ETV Bharat / sports

Olympic-hockey: ସେମି ଲଢେଇ, ଭାରତ ସାମ୍ନାରେ ଆର୍ଜେଣ୍ଟିନା ଆହ୍ବାନ - ଭାରତୀୟ ମହିଳା ହକି ଟିମ

ଅଲମ୍ପିକ ହକି ସେମିଫାଇନାଲରେ ଆର୍ଜେଣ୍ଟିନାକୁ ହରାଇ ରାନୀ ରାମପାଲଙ୍କ ଟିମ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ...

OLYMPICS HOCKEY INDIA WOMEN SEEK GOLDEN END TO FAIRY TALE
ଅଲମ୍ପିକ ହକି: ସେମିଫାଇନାଲ ଲଢେଇ, ଭାରତ ସାମ୍ନାରେ ଆର୍ଜେଣ୍ଟିନା ଆହ୍ବାନ
author img

By

Published : Aug 4, 2021, 3:32 PM IST

ଟୋକିଓ: ଭାରତୀୟ ମହିଳା ହକି ଟିମ ପ୍ରଥମ ଥର ପାଇଁ ଅଲମ୍ପିକ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛି । ଆଉ କିଛି ସମୟ ପରେ ଅର୍ଥାତ ଆଜି(ବୁଧବାର) ଅପରାହ୍ନ ୩.୩୦ରେ ଆର୍ଜେଣ୍ଟିନା ବିପକ୍ଷରେ ରାନୀ ରାମପାଲଙ୍କ ଟିମ ସେମିଫାଇନାଲ ଖେଳିବ । ଏହି ମ୍ୟାଚରେ ବିଜୟ ସହ ଫାଇନାଲ ଟିକେଟ ହାତେଇବା ଟିମର ଲକ୍ଷ୍ୟ ରହିଛି ।

କ୍ବାର୍ଟର ଫାଇନାଲରେ ବିଶ୍ବର ନମ୍ବର ୨ ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମର ମନୋବଳ ଉଚ୍ଚ ରହିଛି । ଦୃଢ ଆତ୍ମବିଶ୍ବାସ ସହ ଆର୍ଜେଣ୍ଟିନା ଆହ୍ବାନକୁ ପାର୍‌ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଚଳିତ ଅଲମ୍ପିକ ହକି ଟୁର୍ଣ୍ଣାମେଣ୍ଟରେ ଆଶାଠାରୁ ଢେର ଅଧିକ ପ୍ରଦର୍ଶନ କରିଛନ୍ତି ଭାରତୀୟ ମହିଳା ହକି ଟିମ । ଟିମ ପାଖରେ ହରାଇବାକୁ କିଛି ନାହିଁ, ଶୀର୍ଷ ଟିମ ବିପକ୍ଷରେ ଖେଳିବାର ଅନୁଭବ ହାସଲ ସହ ଅଲମ୍ପିକ ଫାଇନାଲ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବାକୁ ଚାହିଁବନି ଭାରତ ।

ଅଲମ୍ପିକ ଆରମ୍ଭ ପୂର୍ବରୁ ବିଶ୍ବ ମାନ୍ୟତାର ନବମ ସ୍ଥାନରେ ରହିଥିଲା ଭାରତୀୟ ମହିଳା ହକି ଟିମ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସଫଳତାର ନୂଆ ଅଧ୍ୟାୟ ଯୋଡି ଥିଲେ ।

ରାନୀ ରାମପାଲଙ୍କ ଟିମକୁ ଗ୍ରୁପ ପର୍ଯ୍ୟାୟରେ ବିଶ୍ବର ନମ୍ବର ୧ ଟିମ ନେଦରଲାଣ୍ଡ ଠାରୁ ୧-୫, ଜର୍ମାନୀ ଠାରୁ ୦-୨ ଓ ଗ୍ରେଟ ବ୍ରିଟେନ ଠାରୁ ୧-୪ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ତେବେ ପରବର୍ତ୍ତୀ ଦୁଇଟି ମୁକାବିଲାରେ ଆୟରଲାଣ୍ଡକୁ ୧-୦ ଓ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇ କ୍ବାର୍ଟର ଫାଇନାଲ ଟିକେଟ ହାତେଇଥିଲା ଭାରତ । ଗ୍ରେଟ ବ୍ରିଟେନ ଆୟରଲାଣ୍ଡକୁ ହରାଇ ପରେ ଭାରତୀୟ ଟିମ କ୍ବାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲା ।

ଆର୍ଜେଣ୍ଟିନା ବିପକ୍ଷରେ ଭାରତୀୟ ଟିମକୁ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ସୁଦୃଢ ଡିଫେଣ୍ଡିଂ ନିଦର୍ଶନ ମଧ୍ୟ କରିବାକୁ ହେବ ।

ଆର୍ଜେଣ୍ଟିନା ବିପକ୍ଷ ସେମି ଲଢେଇ ପାଇଁ ଭାରତର Starting XI:

ସବିତା ପୁନିଆ, ଗୁରଜିତ କୌର, ଦୀପ ଗ୍ରେସ ଏକ୍କା, ଉଦିତା, ନିଶା, ନେହା, ମୋନିକା, ନବଜୋତ କୌର, ନବନୀତ କୌର, ରାନୀ(କ୍ୟାପଟେନ) ବନ୍ଦନା କାଟାରିୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.