ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫଆଇ) 2020-21 ପାଇଁ କ୍ରୀଡାସୂଚି ଜାରି କରିଛି । କେବେ ଓ କେଉଁଠାରେ ଏଏଫଆଇ ଇଭେଣ୍ଟ ଖେଳାଯିବ ସେନେଇ କ୍ୟାଲେଣ୍ଡର ଜାରି ହୋଇଛି । ପ୍ରଥମ ଇଭେଣ୍ଟ 26 ଅକ୍ଟବୋରରୁ ଆରମ୍ଭ ହେବ ।
ଏଏଫଆଇ କହିଛି ଯେ, ବର୍ଷର ପ୍ରଥମ ଇଭେଣ୍ଟ ଭାରତୀୟ ଖେଳ ସଂସ୍ଥାନ(ପଟିୟାଲା)ରେ ହେବ । ନ୍ୟାସନାଲ ଥ୍ରୋଜ୍ ଚମ୍ପିଆନସିପର ପ୍ରଥମ ସଂସ୍କରଣ 26-27 ଅକ୍ଟୋବରରେ ପଟିୟାଲା ଠାରେ ଆୟୋତିଜ ହେବ ।
ଏହା ବ୍ୟତୀତ ନଭେମ୍ବରରେ କିଛି ଜୋନାଲ ଇଭେଣ୍ଟ (zonal events) ଓ ଡିସେମ୍ବରରେ ବିଜୟଓ୍ବାଡାରେ ନ୍ୟାସନାଲ ୟୁଥ ଚମ୍ପିଆନସିପର ଆୟୋଜନ ହେବ ।
ନୂଆ କ୍ୟାଲେଣ୍ଡର ମୁତାବକ, ଇଣ୍ଡିଆନ ଗ୍ରାଁ ପ୍ରିର ଆୟୋଜନ 12 ଫେବୃଆରୀରେ ଥିରୁଅନ୍ତପୁରମରେ ହେବ । ଏହାପରେ 19 ସେପ୍ଟେମ୍ବରରେ 2ୟ ଗ୍ରାଁ ପ୍ରିର ଆୟୋଜନ ଥିରୁବନ୍ତପୁରମର ହେବ । 3ୟ ଗ୍ରାଁ ପ୍ରି 27 ଫେବୃଆରୀରେ ପଟିୟାଲା ଖେଳାଯିବ ।
2021 ଫେଡରେସନ କପ ସିନିୟର ନ୍ୟାସନାଲ ଚାମ୍ପିଆନସିପ୍ର ଆୟୋଜନ 25ରୁ 29ଜୁନ ଯାଏଁ ହେବ ।
ଏଥିସହ ପ୍ରଥମ ନ୍ୟାସନାଲ ୟୁ-23 ଚମ୍ପିଆନସିପର ମଧ୍ୟ ଉଲ୍ଲେଖ ରହିଛି । ଏହାର ଆୟୋଜନ 24ରୁ 26 ଅଗଷ୍ଟ ମଧ୍ୟରେ ହେବ ।