ଭୁବନେଶ୍ବର: କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ରାଜ୍ୟ ସରକାର ମଧ୍ୟ ନିଜ କର୍ତ୍ତବ୍ୟ ନିଷ୍ଠାପର ସହ କରୁଛନ୍ତି । ଆଉ ଏହାର ଏକ ଉଦାହରଣ ହେଲେ ଖୋଦ ମୁଖ୍ୟମନ୍ତ୍ରୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପରାଲଙ୍କ ପାଇଁ ଟ୍ବିଟ କରି ଭୋଟ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଲ୍ଲେଖଥାଉ କି, ‘2019 ଓ୍ବାର୍ଲ୍ଡ ଗେମ୍ସ ଆଥେଲେଟ’ ପାଇଁ ମନୋନୀତ ହେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମ ପାଲ । ତେବେ ତାଙ୍କୁ ଅଧିକରୁ ଅଧିକ ଭୋଟ୍ ଦେଇ ବିଜୟୀ କରିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ, ରାଣୀ ପାଇଁ ବାଲୁକା କଳା ମାଧ୍ୟମରେ ଭୋଟ୍ ଅପିଲ କରିଥିଲେ ଓଡିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ରାନୀ ଏନେଇ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବାଲୁକା କଳାଟି ସୁନ୍ଦର ହୋଇଥିବା କହିଥିଲେ ।