ETV Bharat / sports

Junior Hockey WC: ଇତିହାସ ରଚିଲା ପାକିସ୍ତାନ, ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ ସ୍କୋର ରେକର୍ଡ

author img

By

Published : Dec 1, 2021, 6:31 AM IST

ଜୁନିଅର ବିଶ୍ବକପ ହକିରେ ଇତିହାସ ରଚିଲା ପାକିସ୍ତାନ ଦଳ । ଆମେରିକାକୁ ୧୮-୨ ଗୋଲ୍‌ରେ ମାତ୍‌ ଦେଇଛି ପାକିସ୍ତାନ । ଜୁନିଅର ହକି ବିଶ୍ବକପ୍‌ ଇତିହାସରେ ଏତେ ବଡ଼ ବ୍ୟବଧାନରେ କୌଣସି ଦଳ କେବେ ବିଜୟ ହାସଲ କରିନଥିଲା । ଅଧିକ ପଢ଼ନ୍ତୁ Junior Hockey World cup news

Junior Hockey WC: ଇତିହାସ ରଚିଲା ପାକିସ୍ତାନ, ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ ସ୍କୋର ରେକର୍ଡ
Junior Hockey WC: ଇତିହାସ ରଚିଲା ପାକିସ୍ତାନ, ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ ସ୍କୋର ରେକର୍ଡ

ଭୁବନେଶ୍ବର: ଜୁନିଅର ବିଶ୍ବକପ ହକିରେ ଇତିହାସ ରଚିଲା ପାକିସ୍ତାନ ଦଳ । ଆମେରିକାକୁ ୧୮-୨ ଗୋଲ୍‌ରେ ମାତ୍‌ ଦେଇଛି ପାକିସ୍ତାନ । ପ୍ରଥମ ଥର ପାଇଁ ପାକିସ୍ତାନ ହକି ଦଳ ଏତେ ଗୋଲ୍‌ ବ୍ୟବଧାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି ।

ଏହାପୂର୍ବରୁ କ୍ବାର୍ଟର ଫାଇନାଲରୁ ବାଦ୍‌ ପଡ଼ିଥିଲେ ଉଭୟ ଆମେରିକା ଓ ପାକିସ୍ତାନ । ଏହା କେବଳ ପାକିସ୍ତାନ ପାଇଁ ଏକ ସ୍ମରଣୀୟ ମ୍ୟାଚ୍‌ ନଥିଲା । ହକି ବିଶ୍ବକପ୍‌ ପାଇଁ ମଧ୍ୟ ଏକ ସ୍ମରଣୀୟ ମ୍ୟାଚ୍‌ ଥିଲା । ଜୁନିଅର ହକି ବିଶ୍ବକପ୍‌ ଇତିହାସରେ ଏତେ ବଡ଼ ବ୍ୟବଧାନରେ କୌଣସି ଦଳ କେବେ ବିଜୟ ହାସଲ କରିନଥିଲା ।

ଆଗାମୀ ମ୍ୟାଚରେ ପାକିସ୍ତାନ ଦଳ ୯ ନମ୍ବର ସ୍ଥାନ ଓ ୧୨ ନମ୍ବର ସ୍ଥାନ ପାଇଁ ପ୍ରତିଦ୍ବନ୍ଦିତା କରିବ । ସେପଟେ ଆମେରିକା ଟୁର୍ଣ୍ଣାମେଣ୍ଟରେ ୧୩ ଓ ୧୬ତମ ସ୍ଥାନ ପାଇଁ ପ୍ରତିଦ୍ବନ୍ଦିତା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.