ETV Bharat / sports

ଟୋକିଓ ଅଲମ୍ପିକ୍ସ: ପ୍ରଭାବୀ ପ୍ରଦର୍ଶନ ନେଇ ମନପ୍ରୀତ-ରାନୀଙ୍କ ଦୃଢୋକ୍ତି

ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ ଓ ପୁରୁଷ ଟିମ କ୍ୟାପଟେନ ମନପ୍ରୀତ ସିଂହ ଅଲମ୍ପିକରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଦୃଢୋକ୍ତି କରିଛନ୍ତି ।

Manpreet Singh, Rani Rampal confident of doing good in Tokyo 2021
ଟୋକିଓ ଅଲମ୍ପିକ୍ସ: ପ୍ରଭାବୀ ପ୍ରଦର୍ଶନ ନେଇ ମନପ୍ରୀତ-ରାନୀଙ୍କ ଦୃଢୋକ୍ତି
author img

By

Published : Jul 23, 2020, 5:47 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ କବଳରେ ସମଗ୍ର ବିଶ୍ବ । ସଂକ୍ରମଣ ଭୟ ଯୋଗୁଁ 2020 ଟୋକିଓ ଅଲମ୍ପିକ୍ସକୁ 2021କୁ ଘୁଞ୍ଚାଇ ଦିଆଯାଇଛି । ସମସ୍ତ ଆଥଲେଟଙ୍କୁ ପ୍ରସ୍ତୁତି ପାଇଁ ଅଧିକ ଗୋଟିଏ ବର୍ଷର ସମୟ ମିଳିଛି । ତେବେ ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ ଓ ପୁରୁଷ ଟିମ କ୍ୟାପଟେନ ମନପ୍ରୀତ ସିଂହ ଅଲମ୍ପିକରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ଦୃଢୋକ୍ତି କରିଛନ୍ତି ।

ପୁରୁଷ ଟିମ ଶକ୍ତିଶାଳୀ ଥିବା ସହ ସମସ୍ତ ବିଭାଗରେ ଅଭିଜ୍ଞ ରହିଥିବା କହିଛନ୍ତି । "ଟୋକିଓ ଅଳମ୍ପିକ୍ସକୁ ଠିକ ଗୋଟିଏ ବର୍ଷର ସମୟ ରହିଛି । ଏହାକୁ ନେଇ ସମସ୍ତେ ଉତ୍ସାହିତ । ଅଲମ୍ପିକ୍ସ ଗେମ୍ସରେ ବିଶ୍ବର ଶ୍ରେଷ୍ଠ ଆଥଲେଟଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । ବ୍ୟକ୍ତିଗତ ଭାବେ ଦୁଇଟି ଅଳମ୍ପିକ୍ସର ସଦସ୍ୟ ରହିଛି । ଠିକ୍ ଗୋଟିଏ ବର୍ଷର ସମୟ ବାକି ଥିବାରୁ ଖେଳାଳିଙ୍କ ମଧ୍ୟରେ ହୃଦସ୍ପନ୍ଦନ ବଢିଛି । 2012 ଅଲମ୍ପିକରେ ପ୍ରଦର୍ଶନ ନୈରାଶଜନକ ଥିଲା । ମାତ୍ର ପ୍ରଥମ ଅଲମ୍ପିକ୍ସ ହୋଇଥିବାରୁ ଏହା ସ୍ବତନ୍ତ୍ର । 2016 ଅଲମ୍ପିକ୍ସରେ ଏଖ ଶକ୍ତିଶାଳୀ ଭାରତୀୟ ଦଳ ଖେଳିଥିଲା । ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ମଧ୍ୟ କରିଥିଲା । ମାତ୍ର ଲକ୍ଷ୍ୟ ହାସଲ ହୋଇ ପାରିନଥିଲା । ମାତ୍ର ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିବାକୁ ଲକ୍ଷ୍ୟ ରହିଛି " ଏହା କହିଛନ୍ତି 28 ବର୍ଷୀୟ ମନପ୍ରୀତ ସିଂହ ।

ଶେଷଥର ପାଇଁ ଭାରତୀୟ ପୁରୁଷ ହକି ଟିମ 1980 ମସ୍କୋ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଜକ ବିଜେତା ହୋଇଥିଲା । ଏହାପରେ ଅଲମ୍ପିକ୍ସ ମେଗ୍ସର 8ଟି ସଂସ୍କରଣରେ ଭାରତ ବିଫଳ ହୋଇଛି ।

ଅନ୍ୟପଟେ, ଜାତୀୟ ମହିଳା ଦଳ ଆସନ୍ତାବର୍ଷ ଟୋକିଓରେ ଭାରତକୁ ଗର୍ବିତ କରିବ ବୋଲି କହିଛନ୍ତି ମହିଳା ଟିମ କ୍ୟାପଟେନ ରାନୀ ରାମପାଲ । ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ଦକ୍ଷ ଯୁବ ଖେଳାଳିଙ୍କ ସୁନ୍ଦର ସମନ୍ବୟ ରହିଛି । ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ତ୍ରୁଟି ସୁଧାରିବା ସହ ଦଳ ଅଧିକ ଶକ୍ତିଶାଳୀ ହେଉଛି । ରିଓ ଅଲମ୍ପିକ୍ସରେ ମିଳିଥିବା ଅଭିଜ୍ଞତା ଟୋକିଓରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି 25 ବର୍ଷୀୟା ରାନୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.