ETV Bharat / sports

ଆଇଓସିରେ ଥମୁନି ବିବାଦ, ସଭାପତିଙ୍କ ବିରୋଧରେ ଉପ-ସଭାପତିଙ୍କ ନୂଆ ଅଭିଯୋଗ - ଉପ-ସଭାପତି ସୁଧାଂଶୁ ମିତ୍ତଲ

ଆଇଓସି ସଭାପତି ନରିନ୍ଦର ବାତ୍ରାଙ୍କ ନାଁରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଓ ଅଯୋଗ୍ୟତାର ସଙ୍ଗୀନ ଅଭିଯୋଗ ଆଣିଥିଲେ ଉପ-ସଭାପତି ସୁଧାଂଶୁ ମିତ୍ତଲ।

IOC vice-president demands fresh probe against Narinder Batra in accordance with FIH Status
ଆଇଓସିରେ ଥମୁନି ବିବାଦ,ସଭାପତିଙ୍କ ବିରୋଧରେ ଉପ-ସଭାପତିଙ୍କ ନୂଆ ଅଭିଯୋଗ
author img

By

Published : Jun 14, 2020, 6:21 PM IST

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ କମିଟି(IOC)ର ସଭାପତି ଓ ଉପ-ସଭାପତିଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଇମେଲ ଯୁଦ୍ଧ ପରେ ମାମଲା ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି ।

ଗତ ସପ୍ତାହରେ ଉପ-ସଭାପତି ସୁଧାଂଶୁ ମିତ୍ତଲ, ଆଇଓସି ସଭାପତି ନରିନ୍ଦର ବାତ୍ରାଙ୍କ ନାଁରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଓ ଅଯୋଗ୍ୟତାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାତ୍ର ଅନ୍ତର୍ଜାତୀୟ ହକି ଫେଡେରେସନ ବାତ୍ରାଙ୍କୁ ଜୁନ 12ରେ କ୍ଳିନଚିଟ୍ ଦେଇଥିଲା । କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସ୍ପଷ୍ଟ କରିଥିଲା ।

IOC vice-president demands fresh probe against Narinder Batra in accordance with FIH Status
ଅନ୍ତର୍ଜାତୀୟ ହକି ଫେଡେରେସନ

ତେବେ ସୁଂଧାଶୁ ମିତ୍ତଲ ଏହାକୁ ଧର୍ମକୁ ଆଖିଠାର ବୋଲି କହିଛନ୍ତି । ଅଭିଯୋଗର ସତ୍ୟତା ରହିଛି ଓ FIHର ପରିସରରେ ଏହାର ବିଚାର କରାଯିବା ଉଚିତ ବୋଲି ସେ କହିଛନ୍ତି । ଏନେଇ ପୁନର୍ବାର ଏକ ଚିଠି, FIH ସିଇଓ ଥିଏରୀ ୱେଲଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.