ETV Bharat / sports

ଟୋକିଓ ଅଲମ୍ପିକ ଟେଷ୍ଟ: 2ୟ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ - ଟୋକିଓ ଅଲମ୍ପିକ ଟେଷ୍ଟ

ଅଲମ୍ପିକ୍‌ ଟେଷ୍ଟ ଇଭେଣ୍ଟର 2ୟ ମ୍ୟାଚରେ ଭାରତୀୟ ପୁରୁଷ ଦଳ ବିପକ୍ଷ ନ୍ୟୁଜିଲାଣ୍ଡଠାରୁ 1-2 ଗୋଲରେ ପରାସ୍ତ ହୋଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 18, 2019, 10:58 PM IST

ହାଇଦ୍ରାବାଦ: ଶନିବାର ବିଜୟ ପରେ ରବିବାର ଭାରତୀୟ ଦଳ ସପକ୍ଷରେ ଯାଇନାହିଁ ଅଲମ୍ପିକ୍‌ ଟେଷ୍ଟ ଇଭେଣ୍ଟର 2ୟ ମ୍ୟାଚ । ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଡ୍ର ଫଳାଫଳ ସତ ସନ୍ତୁଷ୍ଟ ହୋଇଥିବା ବେଳେ ପୁରୁଷ ଦଳ ବିପକ୍ଷ ନ୍ୟୁଜିଲାଣ୍ଡଠାରୁ 1-2 ଗୋଲରେ ପରାସ୍ତ ହୋଇଛି ।

ଆଜି ଦିନ 3.30ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଫେଲ ମାରିଥିଲେ ହରମନପ୍ରୀତଙ୍କ ବାହିନୀ । ଗତକାଲି ମ୍ୟାଚରେ ଏକତରଫା ବିଜୟ ପରେ ମନୋବଳ ଦୃଢ ରଖିଥିବା ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ୍‌ ହକିର ପ୍ରଦର୍ଶନ ଦେଖାଇଥିଲା । ମ୍ୟାଚ ପ୍ରଥମ 2ମିନିଟରେ ଗୋଲ ହିଟ୍‌ କରିଥିଲେ ଖୋଦ୍‌ ଅଧିନାୟକ ହରମନପ୍ରୀତ୍‌ ସିଂ । ମାତ୍ର ସମୟ ବଢିବା ସହିତ ଖରାପ ଖେଳ ପ୍ରଦର୍ଶନ କରିଥିବା ଦଳ । ମ୍ୟାଚ ଅନ୍ୟ ଦୁଇ କ୍ବାର୍ଟର ଗୋଲ ଶୂନ୍ୟ ରହିଥିଲା । ମାତ୍ର ଶେଷ କ୍ବାର୍ଟରରେ ଦମ ଦେଖାଥିଲା ନ୍ୟୁଜିଲାଣ୍ଡ । ମ୍ୟାଚର 47ତମ ଓ 60ତମ ମିନିଟରେ ଗୋଲ ହିଟ୍‌ କରି ମ୍ୟାଚ ଉପରେ କବ୍‌ଜା ପାଇଥିଲା କିୱି ଦଳ ।

ସୂଚନାଥାଉକି, ଗତକାଲି ଭାରତ ମାଲେସିଆକୁ 6ଟି ଗୋଲ୍‌ରେ ପରାସ୍ତ କରିଥିଲା । ଦଳ ପକ୍ଷରୁ ମନଦୀପ ସିଂ ଓ ଗୁରୁସାହିବଜିତ ସିଂ ଉଭୟ 2ଟି ଲେଖାଏଁ ଗୋଲ୍‌ ବିପକ୍ଷ ଦଳକୁ ଦେଇଥିଲେ । ଏହାସହ ଗୁରିନ୍ଦର ସିଂ ଓ ଏସ୍‌ଭି ସୁନୀଲ ମଧ୍ୟ ଦଳ ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.