ETV Bharat / sports

'ମହିଳା ହକିରେ ପଦକ ହରାଇଲୁ, ହୃଦୟ ଜିତିଲୁ'

author img

By

Published : Aug 9, 2021, 5:46 PM IST

ଟୋକିଓ ଅଲମ୍ପିକ୍‌ରେ ଦମଦାର ପ୍ରଦର୍ଶନ ସହ ସ୍ବଦେଶ ଫେରିଛି ଭାରତୀୟ ମହିଳା ହକି ଟିମ । ଅଧିକ ପଢନ୍ତୁ...

We missed bronze, but won hearts: Asstt. coach Ankitha
'ମହିଳା ହକିରେ ପଦକ ହରାଇଲୁ, ହୃଦୟ ଜିତିଲୁ'

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକ୍‌ରେ ଦମଦାର ପ୍ରଦର୍ଶନ ସହ ସ୍ବଦେଶ ଫେରିଛି ଭାରତୀୟ ମହିଳା ହକି ଟିମ । ଅଳ୍ପକେ ଅଲମ୍ପିକ ପଦକରୁ ବଞ୍ଚିତ ହୋଇଥିବା ରାନୀ ରାମପାଲଙ୍କ ଟିମଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଛି । ଅଲମ୍ପିକ ହକି ପ୍ରତିଯୋଗିତାରେ FIH ବିଶ୍ବ ମାନ୍ୟତାର ନବମ ସ୍ଥାନରେ ରହି ଖେଳିଥିବା ଟିମ ଶୀର୍ଷ ମାନ୍ୟତା ଟିମକୁ ଜବରଦସ୍ତ ଟକ୍କର ଦେଇଥିଲା ।

ବିଶ୍ବ କ୍ରୀଡାର ମହାକୁମ୍ଭରେ ମହିଳା ଟିମର ପ୍ରଦର୍ଶନ ଏହା ଦର୍ଶାଇଥିଲା ଯେ ଭାରତର ଅନ୍ୟତମ ପରିଚୟ ହକିର ଚମକ ଦେଶରେ ଏବେବି ରହିଛି । ମହିଳା ଟିମର ଲଢୁଆ ପ୍ରଦର୍ଶନକୁ ନେଇ ଟିମର ସହକାରୀ କୋଚ ବି. ଏସ୍‌ ଅଙ୍କିତା କହିଛନ୍ତି, "ଆମେ ପଦକ ହରାଇଲୁ ମାତ୍ର ହୃଦୟ ଜିତିଲୁ ।"

ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ଜିତିଥିବାବେଳେ ମହିଳା ଟିମ ଫ୍ଲେ-ଅଫ୍‌ ମ୍ୟାଚ୍‌ରେ ଗ୍ରେଟ ବ୍ରିଟେନଠାରୁ ପରାସ୍ତ ହେବାସହ ବ୍ରୋଞ୍ଜ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିଲା । ଏହା ପୂର୍ବରୁ ଅଲମ୍ପିକ ହକି ଇତିହାସରେ ଭାରତୀୟ ମହିଳା ଟିମ ପ୍ରଥମ ଥର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.