ETV Bharat / sports

ସମୟ କାନ୍ଦିବାର ନୁହେଁ, ବ୍ରୋଞ୍ଜ ମ୍ୟାଚ୍‌ ଉପରେ ଫୋକସ କର: ମନପ୍ରୀତ ସିଂହ

author img

By

Published : Aug 3, 2021, 11:53 AM IST

ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଓ ଷ୍ଟାର ଗୋଲ୍‌କିପର କହିଛନ୍ତି ମନଦୁଃଖ କରିବାକୁ ସମୟ ନାହିଁ, କାରଣ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଉପରେ ଫୋକସ କରିବାକୁ ହେବ । ଅଧିକ ପଢନ୍ତୁ...

No time for disappointment, have to focus on bronze medal match: skipper Manpreet and Sreejesh
ସମୟ କାନ୍ଦିବାର ନୁହେଁ, ବ୍ରୋଞ୍ଜ ମ୍ୟାଚ୍‌ ଉପରେ ଫୋକସ: ମନପ୍ରୀତ ସିଂହ

ଟୋକିଓ: ବେଲଜିୟମ ଠାରୁ ମଙ୍ଗଳବାର ଅଲମ୍ପିକ ସେମିଫାଇନାଲରେ ୨-୫ ପରାଜୟ ପରେ ନିରାଶଜନକ । ମାତ୍ର ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଓ ଷ୍ଟାର ଗୋଲ୍‌କିପର କହିଛନ୍ତି ମନଦୁଃଖ କରିବାକୁ ସମୟ ନାହିଁ, କାରଣ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଉପରେ ଫୋକସ କରିବାକୁ ହେବ । ଆଜି ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ର ବିଜେତା ଗୁରୁବାର ଭାରତ ସହ ବ୍ରୋଞ୍ଜ ପଦକ ମୁକାବିଲା ଖେଳିବ ।

୮ ଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା, ଓ ୧୯୮୦ରେ ଶେଷ ପଦକ ଜିତିଥିବା ହକି ଟିମ ଇଣ୍ଡିଆ ବିଶ୍ବ ଚମ୍ପିଆନ ବେଲଜିୟମ ବିପକ୍ଷରେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି । ସେମିଫାଇନାଲରେ ବେଲଜିୟମ ୫-୨ ଗୋଲ୍‌ରେ ଭାରତକୁ ହରାଇଛି ।

ମ୍ୟାଚ ପରେ ମନପ୍ରୀତ କହିଛନ୍ତି, "ବର୍ତ୍ତମାନ ମୋ ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ, କାରଣ ବିଜୟ ଲକ୍ଷ୍ୟ ନେଇ ଆମେ ଆସିଥିଲୁ, ମାତ୍ର ଦୁର୍ଭାଗ୍ୟବଶତଃ ଆମେ ମ୍ୟାଚ ଜିତିପାରିଲୁ ନାହିଁ । ଆମକୁ ପଦକ ଦରକାର ସେଥିପାଇଁ ଏବେ ପରବର୍ତ୍ତୀ ବ୍ରୋଞ୍ଜ ମ୍ୟାଚ ଉପରେ ଫୋକସ କରୁଛୁ ।"

ମନପ୍ରୀତ ଆହୁରି କହିଛନ୍ତି, " ଏହା ଆମପାଇଁ ଗର୍ବର ବିଷୟ ଯେ ଦୀର୍ଘବର୍ଷ ପରେ ଆମେ ସେମିଫାଇନାଲରେ ପ୍ରବେଶ କରିପାରିଲୁ, ମାତ୍ର ଆଗାମୀ ମ୍ୟାଚ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ଫୋକସ କରିବାକୁ ହେବ । ଅତି କମରେ ଦେଶପାଇଁ ଆମେ ବ୍ରୋଞ୍ଜ ପଦକ ଜିତିବା ଉଚିତ୍‌ ।"

ଏହି ସ୍ତରରେ ପହଞ୍ଚିବାକୁ ଗତ ପାଞ୍ଚ ବର୍ଷ ଅନେକ ପରିଶ୍ରମ କରିବାକୁ ପଡିଛି । ମଙ୍ଗଳବାର ଭାରତ ଭଲ ଫଳାଫଳ ଆଶା କରୁଥିଲା । ଗୋଲକିପର ଶ୍ରୀଜେଶ କହିଛନ୍ତି, ବେଲଜିୟମ ବିପକ୍ଷ ପରାଜୟ ଏବେ ଅତୀତ । ଏକ ପଦକ ସହ ଘରକୁ ଫେରିବାକୁ ଟିମ ଫୋକସ କରିବ ।

"ଦୁଃଖିତ, କିନ୍ତୁ ଏହି ବିଷୟରେ ଚିନ୍ତା କରିବାକୁ ସମୟ ନାହିଁ । ପରାଜୟକୁ ଭୁଲି ଭବିଷ୍ୟତ କଥା ଚିନ୍ତା କରିବାକୁ ହେବ । ଏବେ ବି ଆମ ପାଖରେ ଏକ ପଦକ ଜିତିବାର ସୁଯୋଗ ରହିଛି । ସେଥିପାଇଁ ବର୍ତ୍ତମାନ ସମୟରେ କାନ୍ଦିବା ଠାରୁ ତାହା ଆମପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ସିନିୟର ଖେଳାଳି ରୁପିନ୍ଦର ପାଲ ସିଂହ ମଧ୍ୟ କହିଛନ୍ତି, ଏବେବି ଏକ ପଦକ ଜିତିବାର ସୁଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.