ETV Bharat / sports

Olympics Hockey: ପ୍ରଥମ ଥର କ୍ବାର୍ଟରରେ ଭାରତୀୟ ମହିଳା ହକି ଦଳ, ସାମ୍ନାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ - Indian women in QF

ଅଲମ୍ପିକର ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପହଞ୍ଚି ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ଅଧିକ ପଢନ୍ତୁ...

Olympics hockey: Nothing to lose for Indian women in QF against Australia
Olympics hockey: 41 ବର୍ଷ ପରେ କ୍ବାର୍ଟରରେ ଭାରତ, ସାମ୍ନାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ
author img

By

Published : Aug 1, 2021, 3:22 PM IST

Updated : Aug 1, 2021, 10:40 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ପ୍ରଥମ ଥର ଅଲମ୍ପିକ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ମହିଳା ଟିମ୍ । ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ରାନୀ ରାମ ରାମପାଲଙ୍କ ନେତୃତ୍ବରେ ଭାରତୀୟ ମହିଳା ଟିମର କ୍ବାର୍ଟର ମୁକାବିଲା ରହିଛି । ଏହି ମ୍ୟାଚରେ ବିନା କୌଣସି ଚାପରେ ଖେଳିବ ଭାରତୀୟ ଟିମ । କାରଣ ଅଲମ୍ପିକର ନକଆଉଟ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ପହଞ୍ଚି ଇତିହାସ ରଚିସାରିଛି ଟିମ ।

ଟୋକିଓ ଅଲମ୍ପିକ ହକିର ଗ୍ରୁପ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ତିନୋଟି ପରାଜୟ ସହ କ୍ବାର୍ଟର ଟିକେଟ ହାତେଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲ୍‌ରେ ହରାଇବା ପରେ କ୍ବାର୍ଟର ପ୍ରବେଶ ପାଇଁ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ବିପକ୍ଷ ମ୍ୟାଚର ଫଳାଫଳକୁ ଅପେକ୍ଷା କରିଥିଲା ଟିମ । ଗ୍ରୁପ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ବିଜୟ ସହ ଆୟରଲାଣ୍ଡ ଓ ଭାରତର ପଏଣ୍ଟ ସମାନ ରହିଥିଲା । ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ଆୟରଲାଣ୍ଡର ବିଜୟ ଭାରତର କ୍ବାର୍ଟର ଆଶାକୁ ଶେଷକରିବାର ସମସ୍ତ ସମ୍ଭାବନା ଥିଲା । ମାତ୍ର ଗ୍ରେଟ ବ୍ରିଟେନ ୨-୦ ଗୋଲ୍‌ରେ ଆୟରଲାଣ୍ଡକୁ ହରାଇବା ପରେ ଭାରତର କ୍ବାର୍ଟର ରାସ୍ତା ପରିସ୍କାର ହୋଇଥିଲା ଓ ଭାରତୀୟ କ୍ୟାମ୍ପରେ ଖୁସିରେ ଲହରୀ ଖେଳିଯାଇଥିଲା ।

ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ବପୂର୍ଣ୍ଣ କ୍ବାର୍ଟର-ଫାଇନାଲ ମୁକାବିଲା ପୂର୍ବରୁ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜିନ କହିଛନ୍ତି, "ଲକ୍ଷ୍ୟ ହାସଲ ହୋଇଛି, କ୍ବାର୍ଟରରେ ହାରିବାକୁ ଟିମ ପାଖେ କିଛି ନାହିଁ , ବିନା ଚାପରେ ନିର୍ଭୟ ହୋଇ ଖେଳିବ ଭାରତ । ଯଦି ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମର୍ଥ ହୋଇଯା'ନ୍ତି, ତେବେ ଫଳାଫଳ କିଛି ବି ହୋଇପାରେ ।" ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ନେଦରାଲାଣ୍ଡ ପଛକୁ ରହିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ । ପୁଏଲ ବି'ରେ ଥିବା କଙ୍ଗାରୁ ଟିମ ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚରେ ବିଜୟ ସହ ଶୀର୍ଷରେ ରହିଥିଲା ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମ, ଏହି ମେଗା ଇଭେଣ୍ଟରେ ବିଶ୍ବ ମାନ୍ୟତାର ନବମ ସ୍ଥାନ ଟିମ ଭାବେ ଅଭିଯାନ ଆରମ୍ଭ କରିଥିଲା । ତେବେ ପ୍ରଥମ ତିନୋଟି ମ୍ୟାଚରେ ନେଦରଲାଣ୍ଡ୍‌ସ, ଜର୍ମାନୀ ଓ ଗ୍ରେଟ ବ୍ରିଟେନ ଠାରୁ ରାନୀଙ୍କ ଟିମକୁ ପରାଜୟ ମିଳିଥିଲା । କେବଳ ଆୟରଲାଣ୍ଡକୁ ୧-୦ ଓ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇବାକୁ ସକ୍ଷମ ହୋଇଥିଲା ଟିମ । ଆୟରଲାଣ୍ଡ ବିପକ୍ଷରେ ୧୪ଟି ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲେ ମଧ୍ୟ ଗୋଟିଏକୁ ବି ଗୋଲ୍‌ରେ ପରିଣତ କରିବାକୁ ସକ୍ଷମ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଏକାଧିକ ସର୍କଲ ପେନେଟ୍ରେସନ ପାଇଥିଲେ ମଧ୍ୟ କେବଳ ୪ଟି ଗୋଲ୍‌ କରିପାରିଥିଲେ ।

ଫଳରେ ଚାପମୁକ୍ତ ହୋଇ ଟିମ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରୟାସ କରିବାକୁ ରଣନୀତି କରୁଛି । ଗୁରଜିତ କୌର ଓ ଦୀପଗ୍ରେସ ଏକ୍କାଙ୍କ ପ୍ରୟାସକୁ ପ୍ରତିପକ୍ଷ ଗୋଲ୍‌କିପର ବିଫଳ କରୁଛନ୍ତି । ନେହା ଗୋୟଲ ଓ କ୍ୟାପଟେନ ରାନୀ ରାମପାଲଙ୍କୁ ଅଧିକ ଯତ୍ନର ସହ ଖେଳିବାକୁ ହେବ । ବନ୍ଦନା କାଟାରିୟା ପ୍ରଥମ ମହିଳା ଖେଳାଳି ଭାବେ ଅଲମ୍ପିକରେ hat-trick ଗୋଲ୍‌ ଅର୍ଜନ କରିବାରେ ରେକର୍ଡ କରିଛନ୍ତି । ମାତ୍ର ଫରୱାର୍ଡ ଲାଇନ ଆଶାନୁରୁପ ସଫଳତା ହାସଲ କରିପାରିନାହାନ୍ତି । ସାମ୍ନାରେ 'Hockeyroos' କୁହାଯାଉଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ରହିଥିବାରୁ ସାମାନ୍ୟ ଅସାବଧାନତା ବିଜୟଠରୁ ଦୂରକୁ ନେଇଯିବାର ସମସ୍ତ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2021, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.