଳନାରେ ପ୍ରାୟ 41 ବର୍ଷ ପରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ଅଧିକ ପଢ଼ନ୍ତୁ

ଅଶ୍ବ ଚାଳନାରେ ଭାରତକୁ ସ୍ବର୍ଣ୍ଣ ପଦକ
ଅଶ୍ବ ଚାଳନାରେ ଭାରତକୁ ସ୍ବର୍ଣ୍ଣ ପଦକ

ହଙ୍ଗଝୌ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନରେ ଦେଶକୁ ଆଉ ଏକ ସ୍ବର୍ଣ୍ଣ ପଦକ ଭେଟି । ଅଶ୍ବ ଚାଳନାରେ 41 ବର୍ଷ ପରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଟିମ୍‌ର ସୁଦିପ୍ତୀ ହାଜେସ, ହୃଦୟ ଭିପୁଲ ଛେଡା, ଅନୁଶ ଅଗ୍ରୱାଲ ଏବଂ ଦିବ୍ୟକ୍ରିତି ସିଂହ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।

  • It is a matter of extreme pride that after several decades, our Equestrian Dressage Team has won Gold in Asian Games!

    Hriday Chheda, Anush Agarwalla, Sudipti Hajela and Divyakriit Singh have displayed unparalleled skill, teamwork and brought honour to our nation on the… pic.twitter.com/9GtxWKcPHl

    — Narendra Modi (@narendramodi) September 26, 2023 " class="align-text-top noRightClick twitterSection" data=" ">

ତେବେ 209.205 ପଏଣ୍ଟ ପାଇ ଭାରତ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଅକ୍ତିଆର କରିଛି। ଏହା ପଛକୁ ଚୀନ 204.882 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଏବଂ 204.852 ପଏଣ୍ଟ ପାଇ ହଂକଂ ଚାଇନା ତୃତୀୟ ସ୍ଥାନରେ ରହିଛି। ତେବେ ଏସିଆନ୍ ଗେମ୍ସରେ ଅଶ୍ବ ଚାଳନାରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। 1982 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏସିଆନ୍ ଗେମ୍ସରେ ଶେଷ ଥର ପାଇଁ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ତେବେ ଦୀର୍ଘ 41 ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ଭରତକୁ ଏହି ସ୍ବର୍ଣ୍ଣ ପଦକ ମିଳିଛି। ତେବେ ଚଳିତ ଏସିଆନ ଗେମ୍ସରେ ଭାରତର ଏହା 3ୟ ସ୍ବର୍ଣ୍ଣ ପଦକ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଭାରତକୁ ଆଉ 2 ପଦକ, ସେଲିଂରେ ନେହା ଠାକୁରଙ୍କୁ ରୌପ୍ୟ ସହ ଇବାଦଙ୍କୁ କାଂସ୍ୟ

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ରୋଇଂ ଓ ସୁଟିଂରେ ଭାରତକୁ ପଦକ, ରୌପ୍ୟ ପଦକ ହାତେଇଲେ ଆଥଲେଟ

ତେବେ ଚୀନର ହାଙ୍ଗଝୌରେ ଆୟୋଜିକ ଏସିଆନ୍‌ ଗେମ୍ସରେ ଏପର୍ଯ୍ୟନ୍ତ ଭାରତ ଭଲ ପ୍ରଦର୍ଶନ କରିଆସୁଛି। ତୃତୀୟ ଦିନରେ ଭାରତ 2ଟି ସ୍ବର୍ଣ୍ଣ ପଦକ ସହ 3ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ 19 ରନରେ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ ।

  • Congratulate Divyakriit Singh, Sudipti Hajela, Hriday Chheda and Anush Agarwalla on winning historic gold in Equestrian Dressage team event at #AsianGames. May they continue to shine in their sporting career and bring laurels to the nation. Best wishes to them for future. https://t.co/sFIjhAa64P

    — Naveen Patnaik (@Naveen_Odisha) September 26, 2023 " class="align-text-top noRightClick twitterSection" data=" ">

ଏବେ ସୁଦ୍ଧା ଭାରତ ସମୁଦାୟ 14 ଟି ପଦକ ଜିତିଛି। ଯେଉଁଥିରେ 3 ଟି ସ୍ବର୍ଣ୍ଣ ପଦକ, 4 ଟି ରୌପ୍ୟ ପଦକ ଏବଂ 7ଟି ବ୍ରୋଞ୍ଜ ପଦକ ରହିଛି। ତେବେ ଆଜିର ଐତିହାସିକ ସ୍ବର୍ଣ୍ଣ ପରେ ଟିମକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି ଏହା ଅତ୍ୟନ୍ତ ଗର୍ବର ସମୟ । ସେହିପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..Asian Games 2023: ପୁରୁଷ ସୁଟିଂ ଟିମକୁ ସ୍ବର୍ଣ୍ଣିମ ସଫଳତା, ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

Last Updated : Sep 27, 2023, 6:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.