ETV Bharat / sports

ଜାତୀୟ ହକି ଚମ୍ପିଆନସିପରେ ଓଡିଶା ଟିମକୁ ସାମିଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ହକି ଓଡିଶା

ଆଗାମୀ ଜାତୀୟ ହକି ଚମ୍ପିଆନସିପରେ ଓଡିଶା ଟିମକୁ ସାମିଲ କରିବା ପାଇଁ ଆୟୋଜକ ହକି ଇଣ୍ଡିଆକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

odisha-high-court-ordered-to-include-hockey-odisha-in-hockey-championship
ଜାତୀୟ ହକି ଚମ୍ପିଆନସିପରେ ହକି ଓଡିଶାକୁ ସାମିଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Jan 21, 2020, 11:47 PM IST

କଟକ: ଆଗାମୀ ଜାତୀୟ ହକି ଚମ୍ପିଆନସିପରୁ ଓଡିଶା ହକି ଦଳ ବାଦ ପଡିବା ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି । ଚମ୍ପିଆନସିପରେ ଓଡିଶା ଟିମକୁ ସାମିଲ କରିବା ପାଇଁ ଆୟୋଜକ ହକି ଇଣ୍ଡିଆକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳକୁ ସାମିଲ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 25ରୁ ଜାତୀୟ ପୁରୁଷ ହକି ଚମ୍ପିଆନସିପ ଆରମ୍ଭ ହେଉଥିବା ବେଳେ ଜାନୁଆରୀ 30 ତାରିଖରୁ ଜାତୀୟ ମହିଳା ହକି ଚମ୍ପିଆନସିପ ଆରମ୍ଭ ହେବ । ଜଷ୍ଟିସ କେଆର ମହାପାତ୍ରଙ୍କ ବେଞ୍ଚ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଭାରତ ସରକାରଙ୍କ କ୍ରୀଡା ବିଭାଗ, ହକି ଇଣ୍ଡିଆ, ହକି ଇଣ୍ଡିଆର ମହାସଚିବ, ହକି ଇଣ୍ଡିଆର ସିଇଓଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଓଡିଶା ହକି ଟିମ ଚମ୍ପିଆନସିପରୁ ବାଦ ପଡିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହକି ଜାତୀୟ ଚାମ୍ପିଅନସିପ ରୁ ଓଡିଶା ହକି ଦଳ ବାଦ ପଡିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ ନିର୍ଦ୍ଧେଶ ଦେଇଛନ୍ତି।ଚାମ୍ପିଅନସିପ ରେ ଓଡିଶା ଦଳକୁ ସାମିଲ ଲାଗି ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଆୟୋଜକ ହକି ଇଣ୍ଡିଆକୁ ନିର୍ଦ୍ଧେଶ ଦେଇଛନ୍ତି ହାଇକୋର୍ଟ ।ନିର୍ଦ୍ଧାରିତ ସମୟରେ ଖେଳାଳି ତାଲିକା ଦୀନପାରି ବାଦ ପଡିଥିଲା ଓଡିଶା ଟିମ।ତେବେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳକୁ ସାମିଲ ଲାଗି କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଆସନ୍ତା ୨୩ ରୁ ଆରମ୍ଭ ହେଉଛି ଜାତୀୟ ହକି ଚାମ୍ପିଅନସିପ।ଜଷ୍ଟିସ କେଆର ମହାପାତ୍ର ଙ୍କ ବେଞ୍ଚ ମାମଲାର ଶୁଣାଣି କରି ଏହି ନିର୍ଦ୍ଧେଶ ଦେଇଛନ୍ତି।ଏଥିସହ ଭାରତ ସରକାରଙ୍କ କ୍ରୀଡା ବିଭାଗ, ହକି ଇଣ୍ଡିଆ,ହକି ଇଣ୍ଡିଆ ର ମହାସଚିବ,ହକି ଇଣ୍ଡିଆର ସିଇଓ ଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।
ସୂଚନାଯୋଗ୍ୟ ଓଡିଶା ଟିମ ହକି ଚାମ୍ପିଅନସିପ ରୁ ବାଦ ପଡିବାରୁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.