ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର FIH ପ୍ରୋ ଲିଗ ଅଭିଯାନ ଏପ୍ରିଲ 10 ଏବଂ 11, 2021 ରେ ଆର୍ଜେଣ୍ଟିନା ବିପକ୍ଷରେ ଏକ ଟାଇ ସହିତ ପୁନଃ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ଗୁରୁବାର ପୁରୁଷ ଏବଂ ମହିଳା ପ୍ରୋ ଲିଗ ପାଇଁ ଏକ ନୂତନ କାର୍ଯ୍ୟସୂଚୀ ଘୋଷଣା କରିଛି।
ଏହା ପରେ ଭାରତ ସ୍ପେନ ଯାତ୍ରା କରିବ ଯେଉଁଠାରେ ସେମାନେ ମେ 12 ଓ 13ରେ ଖେଳିବେ । ଏହା ପୂର୍ବରୁ ଭାରତୀୟ ଟିମ 8 ଓ 9 ମେ ରେ ଗ୍ରେଟ ବ୍ରିଟେନ ବିପକ୍ଷରେ ଖେଳିବ । ପରେ ସେମାନେ ମେ 18 ଏବଂ 19 ରେ ଜର୍ମାନୀ ସହିତ ମୁହାଁମୁହିଁ ହେବେ ଏବଂ ଶେଷରେ ମେ 29 ଏବଂ 30 ରେ ଘରୋଇ ଟାଇ ନିଉଜିଲାଣ୍ଡ ସହ ଖେଳିବେ ।
ମୂଳ କାର୍ଯ୍ୟସୂଚୀରେ ସ୍ପେନ ସହ ସେମାନଙ୍କ ଟାଇ ପରେ ଜୁନ 14ରେ ଭାରତର ପ୍ରୋ ଲିଗ ଅଭିଯାନ ଶେଷ ହେଉଥିଲା । ମାର୍ଚ୍ଚ 19ରେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବା ପୂର୍ବରୁ, ଏପ୍ରିଲ 25 ଏବଂ ଏପ୍ରିଲ 26 ରେ ଲଣ୍ଡନରେ ଗ୍ରେଟ ବ୍ରିଟେନ ସହ ମୁହାଁମୁହିଁ ହେବା ପୂର୍ବରୁ ଭାରତ ବର୍ଲିନରେ ଜର୍ମାନୀ ସହିତ ମୁହାଁମୁହିଁ ହେବାର ଥିଲା ଏବଂ ଏହା ପରେ ସେମାନେ ଜୁନ 5 ଏବଂ 6 ରେ ମ୍ୟାଚ ପାଇଁ ଆର୍ଜେଣ୍ଟିନାର ଟୁକୁମାନ ଯିବା ପୂର୍ବରୁ ମେ 23 ରେ 24ରେ ନ୍ୟୁଜିଲ୍ୟାଣ୍ଡକୁ ହୋଷ୍ଟ କରିବାର କାର୍ଯ୍ୟକ୍ରମ ଥିଲା। ।
ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ନବୀକରଣ ହୋଇଥିବା ପ୍ରୋ ଲିଗର ପ୍ରଥମ ମ୍ୟାଚ ସେପ୍ଟେମ୍ବର 22 ଏବଂ 23 ରେ ହେବ । ଯେଉଁଥିରେ ଜର୍ମାନୀ ବେଲଜିୟମକୁ ହୋଷ୍ଟ କରିବ ।
FIH ହକି ପ୍ରୋ ଲିଗ୍ ଏବଂ FIH ର ଦ୍ବିତୀୟ ସଂସ୍କରଣରେ ଅଂଶଗ୍ରହଣ କରୁଥିବା 11 ଅଂଶଗ୍ରହଣକାରୀ ନ୍ୟାସନାଲ୍ ଆସୋସିଏସନ୍ (NA) ମଧ୍ୟରେ ସହଯୋଗ ଏବଂ ଚୁକ୍ତିରେ ଏହି କ୍ୟାଲେଣ୍ଡର ପ୍ରତିଷ୍ଠା କରାଯାଇଛି ବୋଲି FIH ଏହାର ବିବୃତ୍ତିରେ କହିଛି।
‘‘ଏକ ଆହ୍ବାନପୂର୍ଣ୍ଣ ସମୟରେ ଏବଂ 2021 ମସିହାରେ ଟୋକିଓ ଅଲିମ୍ପିକ୍ ଗେମ୍ସ, କଣ୍ଟିନେଣ୍ଟାଲ୍ ଚାମ୍ପିଅନସିପ୍ ଏବଂ ଘରୋଇ ଲିଗ୍ ପ୍ରତିଯୋଗିତା ହେତୁ ବହୁ ବ୍ୟସ୍ତବହୁଳ ହକି କ୍ୟାଲେଣ୍ଡର ସହିତ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବା ସମ୍ଭବ ହୋଇପାରିଛି । ଏଥିପାଇଁ ସମସ୍ତ ଦଳର ଏକତା ପ୍ରଦର୍ଶନକୁ ଧନ୍ୟବାଦ ଯିଏ ଆପୋଷ ବୁଝାମଣା କରି 2020 FIH ହକି ପ୍ରୋ ଲିଗ ସମ୍ପୂର୍ଣ୍ଣ କରିବାକୁ ସହମତି ଦେଲେ ।
ଏଫ୍ଆଇଏଚ୍ ଅଧ୍ୟକ୍ଷ ନରିନ୍ଦର ବତ୍ରା କହିଛନ୍ତି, “ସମସ୍ତ ହକି ପ୍ରଶଂସକମାନେ ସେହି ଦିନକୁ ଅପେକ୍ଷା କରି ରହିଛନ୍ତି ଯେଉଁଠାରେ ବିଶ୍ବର ଶ୍ରେଷ୍ଠ ଦଳ ସବୁ ପୁଣି ଖେଳିବେ। ଯେତେବେଳେ କି ମହାମାରୀ ସମାପ୍ତ ହୋଇନାହିଁ ଏବଂ ହକି ଖେଳିବାବେଳେ ସୁସ୍ଥ ରହିବା ଏକ ସମ୍ପୂର୍ଣ୍ଣ ପ୍ରାଥମିକତା, ଏହା ଏକ ଆଶାର ସଙ୍କେତ ଅଟେ ଯେ 2020 FIH ହକି ପ୍ରୋ ଲିଗ୍ ପୁନଃ ଆରମ୍ଭ ହେବାକୁ ଯାଉଛି। ମୁଁ ସମସ୍ତ ଦଳକୁ ଶୁଭ କାମନା କରୁଛି ଏବଂ ସମସ୍ତ ପ୍ରଶଂସକଙ୍କୁ ହକି ଉପଭୋଗ କରିବାକୁ ଆମନ୍ତ୍ରଣ କରୁଛି ।’’
@IANS