ETV Bharat / sports

Women's Asian Champions Trophy: ଭାରତୀୟ ଟିମର ଜଣେ ଖେଳାଳିଙ୍କୁ କୋରୋନା - ଭାରତ ବନାମ ଚାଇନା ମହିଳା ହକି ମ୍ୟାଚ୍‌

ଏସିଆନ ଚାମ୍ପିଅନ ଟ୍ରଫି ୨୦୨୧ରେ ଚାଇନା ବିପକ୍ଷ ମ୍ୟାଚ୍‌ରୁ ଓହରିଲା ଭାରତୀୟ ମହିଳା ହକି ଟିମ । ଟିମର ଜଣେ ଖେଳାଳିଙ୍କ ରିପୋର୍ଟ COVID ପଜିଟିଭ ଜଣାପଡିବା ପରେ ପ୍ରଥମେ ଡିସେମ୍ବର ୯ରେ ଖେଳାଯିବାକୁ ଥିବା ଚାଇନା ବିପକ୍ଷ ମ୍ୟାଚ୍‌ରୁ ଓହରିଯାଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

Women's Asian Champions Trophy: India to not play China on Dec 9 after team member test COVID positive
Women's Asian Champions Trophy: ଭାରତୀୟ ଟିମର ଜଣେ ଖେଳାଳିଙ୍କୁ କୋରୋନା
author img

By

Published : Dec 9, 2021, 8:03 PM IST

ଡୋଙ୍ଗାଏ(ଦକ୍ଷିଣ କୋରିଆ): ଏସିଆନ ଚାମ୍ପିଅନ ଟ୍ରଫି ୨୦୨୧ରେ ଚାଇନା ବିପକ୍ଷ ମ୍ୟାଚ୍‌ରୁ ଓହରିଲା ଭାରତୀୟ ମହିଳା ହକି ଟିମ । ଏନେଇ ହକି ଇଣ୍ଡିଆ ଗୁରୁବାର ଘୋଷଣା କରିଛି ।

ଏହାମଧ୍ୟ ପଢନ୍ତୁ: Asian Champions Trophy: ଥାଇଲାଣ୍ଡକୁ ୧୩-୦ରେ ହରାଇଲା ଭାରତ, ଲିଲିମାଙ୍କ କମାଲ୍‌

ପୂର୍ବରୁ ଡିସେମ୍ବରରେ ଚାଇନା ବିପକ୍ଷରେ ମ୍ୟାଚ୍‌ ଖେଳାଯିବାକୁ ନେଇ ସୂଚୀ ରହିଥିଲା । ମାତ୍ର ଟିମର ଜଣେ ସଦସ୍ୟ COVID ପଜିଟିଭ ଚିହ୍ନଟ ହେବାପରେ ଭାରତୀୟ ହକିର ପରିଚାଳନା ପରିଷଦ ଖେଳାଳିଙ୍କ ସ୍ବାସ୍ଥ୍ୟ, ସୁରକ୍ଷାକୁ ପ୍ରାଥମିକତା ଦେବା ସହ ମ୍ୟାଚ୍‌ ନଖେଳିବାକୁ ଘୋଷଣା କରିଛି । ଏନେଇ ହକି ଇଣ୍ଡିଆ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: ଶେଷହେଲା ଜୁନିଅର ହକି ମହାକୁମ୍ଭ, ୧୬ ବର୍ଷ ପରେ ଟାଇଟେଲ ଜିତିଲା Argentina

ଭାରତୀୟ ମହିଳା ହକି ଟିମ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ଚତୁର୍ଥ ସ୍ଥାନ ପ୍ରଦର୍ଶନ ପରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳୁଛି । ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ୧୩-୦ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.