ETV Bharat / sports

ଟୋକିଓ ଅଲମ୍ପିକ୍ସରେ ଆମେ ପଦକ ଜିତି ପାରିବୁ : ମନପ୍ରୀତ ସିଂହ - ହକି ଦଳ ଅଧିନାୟକ ମନପ୍ରୀତ ସିଂହ

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ହାସଲ କରିବା ଆଶା ରଖିଛି । 4 ଦଶନ୍ଧି ଧରି ପଦକ ଅପେକ୍ଷାରେ ଥିବା ଭାରତକୁ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ଭାରତୀୟ ହକି ଦଳ ଆପ୍ରାଣ ଚେଷ୍ଟା କରିବ । ଅଧିକ ପଢ଼ନ୍ତୁ...

ଟୋକିଓ ଅଲମ୍ପିକ୍ସରେ ଆମେ ପଦକ ଜିତି ପାରିବୁ : ମନପ୍ରୀତ ସିଂହ

author img

By

Published : May 9, 2021, 9:19 PM IST

ବେଙ୍ଗାଲୁରୁ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ହାସଲ କରିବା ଆଶା ରଖିଛି । 4 ଦଶନ୍ଧି ଧରି ପଦକ ଅପେକ୍ଷାରେ ଥିବା ଭାରତକୁ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ଭାରତୀୟ ହକି ଦଳ ଆପ୍ରାଣ ଚେଷ୍ଟା କରିବ । ଟୋକିଓ ଅଲମ୍ପିକ୍ସକୁ ନେଇ ଏଭଲି ଆଶାବାଦୀ ହୋଇ ରହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ।

ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଏକ ସାକ୍ଷାତାକାରରେ କହିଛନ୍ତି ଯେ, "ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ପାଇଁ ପଦକ ହାସଲ କରିବା ସୁଯୋଗ ରହିଛି । ଦଳୀୟ ଖେଳାଳି ସକରାତ୍ମକ ଚିନ୍ତାଧାରା ନେଇ ଅଭ୍ୟାସ ଜାରି ରଖିଛନ୍ତି । ଅଲମ୍ପିକ୍ସରେ କିଭଳି ଭଲ ପ୍ରଦର୍ଶନ କରି ପାରିବ ତାହାରି ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଟୋକିଓରେ ଗରମ ସହ ଖାପ ଖୁଆଇବା ପାଇଁ ବର୍ତ୍ତମାନ ଦଳ ଖରାରେ ଅଧିକ ଅଭ୍ୟାସ କରୁଛି । "

କୋରୋନା ମହାମାରୀ ଯୋଗୁଁ ଜର୍ମାନୀ, ସ୍ପେନ ସହ ଖେଳାଯିବାକୁ ଥିବା ଏଫଆଇଏଚ ପ୍ରୋ ଲିଗ ମ୍ୟାଚ ସ୍ଥଗିତ କରାଯାଇଥିଲା । ଏହାକୁ ନେଇ ଭାରତୀୟ ହକି ଦଳ ନିରାଶ ହୋଇଥିଲା । କାରଣ ଏହି ଦୁଇ ଶକ୍ତଶାଳୀ ଦଳ ସହ ମ୍ୟାଚ ଖେଳିଥିଲେ ଦଳ ଟୋକିଓ ଅଲମ୍ପିକ୍ସ ପାଇଁ ନିଜକୁ ମାପି ପାରିଥାଆନ୍ତା ବୋଲି କହିଛନ୍ତି ମନପ୍ରୀତ ସିଂହ ।

ଅତୀତରେ ଅଲମ୍ପିକ୍ସରେ 8ଟି ସ୍ବର୍ଣ୍ଣପଦକ ହାସଲ କରିଛି ଭାରତୀୟ ହକି ଦଳ । ଶେଷଥର ପାଇଁ 1980 ମସିହାରେ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣପଦକ ହାସଲ କିରଥିଲା । ତେବେ ଚଳିତ ସିଜିନରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରି ଆସିଛି । ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭାରତୀୟ ଦଳ ପରାସ୍ତ କରି ପାରିଛି । ଏହାପରେ ଭାରତୀୟ ହକି ଦଳ ମନୋବଳ ସୁଦୃଢ଼ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.