ETV Bharat / sports

'ସ୍ବର୍ଗୀୟ ପିତାଙ୍କ ସ୍ବପ୍ନ ପୂରଣ କରୁଛନ୍ତି ବନ୍ଦନା' - ବନ୍ଦନା କାଟାରିୟା

ବନ୍ଦନା ତାଙ୍କର ସ୍ବର୍ଗୀୟ ପିତାଙ୍କ ସ୍ବପ୍ନ କରୁଛନ୍ତି, କହିଛନ୍ତି ଭଉଣୀ ଅଞ୍ଜଳି । ଅଧିକ ପଢନ୍ତୁ...

Tokyo Olympics: Vandana is fulfilling dream of our late father, says sister Anjali
'ସ୍ବର୍ଗୀୟ ପିତାଙ୍କ ସ୍ବପ୍ନ ପୂରଣ କରୁଛନ୍ତି ବନ୍ଦନା'
author img

By

Published : Aug 2, 2021, 5:14 PM IST

ହରିଦ୍ବାର: ଭାରତୀୟ ମହିଳା ହକି ଟିମ ଚଳିତ ଟୋକିଓ ଅଲମ୍ପିକର ସେମିଫାଇନାଲରେ ପ୍ରବେଶ କରିଛି । ଅଲମ୍ପିକ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ହକି ଟିମ ଏପରି କରିପାରିଛି । ଫଳରେ ବିଶ୍ବମଞ୍ଚରେ ଭାରତୀୟ ଝିଅଙ୍କ ଐତିହାସିକ ପ୍ରଦର୍ଶନରେ ସାରାଦେଶ ଖୁସିରେ ଝୁମିବାରେ ଲାଗିଛି । ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

Tokyo Olympics: Vandana is fulfilling dream of our late father, says sister Anjali
ବନ୍ଦନା କାଟାରିୟା

ଦକ୍ଷିଣ ଆଫ୍ରିକାର ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋର କରିବା ସହ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ବନ୍ଦନା କାଟାରିୟା । ଅଷ୍ଟ୍ରେଲିଆ ବିପକ୍ଷରେ କ୍ବାର୍ଟର-ଫାଇନାଲ ଖେଳିବାକୁ ଏହି ମ୍ୟାଚରେ ଅବିଶ୍ବସନୀୟ ପ୍ରଦର୍ଶନ କରିଥିଲେ ବନ୍ଦନା । ଫଳରେ କ୍ବାର୍ଟର ବିଜୟ ପରେ ଭଉଣୀ ଅଞ୍ଜଳି ଗଣମାଧ୍ୟମକୁ କହିଛନ୍ତି, " ସ୍ବର୍ଗୀୟ ପିତାଙ୍କ ସ୍ବପ୍ନ କରୁଛନ୍ତି ବନ୍ଦନା ।"

"ଭାରତୀୟ ମହିଳା ଟିମ ସେମିରେ ପହଞ୍ଚିବା ପରେ ପରିବାର ବହୁତ ଖୁସି । ବନ୍ଦନା ସ୍ବର୍ଗୀୟ ପିତାଙ୍କ ସ୍ବପ୍ନ ପୂରଣ କରୁଛନ୍ତି ।ଏହି ସଫଳତା ପାଇଁ ବନ୍ଦନାଙ୍କୁ ଶୁଭେଚ୍ଛା ।" ଟୋକିଓ ଅଲମ୍ପିକ୍‌ରେ ଭାରତ ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟିମ ଅଲମ୍ପିକ ସେମିଫାଇନାଲରେ ପ୍ରବେଶ କରିବାକୁ ସଫଳ ହୋଇଛି ।

ଏହା ଭାରତୀୟ ମହିଳା ହକି ପାଇଁ ଐତିହାସିକ ଦିନ ଓ ସ୍ବତନ୍ତ୍ର ସ୍ମରଣୀୟ ଦିନ । କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୁରଜିତ କୌର ଭାରତ ପକ୍ଷରୁ ପେନାଲିଟି କର୍ଣ୍ଣରର ଲାଭ ଉଠାଇ ଏକମାତ୍ର ଗୋଲ୍‌ କରିଥିଲେ ଓ ଭାରତ ଭାରତକୁ ବିଜୟୀ କରାଇଥିଲେ । ପୂର୍ବରୁ ଭାରତୀୟ ପୁରୁଷ ଟିମ ମଧ୍ୟ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.