ETV Bharat / sports

ହକି ଟିମ ଇଣ୍ଡିଆର ଅଲମ୍ପିକ୍ସ ପ୍ରସ୍ତୁତି ଜୋରଦାର୍‌

ଜୁଲାଇ 24ରେ ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଲମ୍ପିକ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

Indian hockey team preparing for Tokyo Games with Olympic simulation: striker Ramandeep
ହକି ଟିମ ଇଣ୍ଡିଆର ଅଲମ୍ପିକ୍ସ ପ୍ରସ୍ତୁତି ଜୋରଦାର୍‌
author img

By

Published : Jun 9, 2021, 9:08 PM IST

ବେଙ୍ଗାଲୁରୁ: ଭାରତୀୟ ପୁରୁଷ ହକି ଟିମ ପାଖରେ ଅଲମ୍ପିକ ପଦକ ଜିତିବାର ରହିଛି ସୁବର୍ଣ୍ଣ ସୁଯାେଗ । ଜୁଲାଇରେ ଆରମ୍ଭ ହେବାକୁ ଥିବା ଆଗାମୀ ଟୋକିଓ ଅଲମ୍ପିକ୍ସର କାଉଣ୍ଟଡାଉନ ଆରମ୍ଭ ହୋଇସାରିଥିବାବେଳେ, ଯୋଗ୍ୟତା ଅର୍ଜନ କରିଥିବା କହି ଟିମ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଚଳାଇଛି ।

ଟୋକିଓରେ ପଦକ ବିଜୟ ସହ ଇତିହାସ ରଚିବାକୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବୁଧବାର ଖୁଲାସା କରିଛନ୍ତି ଫରୱାର୍ଡ ରମଣଦୀପ ସିଂହ ।

ମେଗା ଇଭେଣ୍ଟରେ ବିଜୟ ସହ ସକରାତ୍ମକ ଆରମ୍ଭ କରିବାକୁ ଯୋଜନା ରହିଛି । ଜୁଲାଇ 24ରେ ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଅଲମ୍ପିକ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଓ ଆୟୋଜକ ଜାପାନ, ଭାରତ ସହ ପୁଲ ଏ' ରେ ରହିଛନ୍ତି ।

ପ୍ରଥମ ମ୍ୟାଚରେ ପ୍ରଦର୍ଶନ ଖେଳାଳିଙ୍କ ଆତ୍ମବିଶ୍ବାସ ବଢାଇବା ସହ ସକରାତ୍ମକ ମାହୋଲ ସୃଷ୍ଟି କରିବ ଫଳରେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ୍‌ ଗୁଡିକରେ ବିଜୟ ଧାରା ବଜାୟ ରଖିବାକୁ ଏହା ସହାୟକ ହେବ ବୋଲି କହିଛନ୍ତି ରମଣଦୀପ ।

ନିଜ ପ୍ରଦର୍ଶନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରମଣଦୀପ । 2018ରେ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍‌ ପଡିବା ପରେ ପ୍ରଦର୍ଶନରେ ଫରକ ଆସିଥିଲା । ତେବେ 2016 ଓ 2017ରେ ପ୍ରଦର୍ଶନ ଭଲ ଥିଲା ବୋଲି ସେ କହିଛନ୍ତି । ଭଲ ଫର୍ମରେ ଥିବାସତ୍ତ୍ବେ 2018 ଚମ୍ପିଆନ୍ସ ଟ୍ରଫି ସମୟରେ ଆହତ ହେବା ଜୋରଦାର ଝଟକା ଥିଲା । ତେବେ 2019 ପରଠାରୁ ପୁରୁଣା ଫର୍ମକୁ ଫେରିଥିବା କହିଛନ୍ତି ରମଣଦୀପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.