ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାନୀ ରାମପାଲ ନ୍ୟୁଜିଲାଣ୍ଡ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ, ଏହି ଗସ୍ତ ଦ୍ବାରା ଆମମାନଙ୍କୁ ଲାଭ ମିଳିବ ଓ ଟିମ୍ ସୁଦୃଢ ହେବ । ନ୍ୟୁଜିଲାଣ୍ଡ ସହ 25 ଜାନୁଆରୀରେ ଭାରତୀୟ ମହିଳା ହକି ଦଳ ପ୍ରଥମ ମ୍ୟାଚ ଖେଳିବ । ଏହାପରେ 27 ଓ 29 ଜାନୁଆରୀରେ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ ।
ଏହାପରେ ଭାରତ 4ଫେବୃଆରୀକୁ ଗ୍ରେଟ ବ୍ରିଟେନ ଓ 5 ଫେବୃଆରୀକୁ ଆୟୋଜକ ଦଳ ନ୍ୟୁଜିଲାଣ୍ଡ ସହ ଖେଳିବ । ରାନୀ କହିଛନ୍ତି ଯେ, ଆମେ ନ୍ୟୁଜିଲାଣ୍ଡ ଓ ଗ୍ରେଟ ବ୍ରିଟେନ ପରି ମଜବୁତ ଟିମ ବିପକ୍ଷରେ ଖେଳିବାକୁ ନେଇ ବେଶ୍ ଉତ୍ସାହିତ ଅଛୁ । ଚଳିତବର୍ଷ ଏହା ଆମର ପ୍ରଥମ ବିଦେଶ ଗସ୍ତ । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଏହି ଗସ୍ତ ଦ୍ବାରା ଆମକୁ ଅଲମ୍ପିକରେ ଲାଭ ମିଳିବ । ଗ୍ରେଟ ବ୍ରିଟେନ ବିପକ୍ଷରେ ଆମେ ପୂର୍ବରୁ ଭଲ ପ୍ରଦର୍ଶନ କରିଛୁ । ନ୍ୟୁଜିଲାଣ୍ଡ ଖେଳାଳି ଆକ୍ରମକ ଖେଳ ଖେଳନ୍ତି ।
ସୂଚନାଥାଉକି ରାନୀଙ୍କ ନେତୃତ୍ବରେ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ।