ଟୋକିଓ: ଶନିବାର ଠାରୁ ଆରମ୍ଭ ହୋଇଛି ଅଲମ୍ପିକ ଟେଷ୍ଟ ଇଭେଣ୍ଟ । ଭାରତୀୟ ମହିଳା ହକି ଟିମ୍ ତା'ର ଆଜି 2ୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲା । ଏହି ମ୍ୟାଚରେ 2ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଉଭୟ ଦଳକୁ 2-2 ଗୋଲ୍ରେ ସନ୍ତୁଷ୍ଟ ହେବାକୁ ପଡିଛି ।
ମ୍ୟାଚ ଆରମ୍ଭର 14 ମିନିଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ଗୋଲ ଭାରତକୁ ଦେଇଥିଲା । ଏହାପରେ 3ୟ କ୍ବାଟରରେ ଭାରତ ପକ୍ଷରୁ ବନ୍ଦନା ମ୍ୟାଚର 36ମିନିଟ୍ରେ ପ୍ରଥମ ଗୋଲ କରି ସ୍କୋରକୁ ବରାବର୍ କରିଥିଲା । ଏହି କ୍ବାଟରରେ ପୁଣି ଅଷ୍ଟ୍ରେଲିଆ ପକ୍ଷରୁ ଆଉ ଗୋଟିଏ ଗୋଲ ଦେଇ ସ୍କୋର 2-1କୁ ଆଣିଥିଲା ।
ଅନ୍ତିମ ତଥା 4ର୍ଥ କ୍ବାଟରର ଶେଷ ମୂହୁର୍ତ୍ତରେ ଭାରତ ପକ୍ଷରୁ ଗୁରଜିତ କୌର ବିପକ୍ଷ ଗୋଲପୋଷ୍ଟରେ ଗୋଲ୍ ମାରି ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲେ ।
ସୂଚନାଥାଉକି, ଭାରତ ଗତକାଲି ଜାପାନକୁ2-1ରେ ପରାସ୍ତ କରିଥିଲା ।