ETV Bharat / sports

ସବ ଜୁନିଅର ହକି ସେମିଫାଇନାଲ୍‌ରେ ଓଡିଶା

କ୍ବାର୍ଟର-ଫାଇନାଲ ମୁକାବିଲାରେ ବାଦିପତି ରାଜା ହକି ଏକାଡେମୀକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଓଡିଶା ନାଭାଲ ଟାଟା ହକି ହାଇ-ପର୍ଫମାନ୍ସ ସେଣ୍ଟର । ଅଧିକ ପଢନ୍ତୁ...

Sub-junior hockey: Odisha, SPGC, MP academies reach semi-finals
ସବ୍‌ ଜୁନିଅର ହକି ସେମିଫାଇନାଲ୍‌ରେ ଓଡିଶା
author img

By

Published : Oct 10, 2021, 9:55 PM IST

Updated : Oct 10, 2021, 10:34 PM IST

ଭୋପାଳ: ପ୍ରଥମ ହକି ଇଣ୍ଡିଆ ସବ୍‌-ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ରେ ଓଡିଶାର ବିଜୟ ଯାତ୍ରା ଜାରି ରହିଛି । କ୍ବାର୍ଟର-ଫାଇନାଲ ମୁକାବିଲାରେ ବାଦିପତି ରାଜା ହକି ଏକାଡେମୀକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଓଡିଶା ନାଭାଲ ଟାଟା ହକି ହାଇ-ପର୍ଫମାନ୍ସ ସେଣ୍ଟର । କ୍ବାର୍ଟର ମୁକାବିଲାରେ ଲଢୁଆ ପ୍ରଦର୍ଶନ ସହ ୧୦-୦ ବ୍ୟବଧାନରେ ଏକତରଫା ବିଜୟ ହାସଲ କରିଛି ଓଡିଶା ।

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ନେଇ ଖେଳିଥିଲା ଓଡିଶା ନାଭାଲ ଟାଟା । ଓଡିଶା ପକ୍ଷରୁ ପ୍ରେମଦୟାଲ ଗିରି ମ୍ୟାଚର ତୃତୀୟ ମିନିଟରେ ଗୋଲ୍‌ ସ୍କୋର କରିଥିଲେ । ଏହାପରେ ୧୬ତମ ଓଭରରେ ଆଉ ଏକ ଚମତ୍କାର ଗୋଲ୍‌ ମଧ୍ୟ କରିଥିଲେ । ୟୁମଖାମ ବିଦ୍ୟାନନ୍ଦ ସିଂହ(୩୦' ୪୨') ମଧ୍ୟ ଦୁଇଟି ଗୋଲ୍‌ କରିଥିଲେ । ସେହିପରି ରେଙ୍ଗବାମ ରୋହିତ ସିଂ(୧୧'), ଆରୟନ ସେସ୍‌(୧୮'), ପ୍ରିତମ ଏକ୍କା(୨୩'), ଆକାଶ ଯାଦବ(୨୭'), ରିକି ତୋଞ୍ଜାମ(୨୯') ଓ ୟୋଜିନ ମିଞ୍ଜ(୪୮') ମିନିଟରେ ଗୋଲ୍‌ ସ୍କୋର କରିଥିଲେ ।

ସେମିଫାଇନାଲ ମୁକାବିଲାରେ ରାଉଣ୍ଡଗ୍ଳାସ ପଞ୍ଜାବ ହକି କ୍ଳବ ଏକାଡେମୀ ବିପକ୍ଷରେ ଖେଳିବ ଓଡିଶା ନାଭାଲ ଟାଟା ହକି ହାଇ-ପର୍ଫମାନ୍ସ ସେଣ୍ଟର ।

ଅନ୍ୟପଟେ ଓଡିଶା ସହିତ ରାଉଣ୍ଡଗ୍ଳାସ ପଞ୍ଜାବ ହକି କ୍ଳବ ଏକାଡେମୀ, SGPC ହକି ଏକାଡେମୀ ଓ ମଧ୍ୟପ୍ରଦେଶ ହକି ଏକାଡେମୀ ମଧ୍ୟ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.