ETV Bharat / sports

Tokyo Olympics, Day 9: ମହିଳା ହକିରେ ୪-୩ରେ ବିଜୟୀ ଭାରତ, ବନ୍ଦନାଙ୍କ ହ୍ୟାଟ୍ରିକ୍‌ - ଜିତିଲା ଭାରତ

ମହିଳା ହକିର ପୁଲ ଏ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଲା ଭାରତ । ବନ୍ଦନା କାଟାରିୟାଙ୍କ ଦମଦାର ହ୍ୟାଟ୍ରିକ୍‌ ଗୋଲ୍‌ । ଅଧିକ ପଢନ୍ତୁ...

Tokyo Olympics, Day 9: India beat South Africa 4-3 in Women's Hockey
Tokyo Olympics, Day 9: ମହିଳା ହକିରେ ୪-୩ରେ ବିଜୟୀ ଭାରତ
author img

By

Published : Jul 31, 2021, 10:44 AM IST

Updated : Jul 31, 2021, 11:27 AM IST

ଟୋକିଓ: ଭାରତୀୟ ମହିଳା ଟିମର ଦମଦାର ବିଜୟ । ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଛି ଭାରତ । Oi ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହ ଭାରତର କ୍ବାର୍ଟର-ଫାଇନାଲ ଆଶା ଉଜ୍ଜୀବିତ ରହିଛି ।

୫ଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ୨ଟି ବିଜୟ ଓ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି ଭାରତ । ରାନୀ ରାମପାଲ୍‌ଙ୍କ ଭାରତୀୟ ମହିଳା ଟିମ ଭାଗ୍ୟ ଏବେ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ବିପକ୍ଷ ମ୍ୟାଚ ଉପରେ ନିର୍ଭର କରୁଛି ।

ରାନୀଙ୍କ ନେତୃତ୍ବରେ ଭାରତୀୟ ଟିମ ପ୍ରଥମ କ୍ବାର୍ଟରରେ ୧-୦ରେ ଆଗୁଆ ହୋଇଥିଲା । ବନ୍ଦନା କାଟାରିୟା ଭାରତ ପାଇଁ ପ୍ରଥମ ଗୋଲ୍‌ କରିଥିଲେ । ତେବେ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଗୋଲ୍‌ କରି ସ୍କୋର ବରାବର କରିଥିଲା ।

ଦ୍ବିତୀୟ କ୍ବାର୍ଟରରେ ଅଧିକ ଯତ୍ନର ସହିତ ଖେଳିଥିଲା ରାନୀ ରାମପାଲଙ୍କ ଟିମ । ପ୍ରଥମ କ୍ବାର୍ଟର ପରି ଦ୍ବିତୀୟ କ୍ବାର୍ଟର ଆରମ୍ଭରେ ବନ୍ଦନା ଦ୍ବିତୀୟ ଦମଦାର ଗୋଲ୍‌ କରିଥିଲେ । ଫଳରେ ୨-୧ରେ ଆଗୁଆ ହୋଇଥିଲା ଭାରତ। ପରେ ଦ୍ବିତୀୟ କ୍ବାର୍ଟର ଶେଷ ହେବାକୁ ଆଉ ମାତ୍ର କିଛି ମିନିଟ ବାକିଥିବାବେଳେ ଗୋଲ୍‌ କରିବା ସହ ପୁନଃ ସ୍କୋର ୨-୨ରେ ବରାବର କରିଥିଲା ଦକ୍ଷିଣ ଆଫ୍ରିକା ।

ପରେ ହତାେତ୍ସାହିତ ହୋଇଯାଇଥିବା ଭାରତୀୟ ଟିମ ପାାଇଁ ନେହା ତୃତୀୟ ଗୋଲ୍‌ କରିଥିଲେ ଓ ଭାରତୀୟ କ୍ୟାମ୍ପରେ ହସ ଫେରାଇ ୩-୨ରେ ଆଗୁଆ କରିଥିଲେ । ସମାନ ଭାବେ ଦକ୍ଷିଣ ଆଫ୍ରିକା ମଧ୍ୟ ତୃତୀୟ ଗୋଲ୍‌ କରିଥିଲା ଓ ସ୍କୋର ବରାବର କରିଥିଲା । ତୃତୀୟ କ୍ବାର୍ଟର ସୁଦ୍ଧା ସ୍କୋର ୩-୩ରେ ସମାନ ଥିଲା ।

ତେବେ ରୋମାଞ୍ଚକର ମୁକାବିଲାରେ ଚତୁର୍ଥ କ୍ବାର୍ଟର ତଥା ଶେଷ କ୍ବାର୍ଟରରେ ବନ୍ଦନା ନିଜର ତୃତୀୟ ଚମତ୍କାର ଗୋଲ୍‌ ସହ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ । ପରେ ମ୍ୟାଚର ଶେଷ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାକୁ ଗୋଲ୍‌ କରିବାକୁ ସୁଯୋଗ ଦେଇନଥିଲା ଭାରତ ଓ ୪-୩ରେ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 11:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.