ETV Bharat / sports

ବେଙ୍ଗାଲୁରୁ SAI ସେଣ୍ଟରରେ ଅଭ୍ୟାସକୁ ଫେରିଲା ହକି ଟିମ ଇଣ୍ଡିଆ - ମହିଳା ହକି ଖେଳାଳି

ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ସ୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ବେଙ୍ଗାରୁରୁ ସେଣ୍ଟରରେ ଅଭ୍ୟାସକୁ ଫେରିଛନ୍ତି ହକି ଖେଳାଳି । ଅଧିକ ପଢନ୍ତୁ...

Men's, women's hockey teams resume on-field training at SAI centre in Bengaluru
ବେଙ୍ଗାଲୁରୁ SAI ସେଣ୍ଟରରେ ଅଭ୍ୟାସକୁ ଫେରିଲା ହକି ଟିମ ଇଣ୍ଡିଆ
author img

By

Published : Jun 5, 2020, 1:50 PM IST

ବେଙ୍ଗାଲୁରୁ: ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ସ୍ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ବେଙ୍ଗାରୁରୁ ସେଣ୍ଟରରେ ଅଭ୍ୟାସକୁ ଫେରିଛନ୍ତି ହକି ଖେଳାଳି ।

Men's, women's hockey teams resume on-field training at SAI centre in Bengaluru
ବେଙ୍ଗାଲୁରୁ SAI ସେଣ୍ଟରରେ ଅଭ୍ୟାସକୁ ଫେରିଲା ହକି ଟିମ ଇଣ୍ଡିଆ

ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଗାଇଡଲାଇନ ଓ ଏସଓପିର ପାଳନ କରାଯାଉଥିବା SAI ବେଙ୍ଗାଲୁରୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଉଭୟ ଟିମ କୋଚିଂ ଷ୍ଟାଫ୍ ଖେଳାଳିଙ୍କ ପାଇଁ ଦୈନିକ ସୂଚୀ ପ୍ରସ୍ତୁତ କରିଛନ୍ତି । ତେବେ ନୂଆ ଆରମ୍ଭକୁ ଗ୍ରହଣ କରିବାକୁ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉଛି ।

ହକି ଇଣ୍ଡିଆ ପକ୍ଷରୁ ମହିଳା ଟିମ କ୍ୟାପଟେନ ରାନୀ ରାମପାଲ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ରାନୀ 2016ରେ ଅର୍ଜୁନ ଆୱାର୍ଡ ଓ 2020ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏଥିସହିତ ବନ୍ଦନା କାଟାରିୟା, ମୋନିକା ଓ ହରମନପ୍ରିତ ସିଂହଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ହକି ଇଣ୍ଡିଆ ମନୋନୀତ କରିଛି ।

1ଜାନୁଆରୀ 2016ରୁ, 31 ଡିସେମ୍ବର 2019 ପର୍ଯ୍ୟନ୍ତ ସମୟର ପ୍ରଦର୍ଶନ ଆଧାରରେ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି କ୍ୟାପଟେନ ରାନୀ । 2017 ମହିଳା ଏସିଆ କପରେ ରାନୀଙ୍କ ନେତୃତ୍ବରେ ଭାରତକୁ ମିଳିଥିଲା ଐତିହାସିକ ବିଜୟ। 2018 ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲା ।

ଏହି ବିଜୟରେ ପ୍ରମୁଖ୍ୟ ଭୂମିକା ନିଭାଇଥିଲେ ରାନୀ । ତେବେ ରାନୀ ଟୋକିଓ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର ଶେଷ ମୂହୂର୍ତ୍ତରେ ଗୋଲ କରିବା ସହ ଟୋକିଓ ଟିକେଟ ଭେଟି ଦେଇଥିଲେ । ବର୍ଷ 2019ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ FIH ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କମାଲ କରିଥିଲେ ରାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.