ହାଇଦ୍ରାବାଦ: ଶନିବାର ଠାରୁ ଆରମ୍ଭ ହୋଇଯାଇଚି ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟ । ଆଜି ସକାଳେ ଭାରତୀୟ ମହିଳା ହକି ଦଳ, ଘରୋଇ ବିପକ୍ଷ ଦଳ ଜାପାନକୁ 2-1 ଗୋଲ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟ ଯାତ୍ରା ଆରମ୍ଭ କରିଛି । ଏହାପରେ ଭାରତୀୟ ହକି ପୁରୁଷ ଦଳ ନିଜର ଦମ୍ ଦେଖାଇବା ପାଇଁ ଦିନ 3ଟାରେ ଟ୍ରୁପକୁ ଓହ୍ଲାଇବ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia ଭାରତ ତା'ର ପ୍ରଥମ ମ୍ୟାଚ ମାଲେସିଆ ବିପକ୍ଷରେ ଖେଳିବ । ନିୟମିତ ଅଧିନାୟକ ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ଡିଫେଣ୍ଡର ହରମନପ୍ରୀତ ସିଂଙ୍କ କାନ୍ଧରେ ଦଳର ଭାର ନ୍ୟସ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଅଧିନାୟକ ହରମନପ୍ରୀତ ସିଂ କହିଥିଲେ ଯେ, ଆଶା କରୁଛି ଯୁବ ଖେଳାଳୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖାସ୍ ରହିବ । କାରଣ ଅଲମ୍ପିକ କ୍ବାଲିଫାୟରଙ୍କ ନଜର ଆମମାନଙ୍କ ଉପରେ ରହିବ । ଏଥିସହ ଟେଷ୍ଟ ପ୍ରତିଯୋଗିତାରେ ଟିମକୁ ଟୋକିଓର ପରିସ୍ଥିତିକୁ ବୁଝିବାକୁ ସମୟ ମିଳିବ । କାରଣ ଆଗାମୀ ଅଲମ୍ପିକ ଟୋକିଓରେ ଅନୁଷ୍ଠିତ ହେବ।