ETV Bharat / sports

କୋରୋନା ଭୟ, ଜାତୀୟ ମହିଳା ଜୁନିଅର ହକି ଚମ୍ପିଆନସିପ ସ୍ଥଗିତ - Hockey news

କୋରୋନା ସଂକ୍ରମଣ ଯୋଗୁଁ ଜାତୀୟ ମହିଳା ଜୁନିଅର ହକି ଚମ୍ପିଆନସିପକୁ ସ୍ଥଗିତ କରି ଦିଆଯାଇଛି। ଏହାକୁ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ...

କୋରୋନା ଭୟ, ଜାତୀୟ ମହିଳା ଜୁନିଅର ହକି ଚମ୍ପିୟାନସିପ ସ୍ଥଗିତ

author img

By

Published : Mar 31, 2021, 5:10 PM IST

ନୂଆଦିଲ୍ଲୀ: ପୁଣି କ୍ରୀଡ଼ା ଉପରେ ଦାଉ ସାଧିବା ଆରମ୍ଭ କରିଛି ମାରାତ୍ମକ ଭାଇରସ କୋରୋନା। କୋରୋନା ସଂକ୍ରମଣ ଯୋଗୁଁ ଜାତୀୟ ମହିଳା ଜୁନିଅର ହକି ଚମ୍ପିୟାନସିପକୁ ସ୍ଥଗିତ କରି ଦିଆଯାଇଛି। ଏହାକୁ ନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ 3 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଏପ୍ରିଲ 12 ତାରିଖ ଯାଏଁ ଚାଲିବାକୁ ଥିଲା।

ଝାଡ଼ଖଣ୍ଡର ସିମଡେଗାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା ରଖାଯାଇଥିଲା। ମୋଟ 26ଟି ଦଳ ଏଥିରେ ଭାଗ ନେବା କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ଚଣ୍ଡିଗଡ଼ ଦଳ ଗତ ମଙ୍ଗଳବାର ଆସି ସିମଡେଗାରେ ପହଞ୍ଚିଥିଲା। ହକି ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କ କୋଭିଡ ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 5ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଖାଲି ସେତିକି ନୁହେଁ ଝାଡ଼ଖଣ୍ଡର 6ଜଣ ଖେଳାଳି କୋରୋନା ସଂକ୍ରମିତ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ନହେଉଣୁ ଏତେ ମାତ୍ରାରେ ହକି ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହେବାପରେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ହକି ଇଣ୍ଡିଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଗୋମ୍ବାମ କହିଛନ୍ତି ଯେ, "କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ପରେ 11ତମ ଜାତୀୟ ମହିଳା ଜୁନିଅର ଚମ୍ପିୟାନସିପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ପୂର୍ବରୁ ଝାଡ଼ଖଣ୍ଡ ହକି ଆସୋସିଏସନ ସହ ଆଲୋଚନା କରାଯାଇଥିଲା।"

ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ପ୍ରତ୍ୟେକ ଖେଳାଳି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କ୍ବାରେଣ୍ଟିନରେ ରହିବେ ଓ ସେମାନଙ୍କ କୋରୋନା ଯାଞ୍ଚ କରାଯିବ। ଏହାପରେ ସେମାନେ କୌଣସି ଟୁର୍ଣ୍ଣାମେଣ୍ଟ ବା ପ୍ରତିଯୋଗିତାରେ ଭାଗ ନେଇ ପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.