ଭୁବନେଶ୍ବର: ଆରମ୍ଭ ହେଲା ଚଳିତ ବର୍ଷର ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ । କଳିଙ୍ଗ ଷ୍ଟାଡିୟମରୁ ଏହାର ଶୁଭାରମ୍ଭ ହୋଇଛି । କ୍ରୀଡା ସଚିବ ବିଶାଲ ଦେବ ପତାକା ଦେଖାଇ ଅଭିଯାନକୁ ସବୁଜ ସଂକେତ ଦେଖାଇଛନ୍ତି ।
20 ହଜାର 187 ଫୁଟ ଉଚ୍ଚତାର ମାଉଣ୍ଟ ଷ୍ଟକ କାଙ୍ଗ୍ରି ପର୍ବତାରୋହଣ କରିବାର ଲକ୍ଷ୍ୟ ରହିଛି । ଏହି ଅଭିଯାନରେ 10 ଜଣ ପୁଅ ଓ 5ଜଣ ଝିଅ ରହିଛନ୍ତି ।