ଭୁବନେଶ୍ବର: ନେଦରଲ୍ୟାଣ୍ଡ ସହ କଳିଙ୍ଗ ଷ୍ଟାଡିୟମରେ ଭାରତ ହକି ପ୍ରୋ ଲିଗ୍ର ପ୍ରଥମ ମ୍ୟାଚ ଖେଳିବ । ଏନେଇ ଅତିଥି ଦଳ ନେଦରାଲ୍ୟାଣ୍ଡ ବୁଧବାର ଦିନ ଭୁବନେଶ୍ବର ବିମନବନ୍ଦରରେ ପହଞ୍ଚିଛି । ଖେଳାଳିମାନଙ୍କୁ ସ୍ବାଗତ କରିବା ପରେ ସୁରକ୍ଷାବଳ ସହ ହୋଟଲକୁ ନିଆଯାଇଥିଲା ।
ଏଫଆଇଏଚ ପ୍ରୋ ଲିଗ୍ରେ ଭାରତ 18 ଓ 19 ତାରିଖ ଦିନ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଏଫଆଇଏଚ ମାନ୍ୟତାରେ 3ନଂ ସ୍ଥାନରେ ନେଦରଲ୍ୟାଣ୍ଡ ରହିଛି ଓ ଭାରତ 5ମ ସ୍ଥାନରେ ।
ତେବେ ନେଦରଲ୍ୟାଣ୍ଡର ମୁଖ୍ୟ ପ୍ରଶିକ୍ଷିକ ମାକ୍ସ କାଲଦାସ ଭୁବନେଶ୍ବରରେ ଖେଳିବାକୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ଏଥିସହ ଟିମ ପ୍ରସ୍ତୁତ ଅଛନ୍ତି ଓ ହକିକୁ ନେଇ ଦର୍ଶକଙ୍କ ଉତ୍ସାହ ଆମେ ଗତ ବିଶ୍ବକପ୍ରେ ଦେଖିଥିଲୁ । ଆଗକୁ ଅଲମ୍ପିକ ଥିବାରୁ ପ୍ରୋ-ଲିଗ୍ରେ ଖେଳିବା ବେଶ୍ ଭଲ ।