ETV Bharat / sports

ସବ୍‌ ଜୁନିଅର ଏକାଡେମୀ ହକି: ପଞ୍ଜାବକୁ ହରାଇ ଫାଇନାଲରେ ଓଡିଶା - Madhya Pradesh HA

ହକି ଇଣ୍ଡିଆ ସବ୍‌ ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର ଫାଇନାଲରେ ପ୍ରବେଶ କରିଛି ଓଡିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟର । ଅଧିକ ପଢନ୍ତୁ...

Sub junior Academy National C'ship: Odisha Naval Tata Hockey HPC and Madhya Pradesh HA in finals
ସବ୍‌ ଜୁନିଅର ଏକାଡେମୀ ହକି: ପଞ୍ଜାବକୁ ହରାଇ ଫାଇନାଲରେ ଓଡିଶା
author img

By

Published : Oct 12, 2021, 5:22 PM IST

ଭୋପାଳ(ମଧ୍ୟପ୍ରଦେଶ): ଚଳିତ ହକି ଇଣ୍ଡିଆ ସବ୍‌ ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ର ଫାଇନାଲରେ ପ୍ରବେଶ କରିଛି ଓଡିଶା । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଖେଳାଯାଉଥିବା ଏହି ମେଗା ପ୍ରତିଯୋଗିତାରେ ଓଡିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟର ବିଜୟୀ ପ୍ରଦର୍ଶନ ଜାରି ରଖିଛି ।

  • The Odisha Naval Tata Hockey HPC boys have stormed into the #finals at the 1st Hockey India Sub Junior Men Academy National Championship 2021.

    They defeated Roundglass Punjab Hockey Club Academy by 5-2 and are set to face Madhya Pradesh Hockey Academy in the finals. Good luck! pic.twitter.com/TRkJus2xq1

    — Odisha Sports (@sports_odisha) October 12, 2021 " class="align-text-top noRightClick twitterSection" data=" ">

ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣର ସେମିଫାଇନାଲ ମୁକାବିଲାରେ ରାଉଣ୍ଡଗ୍ଳାସ୍‌ ପଞ୍ଜାବ ହକି କ୍ଳବ ଏକାଡେମୀକୁ ଭେଟିଥିଲା ଓଡିଶା । ପୂର୍ବ ମ୍ୟାଚ୍‌ଗୁଡିକ ପରି ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା ଓଡିଶା ଓ ୫-୨ ବ୍ୟବଧାନରେ ସହଜ ବିଜୟ ହାସଲ କରିଥିଲା । ଏଥିସହିତ ମଙ୍ଗଳବାର ଫାଇନାଲରେ ସ୍ଥାନ ପକ୍କା କରିଛି ଓଡିଶା ନାଭାଲ ଟାଟା ହକି ହାଇ ପର୍ଫମାନ୍ସ ସେଣ୍ଟର ।

ଓଡିଶା ପକ୍ଷରୁ ରିକି ତୋଞ୍ଜାମ(୧୪' ୪୭') ଓ ଆୟରନ ସେସ(୩୦' ୩୩') ଦୁଇଟି ଲେଖାଏଁ ଗୋଲ୍‌ କରିଥିଲେ । ସେହିପରି ପ୍ରେମଦୟାଲ ଗିରି ମ୍ୟାଚ୍‌ର ୫୨ତମ ମନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ । ଅନ୍ୟପଟେ ରାଉଣ୍ଡଗ୍ଲାସ୍‌ ପଞ୍ଜାବ ହକି କ୍ଳବ ଏକାଡେମୀ ପକ୍ଷରୁ ଗୁରସେୱାକ୍‌ ସିଂ ମ୍ୟାଚ୍‌ର ୩୬ତମ ଓ ଲଭନୁର ସିଂ ୫୮ ତମ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲେ ।

ଦ୍ବିତୀୟ ସେମିଫାଇନାଲରେ ମଧ୍ୟପ୍ରଦେଶ ହକି ଏକାଡେମୀ SGPC ହକି ଏକାଡେମୀକୁ ୩-୧ ଗୋଲ୍‌ରେ ହରାଇ ହକି ଇଣ୍ଡିଆ ସବ୍‌ ଜୁନିଅର ପୁରୁଷ ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ୍‌ ୨୦୨୧ଫାଇନାଲରେ ପ୍ରବେଶ କରିଛି ।

ସଦ୍ଦାମ ଅହମ୍ମଦ(୧୨'), ଜମୀର ମହମ୍ମଦ(୨୬') ଓ କ୍ୟାପଟେନ୍‌ ଅଲି ଅହମ୍ମଦ(୪୯') ମଧ୍ୟ ପ୍ରଦେଶ ହକି ଏକାଡେମୀ ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ସେହିପରି SGPC ହକି ଏକାଡେମୀ ପାଇଁ ଜୋବନ ସିଂହ ମ୍ୟାଚ୍‌ର ୨୧ତମ ମିନିଟ୍‌ରେ ଏକମାତ୍ର ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.