ETV Bharat / sports

ବର୍ଷେ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଲା ମହିଳା ହକି ଟିମ - ହକି ଅନ୍ତର୍ଜାତୀୟ ପ୍ରତିଯୋଗୀତା

ଭାରତୀୟ ମହିଳା ହକି ଟିମ ପ୍ରାୟ ଗୋଟିଏ ବର୍ଷ ପରେ ଅନ୍ତର୍ଜାତୀୟ ପ୍ରତିଯୋଗୀତାକୁ ଫେରିଛି । ଅଧିକ ପଢନ୍ତୁ...

vINDIAN WOMENS HOCKEY TEAM ARGENTINA JUNIORS DRAW 2 2
ବର୍ଷେ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଲା ମହିଳା ହକି ଟିମ
author img

By

Published : Jan 18, 2021, 7:40 PM IST

ବୁଏନସ ଏୟାର୍ସ: ଭାରତୀୟ ମହିଳା ହକି ଟିମ ପ୍ରାୟ ଗୋଟିଏ ବର୍ଷ ପରେ ଅନ୍ତର୍ଜାତୀୟ ପ୍ରତିଯୋଗୀତାକୁ ଫେରିଛି । ଆର୍ଜେଣ୍ଟିନାର ଜୁନିୟର ଜାତୀୟ ଟିମ ସହ 2-2 ରେ ମ୍ୟାଚ ଡ୍ର ରଖିଛି ଭାରତ । ଯୁବ ଷ୍ଟ୍ରାଇକର ଶର୍ମିଳା ଦେବୀ 22ତମ ମିନିଟରେ ଓ ଅଭିଜ୍ଞ ଦିପଗ୍ରେସ ଏକ୍କା ମ୍ୟାଚର 31 ତମ ମିନିଟରେ ଗୋଲ୍ କରିଥିଲେ ।

ପ୍ରଥମ କ୍ବାର୍ଟରରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ ଭାରତୀୟ ମହିଳା ଟିମ । ମ୍ୟାଚର ଅଷ୍ଟମ ଓ ନବମ ମିନିଟରେ ଲଗାତାର ଦୁଇଟି ପେନାଲିଟି କର୍ଣ୍ଣର ମଧ୍ୟ ମିଳିଥିଲା । ମାତ୍ର ଆର୍ଜେଣ୍ଟିନାର ଶକ୍ତିଶାଳୀ ଡିଫେଣ୍ଡର ଗୋଲ୍ ହେବାକୁ ସୁଯୋଗ ଦେଇନଥିଲେ ।

ମ୍ୟାଚର 22ତମ ମିନିଟରେ ଶର୍ମିଳା ପ୍ରଥମ ଗୋଲ୍ କରିବା ସହ ଭାରତକୁ 1-0ରେ ଆଗୁଆ କରିଥିଲେ । ପରେ 28ତମ ମିନିଟରେ ଆର୍ଜେଣ୍ଟିନାର ପାଉଲ ସାନ୍ତାମାରିନା ଗୋଲ୍ କରିବା ସହ ସ୍କୋର ବରାବର କରିଥିଲେ ।

ଏହାପରେ ଦ୍ବିତୀୟ କ୍ବାର୍ଟରରେ ଦୀପଗ୍ରେସ ଏକ୍କା ଏକ ପେନାଲିଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ଓ ଭାରତର ସ୍କୋର 2-1ରେ ପହଞ୍ଚାଇଥିଲେ । ମାତ୍ର 4ର୍ଥ କ୍ବାର୍ଟରରେ ଘରୋଇ ଟିମ ମ୍ୟାଚ 48ତମ ମିନିଟରେ ଚମତ୍କାର ଗୋଲ୍‌ କରିବା ସହ ସ୍କୋର ବରାବର କରିଥିଲେ । ଶେଷ ଭାଗରେ 53ତମ ମିନିଟରେ ଭାରତକୁ ପେନାଲିଟି କର୍ଣ୍ଣର ମିଳିବା ସହ ଗୋଲ୍‌ କରିବାର ସୁଯୋଗ ରହିଥିଲା । ମାତ୍ର ଭାରତୀୟ ଖେଳାଳି ସଫଳ ହୋଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.