ETV Bharat / sports

Junior Hockey WC: ଚତୁର୍ଥ ମ୍ୟାଚ୍‌ରେ ବାଜି ମାରିଲା ମାଲେସିଆ - ପୁରୁଷ ଜୁନିଅର ହକି ବିଶ୍ବକପ

ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ରେ ଯଥାକ୍ରମେ ବେଲଜିୟମ ଓ ଜର୍ମାନୀ ବିଜୟୀ ହେବାପରେ ତୃତୀୟ ମ୍ୟାଚ୍‌ରେ କାନାଡାକୁ ୧-୦ ଗୋଲ୍‌ରେ ମାତ୍‌ ଦେଇଛି ପୋଲାଣ୍ଡ । ଅଧିକ ପଢନ୍ତୁ

Malaysia beat Chile in Hockey Junior World Cup Bhubaneswar
Junior Hockey WC: ଚତୁର୍ଥ ମ୍ୟାଚ୍‌ରେ ବାଜି ମାରିଲା ମାଲେସିଆ
author img

By

Published : Nov 24, 2021, 7:51 PM IST

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇସାରିଛି ପୁରୁଷ ଜୁନିଅର ହକି ବିଶ୍ବକପ(Hockey Junior World Cup) ୨୦୨୧ । ପ୍ରଥମ ଦିନରେ ଗୋଲ୍‌ ବର୍ଷା ହେବାରେ ଲାଗିଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ରେ ଯଥାକ୍ରମେ ବେଲଜିୟମ ଓ ଜର୍ମାନୀ ବିଜୟୀ ହେବାପରେ ତୃତୀୟ ମ୍ୟାଚ୍‌ରେ କାନାଡାକୁ ୧-୦ ଗୋଲ୍‌ରେ ମାତ୍‌ ଦେଇଛି ପୋଲାଣ୍ଡ ।

ଦିନର ଚତୁର୍ଥ ମ୍ୟାଚ୍‌ ମାଲେସିଆ(Malaysia) ଏବଂ ଚିଲି(Chile ) ମଧ୍ୟରେ ଖେଳାଯାଇଥିଲା । ଉଭୟ ଟିମ ମଧ୍ୟରେ ପ୍ରବଳ ଛକାପଞ୍ଝା ଓ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ତୃତୀୟ କ୍ବାର୍ଟର ସୁଦ୍ଧା ଚିଲି ୭ଟି ପେନାଲିଟି କର୍ଣ୍ଣର ସୁଯୋଗ ପାଇଥିଲା ଏବଂ ଶେଷ ପେନାଲଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Junior Mens Hockey WC: ୫-୨ ଗୋଲରେ ହାରିଲା ପାକିସ୍ତାନ

ଅନ୍ୟପଟେ ମାଲେସିଆ ୩ଟି ପେନାଲିଟି କର୍ଣ୍ଣର ପାଇ ୨ଟିକୁ ଗୋଲ୍‌ରେ ପରିଣତ କରିଥିଲା । ଫଳରେ ମାଲେସିଆ ୨-୧ ବାଜି ମାରିଥିଲା ।

ଦିନର ଶେଷ ମ୍ୟାଚ୍‌ ଭାରତ ଓ ଫ୍ରାନ୍ସ ମଧ୍ୟରେ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.