ETV Bharat / sports

Asian Games 2023: ଘୋଷଣା ହେଲା ସମ୍ଭାବ୍ୟ ଦଳ, ୩୪ ଜଣିଆ ଦଳରେ ଓଡ଼ିଶାରୁ ୫ - Sports Authority of India

ଏସିଆନ୍‌ ଗେମ୍ସ ୨୦୨୩ ପାଇଁ ଆଜିଠାରୁ ବେଙ୍ଗାଲୁରୁସ୍ଥିତ SAI କେନ୍ଦ୍ରଠାରେ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହାପୂର୍ବରୁ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଶନିବାର ୩୪ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଥିଲା ହକି ଇଣ୍ଡିଆ । ଏଥିରେ ରହିଛନ୍ତି ୫ ଓଡ଼ିଆ ଖେଳାଳି । ଅଧିକ ପଢ଼ନ୍ତୁ

ପ୍ରଶିକ୍ଷଣ ଶିବିର ପାଇଁ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୫

author img

By

Published : Aug 13, 2023, 5:15 PM IST

ବେଙ୍ଗାଲୁରୁ: ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଆଜିଠାରୁ ବେଙ୍ଗାଲୁରୁସ୍ଥିତ SAI (Sports Authority of India) କେନ୍ଦ୍ରଠାରେ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଆସନ୍ତା ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ସମାପ୍ତ ହେବ । ଏହାପରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ ଏସିଆନ୍‌ ଗେମ୍ସ ୨୦୨୩ । ଏଥିରେ ଟିମ୍‌ ଇଣ୍ଡିଆ ମହିଳା ହକି ଦଳକୁ ପୁଲ୍‌ 'ଏ'ରେ କୋରିଆ, ମାଲେସିଆ, ହଙ୍ଗ୍‌କଙ୍ଗ୍‌ ଓ ସିଙ୍ଗାପୁର୍‌ ସହିତ ରଖାଯାଇଛି ।

ଆସନ୍ତା ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭ ଏସିଆନ୍‌ ଗେମ୍ସ୍‌ ୨୦୨୩ରେ ଭାରତୀୟ ମହିଳା ହକି ଦଳ ସିଙ୍ଗାପୁର୍‌ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୨୭ରେ ଖେଳି ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ବେଙ୍ଗାଲୁରୁସ୍ଥିତ SAI(Sports Authority of India) କେନ୍ଦ୍ରଠାରେ ଆୟୋଜନ ହେଉଥିବା ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଶନିବାର ୩୪ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଥିଲା ହକି ଇଣ୍ଡିଆ । ତେବେ ଏହି ଦଳରେ ଓଡ଼ିଶାରୁ ୫ ଜଣ ଷ୍ଟାର ହକି ଖେଳାଳି ସ୍ଥାନ ପାଇଛନ୍ତି । ଅଭିଜ୍ଞ ‌ଦୀପ୍‌ ଗ୍ରେସ ଏକ୍କାଙ୍କ ସହ ଯୁବା ଖେଳାଳି ଜ୍ୟୋତି ଛତ୍ରୀ, ମାରିଆନା କୁଜୁର, ଅଜମିନା କୁଜୁର ଓ ସୁନେଲିତା ଟୋପ୍ପୋ ଏହି ଦଳରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ଗତମାସରେ ବାର୍ସିଲୋନାଠାରେ ସ୍ପାନିସ୍‌ ହକି ଫେଡେରେସନ୍‌ର ୧୦୦ ବର୍ଷ ପୂରଣୀ ଅବସରରେ ଆୟୋଜିତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ସ୍ପେନ୍‌କୁ ୩-୦ରେ ମାତ୍‌ ଦେଇଥିଲା ଟିମ୍‌ ଇଣ୍ଡିଆ । ଏହାପରେ ଗଭୀର ଆତ୍ମବିଶ୍ବାସର ସହିତ ଭାରତୀୟ ମହିଳା ହକି ଦଳ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । ତେବେ ଏଥିପାଇଁ ଘୋଷିତ ସମ୍ଭାବ୍ୟ ଦଳରୁ ପୂର୍ବତନ ଭାରତୀୟ ଅଧିନାୟିକା ତଥା ଭେଟେରାନ ଖେଳାଳି ରାଣୀ ରାମପାଲ୍‌ଙ୍କୁ ବାଦ୍‌ ଦିଆଯାଇଛି । ଯାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ନିକଟରେ ରାଣୀଙ୍କୁ ଉପକନିଷ୍ଠ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା । ଗୁରୁବାର ରାଣୀ ମଧ୍ୟ ଜାତୀୟ ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କୋପ୍‌ମାନଙ୍କ ଉପରେ ବର୍ଷିଥିଲେ । ‌ଭଲ ପ୍ରଦର୍ଶନ ସତ୍ତ୍ବେ କାହିଁକି ମୋତେ ଅଣଦେଖା କରାଯାଉଛି ତାହା ମୁଁ ଜାଣିବା ଆବଶ୍ୟକ ବୋଲି କହିଥିଲେ ରାଣୀ । ପ୍ରକାଶ ଯୋଗ୍ୟ, ଏହି ସମ୍ଭାବ୍ୟ ଦଳରୁ ହିଁ ଏସିଆନ୍‌ ଗେମ୍ସ ପାଇଁ ଚୟନ ହେବେ ଖେଳାଳି ।

ସମ୍ଭାବ୍ୟ ଦଳ:-

ଗୋଲକିପର୍‌- ସବିତା, ରଜନୀ ଏତିମାରପୁ, ବିଚୁ ଦେବୀ ଖାରିବାମ, ବଂସାରୀ ସାଲୋଙ୍କୀ

ଡିଫେଣ୍ଡର- ଦୀପ୍‌ ଗ୍ରେସ୍‌ ଏକ୍କା, ଗୁରଜିତ କୌର୍‌, ନିକ୍କି ପ୍ରଧାନ, ଉଦିତା, ଇଶିକା ଚୌଧୁରୀ, ଅକ୍ଷତା ଅବାସୋ ଢେକାଲେ, ଜ୍ୟୋତି ଛତ୍ରୀ, ମହିମା ଚୌଧୁରୀ

ମିଡ୍‌ଫିଲ୍ଡର- ନିଶା, ସଲୀମା ଟେଟେ, ସୁଶିଳା ଚାନୁ ପୁଖରଂବନ, ଜ୍ୟୋତି, ନବଜ୍ୟୋତ କୌର, ମୋନିକା, ମାରିଆନା କୁଜୁର, ସୋନିକା, ନେହା, ବଲଜିତ କୌର, ରୀନା ଖୋଖର, ବୈଷ୍ଣବୀ ଫାଲ୍କେ, ଅଜମିନା କୁଜୁର

ଫରୱାର୍ଡ- ଲାଲରେମସିଆମି, ନବନୀତ କୌର, ବନ୍ଦନା କଟାରିଆ, ଶର୍ମିଲା ଦେବ, ଦୀପିକା, ସଙ୍ଗୀତା କୁମାରୀ, ମୁମତାଜ୍‌ ଖାନ୍‌, ସୁନେତିଲା ଟପ୍ପୋ, ବ୍ୟୁଟି ଡୁଙ୍ଗଡୁଙ୍ଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.