ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ଶନିବାର ଏକ ନୂଆ ମାଇଲଷ୍ଟୋନକୁ ଅତିକ୍ରମ କରିଛି । 2018 ପୁରୁଷ ହକି ବିଶ୍ବକପ 2018କୁ ଦୁଇବର୍ଷ ପୁରିଛି ।
ହକି କିମ୍ବଦନ୍ତୀ ଧନରାଜ ପିଲେ ଓ ଦିଲ୍ଲୀ ତିର୍କୀଙ୍କ ଟିମ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ 10 ଅକ୍ଟୋବର 2018ରେ ଖେଳାଯାଇଥିଲା ।
କଳିଙ୍ଗ ଷ୍ଟାଡିମ ଭୁବନେଶ୍ବର, ବିଶ୍ବର ଅନ୍ୟତନ ଶ୍ରେଷ୍ଠ ହକି ଷ୍ଟାଡିୟମ ଭାବେ ସୁଖ୍ୟାତି ଅର୍ଜନ କରିଛି । ହକି ବିଶ୍ବକପ ପରେ, ଏଫଆଇଏଚ ପୁରୁଷ ସିରିଜ ଫାଇନାଲ୍ସ, ଏଫଆଇଏଚ ହକି ଅଲମ୍ପିକ କ୍ବାଲିଫାୟର(ପୁରୁଷ ଓ ମହିଳା) ଓ ଏଫଆଇଏଚ ହକି ପ୍ରୋ ଲିଗ ଭଳି ଏକାଧିକ ଅନ୍ତର୍ଜାତୀୟ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ସଫଳତାର ସହ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ